ମନ୍ଦିରରେ ଜୁହାର ହେବା ପରେ ବ୍ୟକ୍ତି ଜଣଙ୍କ କଳା କିଛି ଏମିତି କମ ଦେଖି ଆପଣ ହେବେ ଆଶ୍ଚର୍ଯ୍ୟ॥ ଦେଖନ୍ତୁ Video

ଆଜିକାଲି ଯୁଗରେ ଚୋରମାନେ ଭଗବାନଙ୍କୁ ବି ଛାଡୁ ନାହାନ୍ତି । ବର୍ତ୍ତମାନର ମଣିଷ ନିଜ ସ୍ଵାର୍ଥ ପାଇଁ କିଛି ବି କରି ପାରେ । ଆଜି ଆମେ ଆପଣଙ୍କ ପାଇଁ ଏକ ଅଦ୍ଭୁତ ଦୃଶ୍ୟ ନେଇ ଆସିଛୁ । ଯେଉଁଥିରେ କି ଆପଣ ଦେଖି ପାରିବେ କି ଏହି ମନ୍ଦିରରେ ପ୍ରଥମେ ଗୋଟିଏ ଯୁବକ ଆସୁଛି । ସମସ୍ତଙ୍କ ଭଳି ସେ ଭଗବାନଙ୍କୁ ପ୍ରଣାମ କରୁଛି । କିନ୍ତୁ ଭଗବାନଙ୍କୁ ଜୁହାର ହେବା ପରେ ସେ ଠାକୁରଙ୍କ ସାମ୍ନାରେ ଥିବା ଦାନ ବାକ୍ସକୁ ଉଠାଇ ନେଉଛି ।

ଏହି ଚୋରର ଚୋରୀ କରିବାର ସବୁ ଦୃଶ୍ୟ ମନ୍ଦିର ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରେ ସୁଟ ହୋଇ ଯାଇଛି । ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି । ଏହି ଦୃଶ୍ୟ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଘଟିଛି ।

ଯେମିତି କି ଆପଣ ଦେଖି ପାରିବେ କି ଗୋଟିଏ ଯୁବକ ମନ୍ଦିର ଭିତରକୁ ପଶି ଭଗବାନଙ୍କ ପ୍ରତିମାକୁ ଦେଖି ହାତ ଯୋଡି ପ୍ରଣାମ ବି କରୁଛି । ଏତିକି ନୁହେଁ ସେ ନିଜ ମୋବାଇଲରେ ଭଗବାନଙ୍କ ଫଟୋ ବି ଉଠାଉଛି । କିନ୍ତୁ ଭଗବାନଙ୍କ ନିକଟରେ ଥିବା ତାଙ୍କର ଦାନ ବାକ୍ସକୁ ଉଠାଇ ନେଇ ଯାଉଛି । କିନ୍ତୁ ଏହି ଚୋରର ଧ୍ୟାନ ନ ଥିଲା କି ସେଠି ଗୋଟିଏ ସିସିଟିଭି କ୍ୟାମେରା ଲାଗିଛି । ଯୁବକର ଆବ ଭାବରୁ ଲାଗୁଥିଲା କି ତାର ଭଗବାନ ଉପରେ ବହୁତ ବିଶ୍ଵାସ ଅଛି ।

କିମ୍ବା ଚୋରର ଏହା ନୀତି ଦିନିଆ କାମ ଅଟେ । କହିଦେଉଛୁ କି ଏହି ଘଟଣା ମହାରାଷ୍ଟ୍ରର ଥାନେ ସହରର ଖୋପନ ବସ ନିକଟରେ ଥିବା ଏକ ହନୁମାନ ମନ୍ଦିରରେ ଘଟିଛି । କୁହାଯାଉଛି କି ଯେତେବେଳେ ପୂଜାରୀ କୌଣସି କାମ ପାଇଁ ମନ୍ଦିର ବାହାରକୁ ଯାଇ ଥିଲେ ତେବେ ସେହି ସମୟରେ ଚୋର ଟି ମନ୍ଦିରରୁ ଦାନ ବାକ୍ସ ନେଇ ଫେରାର ହୋଇ ଯାଇଛି । କୁହାଯାଉଛି କି ଏହି ଦାନ ବାକ୍ସରେ ୧୦୦୦ ଟଙ୍କାରୁ ବି ଅଧିକ ଟଙ୍କା ଥିଲା ।

ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ସିସିଟିଭି ଆଧାରରେ ଚୋରକୁ ଧରି ଚୋରୀ ହୋଇଥିବା ଟଙ୍କାକୁ ଜବତ କରିଛି । ଆଜିକାଲି ସିସିଟିଭି କ୍ୟାମେରା ଚାରି ଆଡେ ଲାଗି ଯାଇଛି । ସେଥିପାଇଁ କୌଣସି ବି ଭୁଲ କାମ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରନ୍ତୁ ।

Leave a Reply

Your email address will not be published. Required fields are marked *