ମହିଳା ମାନେ ରୋଷେଇ ଘରେ ଏମିତି ରଖନ୍ତୁ “ତାୱା” ରାତା ରାତି ବଦଳିଯିବ ଭାଗ୍ୟ- Vastu Tips

ବନ୍ଧୁଗଣ ଆମ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅନେକ ଗୁଡିକ ନିୟମ ରହିଅଛି ଯଦି ଆମେ ସେ ସବୁକୁ ପାଳନ କରିବା ତେବେ ତାହା ଆମ୍ଭ ମାନଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ବନ୍ଧୁଗଣ ବାସ୍ତୁ ଦୋଷ କେବଳ ଘରର କବାଟ ଝରକା ର ଦିଗ କୁ ନେଇ ଆଧାରିତ ହୋଇନଥାଏ, ଏହା ରୋଷେଇ ଘରର ବାସନ କୁସନ କୁ ନେଇ ମଧ୍ୟ ନିର୍ଣ୍ଣୟ କରାଯାଏ । ଆମେ ରୋଷେଇ ଘରେ ବ୍ୟବହାର କରୁଥିବା ବାସନ କୁ କିଭଳି ରଖିବା ଉଚିତ ତଥା ତାହାର ବ୍ୟବହାର ସମ୍ବନ୍ଧରେ ଆପଣ ମାନଙ୍କୁ ଆଜି ଜଣେଇବାକୁ ଯାଉଛୁ ।

ବନ୍ଧୁଗଣ ଏହି ବାସନ ଶୁଭତା ଏବଂ ଅଶୁଭର କାରଣ ହୋଇପାରନ୍ତି । ଏମାନଙ୍କ କାରଣ ରୁ ଘରେ ରହୁଥିବା ସଦସ୍ୟ ଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । ଆସନ୍ତୁ ଏବେ ଜାଣିବା ରୋଷେଇ ଘରେ ତାୱା କୁ କିଭଳି ରଖିଲେ ଆମକୁ ତାହାର ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୧- ବନ୍ଧୁଗଣ ବାସ୍ତୁ ଅନୁସାରେ ଘରେ ବ୍ୟବହୃତ ହେଉଥିବା ତାୱା କୁ ସର୍ବଦା ଚମକାଇ ସଫା ରଖିବା ଉଚିତ । ବନ୍ଧୁଗଣ ମାନ୍ୟତା ରହିଛି ଯେତେ ଘରର ତାୱା ଚମକିଥାଏ ସେତେ ସେହି ଘରର କିସ୍ମତ ମଧ୍ୟ ଚମକିଥାଏ । ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରର କିସ୍ମତ ଚମକିବ ତେବେ ଆପଣ  ମଧ୍ୟ ନିଜ ଘରର ତାୱା କୁ ଚମକାଇ ରଖନ୍ତୁ । ବନ୍ଧୁଗଣ ତାୱା କୁ ଚମକାଇବାକୁ ହେଲେ ଲେମ୍ବୁ ସହିତ ଲୁଣ ଲଗାଇ ତାୱା କୁ ସଫା କରନ୍ତୁ ।

୨- ବନ୍ଧୁଗଣ ବାସ୍ତୁ ଅନୁସାରେ ତାୱା ଏବଂ କଢାଇ ର ପବିତ୍ରତାର ଧ୍ୟାନ ମଧ୍ୟ ରଖିବାକୁ ହେବ । ଅର୍ଥାତ ତାୱା ଏବଂ କଢାଇ କୁ କେବେ ଅଇଁଠା କରିବା କଥା ନୁହେଁ । ବନ୍ଧୁଗଣ ମାନ୍ୟତା ରହିଛି ଯେଉଁ ଘରେ ତାୱା ଏବଂ କଢାଇ ର ଯେତେ ମାତ୍ରାରେ ସଫା ରଖାଯିବ ସେତେ ମାତ୍ରାରେ ସେହି ଘରର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ । ସେହି ଘରେ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ କ୍ଷୟ ହେବ । ବନ୍ଧୁଗଣ ଯେଉଁ ଘରେ ତାୱା ଏବଂ କଢାଇର ଧ୍ୟାନ ରଖାଯାଇନଥାଏ ସେହି ଘରେ ସଦସ୍ୟ ମାନେ କରୁଥିବା ବ୍ୟାପାରର ମଧ୍ୟ କ୍ଷତି ହୋଇଥାଏ । ବନ୍ଧୁଗଣ ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗି ରହୁ ତେବେ ଆପଣଙ୍କୁ ତାୱା ର ପବିତ୍ରତା ପ୍ରତି ଧ୍ୟାନ ରଖିବାକୁ ହେବ ।

୩- ବାସ୍ତୁ ଅନୁସାରେ ଘରେ ଭାଙ୍ଗି ଯାଇଥିବା ତାୱା ଅଥବା କଢାଇକୁ କେବେ ମଧ୍ୟ ରଖିବା କଥା ନୁହେଁ । ଏଭଳି ଭାଙ୍ଗି ଯାଇଥିବା ଜିନିଷକୁ ଘରେ ରଖିଲେ ବହୁତ ହାନି ହୋଇଥାଏ । ଏହିଭଳି ଜିନିଷର ଘରେ ପ୍ରୟୋଗ କରିବା ଦ୍ଵାରା ଘରେ ଧନହାନି ହୋଇଥାଏ । ଏହା ସହିତ ଘରେ ଦରିଦ୍ରତା ମଧ୍ୟ ଆସିଥାଏ । ବନ୍ଧୁଗଣ ଆପଣଙ୍କୁ ସୁଖ ଶାନ୍ତି ର ଅପେକ୍ଷା ଥିଲେ ଭଙ୍ଗା କଢାଇ ଏବଂ ତାୱା କୁ ଯଥାଶୀଘ୍ର ସମ୍ଭବ ତ୍ୟାଗ କରନ୍ତୁ ।

୪- ବନ୍ଧୁଗଣ ତାୱା ଏବଂ କଢାଇକୁ ଧୋଇବା ସମୟରେ ସେଥିରେ ଖରୋଚ ମଧ୍ୟ କରିବା ଆବଶ୍ୟକ ନୁହେଁ । ଯଦି ଆପଣ ଏହାକୁ ଖରୋଚି ସଫା କରିଥାନ୍ତି ତେବେ ଆପଣଙ୍କ ଘରେ ଦରିଦ୍ରତା ଆସିଥାଏ ଏହା ସହିତ ଆପଣଙ୍କ କିସ୍ମତ ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡିଥାଏ । ଏଣୁ ବନ୍ଧୁଗଣ ତାୱା ଏବଂ କଢାଇ ଯଦି ପୋଡିଯାଉଛି ତେବେ ତାହାକୁ ପାଣିରେ ଭିଯାଇ ରଖନ୍ତୁ ଏବଂ ପରେ ତାହା ଭିଜି ସାରିବା ପରେ ତାକୁ ସଫା କରନ୍ତୁ । ବନ୍ଧୁଗଣ ଯଦି ଭଲରେ ସଫା ନକରନ୍ତି ତେବେ ଏହାର ପ୍ରଭାବ ଘରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହା ସହିତ ଘରେ ରାହୁ ଗ୍ରହଙ୍କର ପ୍ରବେଶ ମଧ୍ୟ ହୋଇଥାଏ ।

୫- ବନ୍ଧୁଗଣ ଯଦି ଆପଣଙ୍କ ର ତାୱା ର ଉପୟୋଗ ନହେଉଛି ତେବେ ତାହାକୁ ଆପଣ ଏଭଳି ଜାଗାରେ ରଖନ୍ତୁ ଯେ ତାହା ବାହାରୁ ଆସୁଥିବା ଅତିଥି ଙ୍କ ନଜରକୁ ଯେପରି ନଆସୁ । ବନ୍ଧୁଗଣ ଆପଣ ଏହାକୁ ଖୋଳାରେ ମଧ୍ୟ ରଖନ୍ତୁ ନାହିଁ । ଏହାକୁ ସର୍ବଦା ଘୋଡାଇ ରଖନ୍ତୁ । ବନ୍ଧୁଗଣ ତାୱା ରେ ରାନ୍ଧିବା ପୂର୍ବରୁ ତାହାକୁ ପ୍ରଥମେ ଭଲ ଭାବରେ ସଫା କରିବା ଆବଶ୍ୟକ । ଏଭଳି ନକଲେ ସ୍ଵାମୀ ଉପରେ ଏହାର ଖରାପ ପ୍ରଭାବ ପଢିଥାଏ । ବନ ଧୁଗନ ଏହାଥିଲା ତାୱା ଉପରେ ବାସ୍ତୁ ଶାସ୍ତ୍ରର ବିଶେଷ ଟିପ୍ପଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *