ମଙ୍ଗଳ ସୂତ୍ର କିପରି ବ୍ୟବହାର କରିଲେ ସ୍ବାମୀର ହୋଇଥାଏ ଉନ୍ନତି, ବଢିଥାଏ ଆୟୁଷ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ହିନ୍ଦୁ ଧର୍ମ ରେ ମଙ୍ଗଳସୁତ୍ର ର ମହିମା ପ୍ରାୟ ସମସ୍ତ ନାରୀ ବୁଝିଛନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ପୂର୍ବ କାଳ ରୁ ବହୁତ କିଛି ମାନି ଆସିଛୁ । ତା ଭିତରୁ ଗୋଟେ ହେଲା ମଙ୍ଗଳସୁତ୍ର । ମହିଳା ମାନଙ୍କୁ ବିବାହ ର ପରିଚୟ ଦେଇଥାଏ ଏହି ମଙ୍ଗଳସୁତ୍ର । ମଙ୍ଗଳସୁତ୍ର ବିନା କୌଣସି ବି ବିବାହ ସମ୍ପୂର୍ଣ୍ଣ ହୋଇନଥାଏ । ଏହି ମଙ୍ଗଳସୁତ୍ର ର ଅନେକ ଗୁଡିଏ ମହତ୍ତ୍ୱ ମଧ୍ୟ ରହିଛି । କିନ୍ତୁ ଆମ ଓଡ଼ିଶା ର ବିଭିନ୍ନ ସ୍ଥାନ ରେ ମଙ୍ଗଳସୁତ୍ର ର ବ୍ୟବହାର ହୋଇନଥାଏ ।

କାରଣ ସେହି ସ୍ଥାନ ମାନଙ୍କରେ ଅନ୍ୟ ପ୍ରଥା ସବୁ ପ୍ରଚଳିତ ଥାଏ । ତେଣୁ ସେହି ସ୍ଥାନରେ ମଙ୍ଗଳସୁତ୍ର ର ବ୍ୟବହାର ହୋଇନଥାଏ । କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ମଙ୍ଗଳସୁତ୍ର ର ବ୍ୟବହାର କରିଲେଣି । ଆମ ହିନ୍ଦୁ ଶାସ୍ତ୍ର ରେ ଲେଖା ଅଛି କି ସମସ୍ତ ବିବାହିତ ମହିଳା ମଙ୍ଗଳସୁତ୍ର ର ବ୍ୟବହାର କରିବେ । ତେଣୁ ମଙ୍ଗଳସୁତ୍ର ର କିଛି ଗୁରୁତ୍ୱ ଜାଣିବା ନିହାତି ଦରକାର ।

ପ୍ରଥମେ ଅନ୍ୟ ମହିଳା ଙ୍କର ମଙ୍ଗଳସୁତ୍ର ମାଗି ପିନ୍ଧିବା ସମ୍ପୂର୍ଣ୍ଣ ବର୍ଜିତ ଅଟେ । ଏବଂ ନିଜ ମଙ୍ଗଳସୁତ୍ର ମଧ୍ୟ ଅନ୍ୟ କାହାକୁ ଦେବା ଅଶୁଭ ଅଟେ । ସେ ଯେତେ ବି ନିଜର କି ଆପଣାର ହେଇଥାଉ ନା କାହିଁକି ମଙ୍ଗଳସୁତ୍ର କେବେ ଦେବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଫାଟକ ଦେଖାଯାଇଥାଏ । ଦୁହିଁଙ୍କ ମଧ୍ୟ ରେ ପ୍ରେମ କମିଯାଇଥାଏ । ସର୍ବଦା ଦୁହିଁଙ୍କ ମଧ୍ୟ ରେ କଳି ଝଗଡା ହୋଇଥାଏ ।

ଦ୍ୱିତୀୟ ମହିଳା ମାନଙ୍କ ପାଇଁ ନିଜର ପାଉଁଜି , ଝୁଣ୍ଟିଆ , ଗୋଡ଼ମୁଦି , ଶଙ୍ଖା ଆଦି ଯେତିକି ଜରୁରୀ ହୋଇଥାଏ ତା ଠାରୁ ଅଧିକ ମଙ୍ଗଳସୁତ୍ର ର ମହତ୍ତ୍ୱ ହୋଇଥାଏ । ମଙ୍ଗଳସୁତ୍ର ରେ ସ୍ୱାମୀ ର ଅସ୍ତିତ୍ବ ରହିଥାଏ । ତେଣୁ ସଦା ସର୍ବଦା ମଙ୍ଗଳସୁତ୍ର ର ସମ୍ମାନ କରିବା ଉଚିତ ଏବଂ ତାକୁ ପାଖରେ ରଖିବା ଉଚିତ । ମଙ୍ଗଳସୁତ୍ର ଆପଣଙ୍କୁ ବିବାହ ନଜର ରୁ ମଧ୍ୟ ରକ୍ଷା କରିଥାଏ । ମଙ୍ଗଳସୁତ୍ର ର ରଙ୍ଗ କଳା ହୋଇଥାଏ । ମଙ୍ଗଳସୁତ୍ର କଳା ମାଳି ଏବଂ ସୁନାରେ ତିଆରି ହୋଇଥାଏ ।

କାରଣ କଳା ଜିନିଷ ସବୁ ଆମକୁ ଖରାପ ନଜରରୁ ରକ୍ଷା କରିଥାଏ । ଏହା ଦାମ୍ପତ୍ୟ ଜୀବନକୁ ଖୁସି ରେ ରଖିଥାଏ । ତେଣୁ କେବେ ହେଲେ ବି ମଙ୍ଗଳସୁତ୍ର କୁ ଗଳା ରୁ କାଢ଼ିବା ଉଚିତ ନୁହେଁ । ମଙ୍ଗଳସୁତ୍ର କୁ ସେତେବେଳେ କଢାଯାଇଥାଏ ଯେତେବେଳେ କିଛି ଅଶୁଭ ଘଟିଥାଏ । ତେଣୁ ଯଦି ମଙ୍ଗଳସୁତ୍ର କାଢ଼ିବାର ଅଧିକ ଆବଶ୍ୟକତା ରହିଛି ତେବେ ତାକୁ କାଢ଼ିବା ଆଗରୁ ଗୋଟିଏ କଳା ସୁତା ବେକ ରେ ବାନ୍ଧିଦିଅନ୍ତୁ । ମଙ୍ଗଳସୁତ୍ର ର ଛିଣ୍ଡିଯିବା ମଧ୍ୟ ବହୁତ ଅଶୁଭ ହୋଇଥାଏ ।

ତେଣୁ ମଙ୍ଗଳସୁତ୍ର କୁ ସର୍ବଦା ନିଜ ସହିତ ଯତ୍ନ ରେ ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ଆସିଥାଏ । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ସବୁବେଳେ ପ୍ରେମ ଓ ବୁଝାମଣା ରହିଥାଏ । ମଙ୍ଗଳସୁତ୍ର କୁ ଏପରି ବ୍ୟବହାର କରିବା ଦ୍ବାରା ସ୍ୱାମୀ ର ଆୟୁଷ ବଢ଼ିଥାଏ ଏବଂ ସେ ରୋଜଗାର କ୍ଷମ ହୋଇଥାଏ । ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ଖୁସି ଲାଭ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *