ଧନ ଅର୍ଜନ କରିବାର କିଛି ଉପାୟ- ଏହା ସହ ଆହୁରି କିଛି ଆଜିର ଅନୁଚିନ୍ତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ସହ ଜଡିତ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ଯଦି ଅଧିକ ଧନ ଅର୍ଜନ କରିବାକୁ ଚାହୁଁଛନ୍ତି ତେବେ ଘରେ ଯେଉଁ ବି ଲକ୍ଷ୍ମୀଙ୍କ ଫୋଟୋ ବା ମୂର୍ତ୍ତି ରଖୁଛନ୍ତି ବସିଥିବା ଅବସ୍ଥାରେ ପୂଜା କରିବା ଉଚିତ । କିନ୍ତୁ ଦୋକାନରେ ଲକ୍ଷ୍ମୀଙ୍କ ପୂଜା କରୁଥିଲେ ତାହା ଠିଆ ହୋଇଥିବା ଆବଶ୍ୟକ ।

୨- କେବେ ବି ରୋଷେଇ ଘରେ ଡଷ୍ଟବିନ ରଖିବା ନୁହେଁ । ରୋଷେଇ ଘରେ କୌଣସି ଠାକୁରଙ୍କ ଫୋଟୋ ଲଗାଇବା ଉଚିତ ନୁହେଁ ।

୩- ଚାଉଳ, ଗହମ ଧୋଇବା ସମୟରେ କେବେ ବି ଛାତ ଉପରେ ଧୁଅନ୍ତୁ ନାହିଁ । ଏହା ଭଲ ନୁହେଁ । ଛାତ ଉପରେ ଲୁଗାପଟା ସଫା କରିବା ଅନୁଚିତ । କାରଣ ଛାତ ଉପରେ କେତୁଙ୍କ ଦ୍ରୁଷ୍ଟି ଥାଏ ।

୪- ନୂଆ ଘର ବା ପୁରୁଣା ଘର ହେଉ ଶୋଇବା ଘରେ କେବେ ବି ଧକଳା ରଙ୍ଗର ମାର୍ବଲ ବା ଟାଇଲ ଲଗାନ୍ତୁ ନାହିଁ । କାରଣ ଏହା ମନ୍ଦିରରେ ଲଗାଯାଏ । ଶୋଇବା ଘରେ ଲଗାଇଲେ ସେହି ଘରେ ଥିବା ନାରିଙ୍କ ମନ ଅଶାନ୍ତ ରହିବ ।

୫- ଯଦି ଆପଣ ମନ୍ଦିରକୁ ଯାଇଛନ୍ତି ଓ ଜୋତା ଚୋରୀ ହୋଇଗଲା ତେବେ ମନ ଦୁଃଖ କରନ୍ତୁ ନାହିଁ । କାରଣ ଜୋତା ଚୋରୀ ହେଲେ ସେହି ଦିନ ଠାରୁ ଶୁଭ ଦିନ ଆରମ୍ଭ ହୋଇଥାଏ ।

୬- ପାଣି ଟାଙ୍କି ସବୁବେଳେ ଘରର ଉତ୍ତର ଦିଗରେ ରଖିବା ଉଚିତ । କେବେବି ଦକ୍ଷିଣ, ପଶ୍ଚିମ ରଖିବେ ନାହିଁ । ପାଣି ଟାଙ୍କି ଚାହିଁଲେ ଉତ୍ତର-ପୂର୍ବ ଦିଗରେ ରଖିଲେ ମଧ୍ୟ ଭଲ ହୋଇଥାଏ ।

୭- ଘରର ଛାତର ବୀମା ତଳେ କେବେ ବି ରୋଷେଇ ଘର କରିବା ଉଚିତ ନୁହେଁ । ଏହା ସହ ବିମ ତଳେ କେବେ ବି ବସିକି ଖାଇବା ଉଚିତ ନୁହେଁ । ଏହାଦ୍ବାରା ଆଖିର କ୍ଷତି ଘଟିଥାଏ ।

୮- ବାସ୍ତୁ ଅନୁଯାୟୀ ଘରର ନୈରୁଦ କୋଣରେ ଶୌଚାଳୟ, ରୋଷେଇ ଘର ଥାଏ ତେବେ ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟରୁ କାହାର ସ୍ୱାସ୍ଥ୍ୟ ସର୍ବଦା ଖରାପ ହୋଇଥାଏ । ତେଣୁ ଏମିତି ଭୁଲ କରିବା ଉଚିତ ନୁହେଁ ।

୯- ଯଦି ପରିବାର ଭିତରେ ଅସାନ୍ତି ଲାଗି ରହୁଛି ତେବେ ଘରର ଅଗ୍ନି କୋଣରେ ଗୋଟେ ନାଲି ବଲ ଜଳାଇ ଦିଅନ୍ତୁ । ଦେଢ ମାସ ପରେ ଦେଖିବେ ମନୋମାଳିନ୍ୟ ଦୂରେଇ ଯିବ ।

୧୦- କୌଣସି ଘରେ ବାରମ୍ବାର ଝଗଡା ବା ମନାନ୍ତର ହେଉଥାଏ ତେବେ ସେହି ଘରର ମୁଖ୍ୟ ଯିଏ ତାଙ୍କର ଖଟ ତଳେ ପାଣି ଢାଳ ରାତିରେ ରଖନ୍ତୁ । ସକାଳୁ ଉଠିବା ପରେ ସେହି ପାଣି ଢାଳ କୁ ନେଇ ପାଣି ଓସ୍ତ ଗଛରେ ଢାଳିଲେ ମନାନ୍ତର ଦୂର ହୋଇଥାଏ । ଏହାକୁ ୭ ଦିନ ଯାଏଁ କରନ୍ତୁ ।

୧୧- ମନେ ରଖିବେ ଭଜା, ତରକାରୀ ବା ରୁଟି ହେଉ ଥରେ ରାନ୍ଧିବା ପରେ ଦ୍ଵିତୀୟ ଥରେ ଗରମ କରିଲେ ଖାଇଲେ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *