ମାଳିକା ମନ୍ଥନ: ଭୁବନେଶ୍ବରରେ ରାତି 12ରେ ଶୁଭିବ ଶୂନ୍ୟରୁ ଗର୍ଜନ… ଶେଷରେ ମିଳିଲା ଏହି ପ୍ରାମାଣ- Malika Bachana

କଳିଯୁଗକୁ ନେଇ ମାଲିକାରେ ବିଭିନ୍ନ ପ୍ରକାରର ଭବିଷ୍ୟତବାଣୀ ଲେଖା ହୋଇଛି । ଯାହାକି ଦିନେ ନା ଦିନେ ସତ୍ୟ ପ୍ରମାଣିତ ହେବ ବୋଲି ବି କୁହାଯାଉଛି । ଏମିତିରେ ସମୟ ଆସିଲେ ହିଁ ଜଣାଯିବ । ଏହା ସହିତ ଏଥିରେ କୁହାଯାଇଛି କି କଳିଯୁଗ ଶେଷ ସମୟରେ କିଛି ସଂକେତ ମିଳିବ । ମହାପୁରୁଷମାନେ ମାଳିକା ଗ୍ରନ୍ଥରେ ଏକ ଭବିଷ୍ୟବାଣୀ ଏମିତି ବି କରିଛନ୍ତି କି ଏକାମ୍ର କ୍ଷେତ୍ରରେ ଶୂନ୍ୟରୁ ଏକ ଭୟଙ୍କର ଗର୍ଜନ ଶୁଣାଯିବ । ଏକାମ୍ର କ୍ଷେତ୍ର ବର୍ତ୍ତମାନ ସମୟରେ ଓଡିଶାର ରାଜଧାନୀ ଭୁବନେଶ୍ଵର ଅଟେ । ଭୁବନେଶ୍ଵର ସହରରୁ ଏକ ଭୟଙ୍କର ଶବ୍ଦ ଶୁଣାଯିବ । ତେବେ ଚାଳନ୍ତୁ ଜାଣିବା ଏହି ଶବ୍ଦ କେବେ ଓ କେଉଁଠି ଶୁଣାଯିବ ଏବଂ ଏହା କଳିଯୁଗର ଶେଷ ସମୟକୁ ନେଇ ଏହା କଣ ସଂକେତ ଦେବ ।

ମାଳିକା ଗବେଷକ ଅଭିରାମ ଦେବଦାସ ଏହି ପ୍ରସଙ୍ଗରେ ନିଜର ମନ୍ତବ୍ୟ ଜାହିର କରି କହିଲେ କି ମହାପୁରୁଷଙ୍କ ମତରେ ଏକାମ୍ର କ୍ଷେତ୍ର ହେଉଛି ଲିଙ୍ଗରାଜ କ୍ଷେତ୍ର । ଏକାମ୍ର କ୍ଷେତ୍ର ଅର୍ଥାତ ଏକାମ୍ର ବନ । ଲିଙ୍ଗରାଜ ହେଉଛନ୍ତି ଏକାମ୍ର ବନର ଅଧିକାର । ସେହି ଲିଙ୍ଗରାଜ ମନ୍ଦିରରେ ଅଚାନକ ଏକ ଶବ୍ଦ ଶୁଣାଯିବ । ଅଚ୍ୟୁତାନନ୍ଦ ଲେଖିଲେ କି ‘ମଧୁ ପୂର୍ଣମୀ ଗୁରୁବାରରେ ଶୂନ୍ୟ ଶବ୍ଦ ଶୁଭିବ କର୍ଣରେ’ । ଏହାର ଅର୍ଥ ମଧୁ ପୂର୍ଣମୀ ଅର୍ଥାତ ଚୈତ୍ର ମାସର ପୂର୍ଣମୀର ଗୁରୁବାର ଦିନ ଏକ ଶୂନ୍ୟ ଶବ୍ଦ ଶୁଣାଯିବ ।

ଏହାକୁ ପ୍ରମାଣ କରି ଜଗନ୍ନାଥ ଦାସ କହିଲେ କି ‘ଭୈରବ ଡାକିବ ଭୁବନେଶ୍ଵରରେ ଚୈତ୍ର ମାସ ଯେ ଗୁରୁବାରରେ’ । ଏହା ପରେ କହିଲେ କି ‘୨୪ ଅଙ୍କ ଭିତରେ ଓ ଜାଣ ଭୈରବ ଡାକିବ ନିଶା ଅର୍ଦ୍ଧେଣ’ । ଅର୍ଥାତ ଯେତେବେଳେ କଳିଯୁଗର ଆୟୁ ୫୧୨୪ ବର୍ଷ ହୋଇଥିବ ସେହି ସମୟରେ ଚୈତ୍ର ପୂର୍ଣମୀ ଗୁରୁବାର ଦିନ ପଡିବ । ସେହି ଦିନ ଶୂନ୍ୟରେ ଯେଉଁ ଶବ୍ଦ ଶୁଣାଯିବ ତାହା ଯାଜପୁର ପର୍ଯ୍ୟନ୍ତ ଶୁଣାଯିବ । ସେ କହିଲେ କି ‘ ସେ ଡାକ ଶୁଭିବ ଯାଜପୁରକୁ ବୀର ଯାଇ ଯିବେ ବ୍ରହ୍ମା ସ୍ଥାନକୁ’ ଅର୍ଥାତ ବିରଜା ଦେବୀ ବ୍ରହ୍ମା ସ୍ଥାନକୁ ଯିବେ । ସେ ଆଗକୁ କହିଲେ କି ଦେବୀ ବୀର ଯାଇ ଧ୍ୟାନ ଭାଙ୍ଗିବ ଏକା ଡାକରେ ବ୍ରହ୍ମାଣ୍ଡ ପୂରିବ । ‘

ଆମର ପୂର୍ବ ପୁରୁଷମାନେ କହୁ ଥିଲେ କି ଗ୍ରାମଦେବୀମାନେ ରାତିର ଗାଁ ବୁଲନ୍ତି । କେତେକ ଲୋକମାନେ ଏହାକୁ ଅନୁଭୂତି ବି କରିଛନ୍ତି । କିନ୍ତୁ ୯୯ ମସିହାର ବାତ୍ୟା ପରେ ସେହି ସମସ୍ତ ଜିନିଷ ଆଉ ନାହିଁ । ଯେମିତି କି ମହାଶକ୍ତି ଥିଲେ ସେମାନେ ଆଉ ନାହାନ୍ତି । କିନ୍ତୁ ଯେତେବଳେ ଶୂନ୍ୟରୁ ଶବ୍ଦ ଶୁଣାଯିବ ଯେତିକି ବି ମାତୃ ଶକ୍ତି ଅଛନ୍ତି ସେମାନେ ସବୁ ଜାଗି ଉଠିବେ ।

Leave a Reply

Your email address will not be published. Required fields are marked *