ମକର ସଙ୍କ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 5ଟି କାମ, ନଚେତ….

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କରିବା ଯୋଗୁ ମକର ସଙ୍କ୍ରାନ୍ତି ପଲାଣ କରା ଯାଇଥାଏ । ଏହି ସମୟରେ ସୂର୍ଯ୍ୟ ଦେବତା ଉତ୍ତରାୟଣ ରହିଥାନ୍ତି ଯାହା ପାଇଁ ଏହି ଦିନକୁ ଉତ୍ତରାୟଣ ମଧ୍ୟ କୁହାଯାଏ । ଏହି ବର୍ଷ ଜାନୁଆରୀ ମାସ ୧୪ ତାରିଖରେ ମକର ସଙ୍କ୍ରାନ୍ତି ପଡୁଅଛି । ଶାସ୍ତ୍ର ଅନୁସାରେ ଏହି ଦିନ କୌଣସି ଦାନ ଧର୍ମ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ କୌଣସି ନୂଆ କାମ ମଧ୍ୟ ଆରମ୍ଭ କରିଲେ ଶୁଭ ମାନା ଯାଇଥାଏ ।

କିନ୍ତୁ ଏହି ଦିନ ଏମିତି କିଛି କାମ କରିବା ପାଇଁ ବର୍ଜନ କରା ଯାଇଛି । ଆସନ୍ତା ଜାଣିବା ସେହି କାମ ଗୁଡିକ କଣ ଯାହା ମକର ସଙ୍କ୍ରାନ୍ତି ଦିନ କରିବା ଉଚିତ ନୁହେଁ । ୧- ଶାସ୍ତ୍ର ଅନୁସାରେ ମକର ସଙ୍କ୍ରାନ୍ତି ଦିନ ଘରେ ବା ବାହାରେ ଗଛ କାଟିବା ଉଚିତ ନୁହେଁ । ଅନେକ ଜାଗାରେ ଏହି ଦିନରେ ଫସଲ କାଟିବା ନିୟମ ରହିଛି । ଯଦି ସମ୍ଭବ ତେବେ ଏହି ଦିନ ଘରେ ବା ବାହାରେ ଗଛ ଲଗାଇବା ଉଚିତ ।

୨- ମକର ସଙ୍କ୍ରାନ୍ତି ଦିନ ସ୍ନାନ କରିବା ପରେ ଦାନ କରିବା ପୂଣ୍ୟ ହୋଇଥାଏ ଯାହାର ବିଶେଷ ମହତ୍ଵ ରହିଛି । ଏହି ଦିନ ତିଳ, ଗୁଡ, କମ୍ବଳ ବା ଅନାଜ ଭଳି ଜିନିଷ ଦାନ କରିଲେ ଶୁଭ ହୋଇଥାଏ । ଏହି ଦିନ ଆପଣଙ୍କ ଘରକୁ କୌଣସି ଅସହାୟ ବ୍ୟକ୍ତି ବା ଦୁଖୀ ବ୍ୟକ୍ତି ଆସିଲେ ତାଙ୍କୁ ଖାଲି ହାତରେ ନ ଫେରାଇ କିଛି ନା କିଛି ଦାନ କରିଲେ ସୂର୍ଯ୍ୟ ଦେବତାଙ୍କ କୃପା ଲାଭ ହୋଇଥାଏ ।

୩- ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଶୁଭ ହୋଇଥାଏ । ଏହି ଦିନ ବାତାବରଣରେ ସୂର୍ଯ୍ୟ ଦେବତାଙ୍କ କିରଣ ତୀବ୍ର ରହିଥାଏ । ଶାସ୍ତ୍ର ଅନୁସାରେ ଏହି ଦିନ ଛୋଟ ପିଲା ବା ରୋଗୀ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ମାନେ ସ୍ନାନ କରିବା ପରେ ସୂର୍ଯ୍ୟ ଉପାସନା କରିବା ଉଚିତ । ଏହା ପରେ କିଛି ନା କିଛି ଦାନ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

୪- ମକର ସଙ୍କ୍ରାନ୍ତି ଦିନ ଭୁଲରେ କ୍ରୋଧ କରିବା ଅନୁଚିତ । ବିଶେଷ କରି ନିଜର ବାଣୀ ଉପରେ ସଂଯମ ରକ୍ଷା କରିବା ଉଚିତ । ଶାସ୍ତ୍ର ଅନୁସାରେ କୌଣସି ଶୁଭ ଦିନରେ ଗୃହରେ କଳହ ବା ବିବାଦ ଲାଗି ରହିଥିଲ ଏହାର ଖରାପ ପ୍ରଭାବ ପଡିଥାଏ । ଏହା ସହ ଘରେ ନାକାରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ । ଯାହା ଆପଣଙ୍କ ଜୀବନରେ ଅବନ୍ନତିର କାରଣ ହୋଇଥାଏ ।

୫- ଶାସ୍ତ୍ର ଅନୁସାରେ ଏହି ଦିନ ପିଆଜ, ରସୁଣ, ଆମିଷ ଭୋଜନ କରିବା ଅନୁଚିତ । ଏହି ଦିନ ସାତ୍ଵିକ ଆହାର ଭୋଜନ କରିବା ଉଚିତ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହେବା ସହ ଧନ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *