ମୃତ୍ୟୁ ପୂର୍ବରୁ ଏମିତି କହିଲେ Mihir Das, ଯାହା ଶୁଣି ଆପଣଙ୍କ ଆଖିରେ ଲୁହ ଆସିଯିବ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ନିଧନ ହୋଇଛି । ତାଙ୍କର ପରଲୋକରେ ପୁରା ଓଡିଆ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ତାଙ୍କର ପ୍ରଶଂସକ ମାନେ ତନକର ପରଲୋକରେ ସ୍ତବ୍ଧ ହୋଇ ଯାଇଛନ୍ତି । କାରଣ ଏତେ କମ ବୟସରେ ମିହିର ଭାଇ ଏ ଦୁନିଆରୁ ବିଦ୍ୟା ନେଇଛନ୍ତି ତାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟକର କଥା ଅଟେ ।

ତେବେ ବର୍ତ୍ତମାନ ମିହିର ଦାସଙ୍କର ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଛି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ । ତେବେ ଆସନ୍ତୁ ଜାଣିବା ମିହିର ଭାଇ କଣ ସବୁ କହିଛନ୍ତି । ଏହି ଭିଡିଓ ରେ ମିହିର ଭାଇ କହିଛନ୍ତି ଯେ ତାଙ୍କର ସମ୍ପତି କହିବାକୁ ଗଲେ ଦୁଇ ପୁଅ ଓ ଦର୍ଶକ ମାନଙ୍କ ଭଲ ପାଇବା ଆଉ କିଛି ନୁହେଁ ।

ତାଙ୍କ ପାଖରେ ଏହି ସମ୍ପତି ବ୍ଯତୀତ ଆଉ କିଛି ନାହି ଗଲା ବେଳେ ସେ ଏହା ନେଇକି ଯିବେ ବୋଲି କହିଛନ୍ତି । ଅନ୍ୟ କୌଣସି ସମ୍ପତି ଉପରେ ତାଙ୍କର ଲୋଭ ନାହି କି କୌଣସି ପ୍ରଭାବ ପକାଏ ନାହି । ୧୦ଟି ଟଙ୍କା ଥିଲେ ମଧ୍ୟ ସେ ରାଜା ଭଳି ବଞ୍ଚି ପାରିବେ ବୋଲି କହିଛନ୍ତି ।

ଦର୍ଶକ ମାନଙ୍କ ଭଲ ପାଇବା ତାଙ୍କ ପାଇଁ ସବୁ କିଛି ବୋଲି ମିହିର ଭାଇ ମୃତ୍ୟୁ ପୂର୍ବରୁ କହିଛନ୍ତି । ସେ ଏ ଦୁନିଆରୁ ବିଦାୟ ନେବା ସମୟରେ କେହି ତ ଜଣେ କହିବେ ଏଇ ଯାଉଛି ମିହିର ଭାଇ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ମିହିର ଦାସ । ଭଲ ପାଇବାର ଏକ ନମୁନା ପାଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି ।

ମାଉସୀର ଗେଲହା ହେଉ ବା ଭାଉଜ ଭଉଣୀଙ୍କର ଦୂବ ଅରୁଆ ଚାଉଳ ହେଉ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ମିହିର ଦାସ । ସେ ତାଙ୍କର ଧନ ସମ୍ପତି କୁ ପଛରେ ପକାଇ ନିଜର ଦୁଇ ପୁଅ ଓ ଦର୍ଶକ ମାନଙ୍କ ସହଯୋଗ କୁ ନିଜର ଅମୂଲ୍ୟ ସମ୍ପତି ମନେ କରିଛନ୍ତି । ଆମେ ମାନେ ସମସ୍ତେ ଅଭିନେତା ମିହିର ଦାସଙ୍କ ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ଅକରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ମିହିର ଦାସଙ୍କର ଏଭଳି ପ୍ରତିକ୍ରିୟାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *