ମହିଳା ଦିବସ : ମୋଦୀଙ୍କ ଟୁଇଟର ଆକାଉଣ୍ଟରେ ଏହି ମହିଳା କରିଥିଲେ ପ୍ରଥମ ଟ୍ବିଟ, ଜାଣନ୍ତୁ ଇଏ କିଏ ଅଟନ୍ତି

ଆଜି ଦୁନିଆସାରା ‘ଅନ୍ତରାଷ୍ଟ୍ରୀୟ ମହିଳା ଦିବସ’ପାଳନ କରାଯାଉଛି । ଅଲଗା ଅଲଗା କ୍ଷେତ୍ରରେ ଯୋଡି ହୋଇଥିବା ବିଶ୍ବରେ ମହିଳାଙ୍କୁ ସୋସିଆଲ ମିଡିଆରେ ଶୁଭକାମନା ଦିଆଯାଉଛି । ପିଏମ ନରେନ୍ଦ୍ର ମୋଦୀ ଏକ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ସେ ଶେୟାର କରିଥିଲେ କି , ‘ଏହି ରବିବାର ଦିନ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ ,ଟୁଇଟର ,ଇଂଷ୍ଟାଗ୍ରାମ ଏବଂ ୟୁଟୁବକୁ ଛାଡିବାକୁ ଭାବୁଛି । ଆପଣ ସମସ୍ତଙ୍କୁ ଆଗକୁ ସୂଚନା ଦେବୀ ।

ଯାହାପରେ ସେ ଏହି ସସ୍ପେନ୍ସର ପର୍ଦା ହଟାଇ କହିଥିଲେ କି ସେ ‘ଅନ୍ତରାଷ୍ଟୀୟ ମହିଳା ଦିବସ’ରେ ତାଙ୍କର ସବୁ ସୋସିଆଲ ମିଡିଆ ଆକାଉଣ୍ଟ ମହିଳାଙ୍କୁ ହସ୍ତାତରିନ୍ତ କରିବେ ।

କିଛି ସମୟ ପୂର୍ବରୁ ମୋଦିନୀଜର ସୋସିଆଲ ମିଡିଆ ଆକାଉଣ୍ଟସ ୭ମହିଳାଙ୍କୁ ହସ୍ତାନ୍ତରିତ କରିଛନ୍ତି । ଯାହାପରେ ଏହି ମହିଳାମାନେ ପିଏମଙ୍କ ଫେସବୁକ ,ଟୁଇଟର ,ଇଂଷ୍ଟାଗ୍ରାମ ଏବଂ ୟୁଟୁବରେ ପୋଷ୍ଟ ଶେୟାର କରିବା ଆରମ୍ଭ କରିଦେଇଛନ୍ତି । ପିଏମ ମୋଦୀ କହିଛନ୍ତି ‘ଅନ୍ତରାଷ୍ଟ୍ରୀୟ ମହିଳା ଦିବସର ଶୁଭକାମନା’। ଆମେ ଆମର ନାରୀଶକ୍ତିର ଭାବନାକୁ ସଲାମ କରୁଛୁ । ଯେମିତି କି ମୁଁ କିଛି ଦିନ ପୂର୍ବେ କହିଥିଲି ,ମୁଁ ଏବେ ସୋସିଆଲ ମିଡିଆ ଆକାଉଣ୍ଟ ଛାଡୁଛି ।

ଆଜି ପୁରା ଦିନ ୭ମହିଳାମାନେ ନିଜ ଜୀବନ ବିଷୟରେ ନିଜ ଭିତରେ କଥା ହେଉଛନ୍ତି ଏବଂ ସଂଭବତ ସେମାନେ ମୋ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ନିଜ ଭିତରେ କଥାବାର୍ତା ବି କରିବେ । ପିଏମ ମୋଦୀ ଏକ ଏବଂ ପୋଷ୍ଟରେ ଲେଖିଛନ୍ତି ‘ଭାରତର ସବୁ ଅଂଶରେ ମହିଳାମାନେ ନିଜ ନାମରେ ଉପଲବ୍ଧି ଲେଖିଛନ୍ତି । ଏହି ମହିଳାମାନେ କେତେକ କ୍ଷେତ୍ରରେ ଭଲ କାମ କରିଛନ୍ତି । ତାଙ୍କ ସଂଘର୍ଷ ଏବଂ ଆକାଂକ୍ଷା ଲକ୍ଷେ ଲୋକଙ୍କୁ ପ୍ରେରିତ କରିଥାଏ । ଆସନ୍ତୁ ଏବେ ଆମେ ଏମିତି ମହିଳାଙ୍କ ଉପଲବ୍ଧିର ଯଶ ମନାଇବା ଏବଂ ତାଙ୍କ ଠାରୁ ଶିଖିବା ।

ସବୁଠାରୁ ପ୍ରଥମେ ‘ଫୁଡ ବ୍ୟାଙ୍କ ଇଣ୍ଡିଆ’ର ଫାଉଣ୍ଡର ସ୍ନେହା ମୋହନଦାସଙ୍କୁ ପିଏମ ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟସରେ ନିଜର ପ୍ରେରଣାଦାୟୀ କାହାଣୀ ଶୁଣିବାର ମୌକା ମିଳିଛି । ସ୍ନେହା ନିଜର ଟୁଇଟର ରେ ଏହାର ସୂଚନା ଦେଇଛନ୍ତି । ଏବେ ସେ ପିଏମ ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଷ୍ଟୋରି ଭିଡିଓ ପୋଷ୍ଟ କରିଛନ୍ତି । ସ୍ନେହା ପିଏମ ଆକାଉଣ୍ଟରେ ଲୋକଙ୍କ ପ୍ରଶ୍ନର ବି ଉତ୍ତର ବି ଦେଉଛନ୍ତି ।

Leave a Reply

Your email address will not be published. Required fields are marked *