ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ, ପଡିଥାଏ ଶନି ଙ୍କ କୁ-ଦ୍ରୁଷ୍ଟି…

ବନ୍ଧୁଗଣ ଶାସ୍ତ୍ରରେ ପ୍ରତେକ ଦିନର ମହତ୍ଵ ବିଷୟରେ କୁହାଯାଇଛି । ସପ୍ତାହର ପ୍ରତେକ ଦିନର କିଛି ନା କିଛି ବିଶେଷତା ରହିଥାଏ । କାରଣ କୌଣସି ନା କୌଣସି ଗ୍ରହ ଭଗବାନଙ୍କ ସହ ଯୋଡି ହୋଇ ରହିଥାନ୍ତି । ଏଥିପାଇଁ ସପ୍ତାହର ପ୍ରତେକ ଦିନରେ କିଛି ନା କିଛି ନିୟମ ରହିଛି । ଏହାର ପାଳନ କରିବା ଦ୍ଵାରା ଆମ ଜୀବନରେ ଅନେକ ପରିବର୍ତ୍ତନ ଆସିପାରିବ । ଆମର ଶାସ୍ତ୍ରରେ ଯେଉଁ ସବୁ କଥା କୁହାଯାଇଛି ସେହିସବୁ ମାନ୍ୟତା ପଚରେ ଖାସ କାରଣ ରହିଥାଏ । ଆଜି ଆମେ ଜାଣିବା ମଙ୍ଗଳବାର ଦିନ କେଉଁ କେଉଁ କାମ କରିବା ଉଚିତ ଓ ଉଚିତ ନୁହେଁ ।

୧- ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ସିନ୍ଦୁର ଓ ନାଲି ରଙ୍ଗର ଫୁଲ ଚଢାଇବା ଦ୍ଵାରା ହନୁମାନ ଜି ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ହନୁମାନ ଚାଳିଶା ପାଠ କରିବା ସହ ହନୁମାନ ମନ୍ତ୍ର ପାଠ କରିବା ଦ୍ଵାରା ଶରୀରରୁ ବିକାର ନଷ୍ଟ ହୋଇଥାଏ ।

୨- ମଙ୍ଗଳବାର ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ । କୌଣସି ବିଶେଷ ଜିନିଷ କରିବା ପୂର୍ବରୁ ନାଲି ରଙ୍ଗର କପଡା ରଖନ୍ତୁ ।

୩- ଭଗବାନ ହନୁମାନଙ୍କୁ ଗୁଡ, ପାନପତ୍ର ଓ ଚଣା ର ପ୍ରସାଦ ଚଢାନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଶାରୀରିକ ବଳ ଓ ବୁଦ୍ଧି ପ୍ରାପ୍ତ ହେବ ।

୪- ମଙ୍ଗଳବାରର ସ୍ଵାମୀ ଅଧିପତି ମଙ୍ଗଳ ଗ୍ରହ ଅଟନ୍ତି । ଯଦି ଜାତକରେ ମଙ୍ଗଳ ଦୋଷ ଅଛି ତେବେ ମଙ୍ଗଳବାର ଦିନ ହନୁମାନ ଜି ଙ୍କ ବିଶେଷ ରୂପରେ ପୂଜା କରନ୍ତୁ ।

୫- ମଙ୍ଗଳବାର ଦିନ ମା ପାର୍ବତୀଙ୍କ ବ୍ରତ ଉପବାସ ରଖାଯାଇଥାଏ । ଏହି ବ୍ରତରେ ଗୋଟିଏ ସମୟ ଭୋଜନ କରି ସାତ୍ଵିକ ଆହାର ଗ୍ରହଣ କରିବା ଉଚିତ ।

୬- ମଙ୍ଗଳବାର ଦିନ ନାଲି ମସୁର ଡାଲି ଓ ଗୁଡର ଦାନ କରିଲେ ଘରୁ ଦୁଃଖ ଓ ଦାରିଦ୍ରତା ଦୂର ହୋଇଥାଏ । ଏବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାମ କରିବା ଉଚିତ ନୁହେଁ ।

୧- କୌଣସି ଶୁଭ କାମ ବା ଜରୁରୀ କାମ କରିବା ପାଇଁ ମଙ୍ଗଳବାର ଦିନ ଉଚିତ ମାନାଯାଏ ନାହିଁ । ଏଥିପାଇଁ ଏହି ଦିନ ମହତ୍ବପୂର୍ଣ୍ଣ କାମ ଆରମ୍ଭ କରିବା ଅନୁଚିତ ।

୨- ମଙ୍ଗଳବାର ଦିନ କୌଣସି ଦୂର ଯାତ୍ରା କରିବା ଉଚିତ ନୁହେଁ । ଏହି ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଏହା ବଦଳରେ ନାଲି ରଙ୍ଗର ବସ୍ତ୍ର ପିନ୍ଧିଲେ ଅଧିକ ଲାଭ ମିଳିଥାଏ ।

୩- ମଙ୍ଗଳବାର ଦିନ କ୍ଷୀର କିଣନ୍ତୁ ନାହିଁ କି କ୍ଷୀର ଜାତୀୟ ଦ୍ରବ୍ଯ ସେବନ କରନ୍ତୁ ନାହିଁ । କାରଣ କ୍ଷୀର ର ସମ୍ପର୍କ ଚନ୍ଦ୍ରଙ୍କ ସହ ରହିଥାଏ ।

୪- ମଙ୍ଗଳବାର ଦିନ ମାଛ ଖାଇବା ଅଶୁଭ ମାନାଯାଇଛି । ଏହା ଜୀବନରେ ଆର୍ଥିକ ସଙ୍କଟ ଆଣିପାରେ ଓ ଆର୍ଥିକ ସମସ୍ଯା ଆସିପାରେ ।

୫- ମଙ୍ଗଳବାର ଦିନ ଗାଈ କୁ ରୁଟି ଖାଇବାକୁ ଦେଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଦିନ ଲୁହାର ଜିନିଷ କିଣନ୍ତୁ ନାହିଁ ।

୬- ମଙ୍ଗଳବାର ଦିନ ମହିଳାଙ୍କୁ ଶ୍ରୀଙ୍ଗାର ଜିନିଷ କିଣିବା ଉଚିତ ନୁହେଁ । ଏହି ଦିନ ଭୁଲରେ ବିରି ଡାଲି ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଭଗବାନ ଶନି ଓ ମଙ୍ଗଳଙ୍କର ସଂଯୋଗ କଷ୍ଟଦାୟକ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *