ମଣିଷଙ୍କ ପାଇଁ ମିଳିଲା ଆଉ ଏକ ଗ୍ରହ! ବୈଜ୍ଞାନିକ ଦାବି କରିଛନ୍ତି ଏଠାରେ ରହି ପାରିବେ ମଣିଷ… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ମଣିଷ ରହିବା ଉପୋଯୋଗୀ ଆଉ ଏକ ଗ୍ରହ କୁ ଠାବ କରିଛନ୍ତି ବୈଜ୍ଞାନିକ । ଏହା ଏକ ପଥୁରିଆ ଗ୍ରହ । ହେଲେ ଏଠାରେ ପାଣି ଥିବାର ଦାବି କରିହନ୍ତି ବୈଜ୍ଞାନିକ । ଏଠାରେ ମଣିଷ ବସବାସ କରିପାରେ ବୋଲି ବୈଜ୍ଞାନିକ ମାନେ ଆଶା କରୁଛନ୍ତି । ଏବେ ଏହାର ପରିବେଶ କୁ ନେଇ ପରୀକ୍ଷା ଚଲାଇଛନ୍ତି ବୈଜ୍ଞାନିକ । ପୃଥିବୀ ଠାରୁ 31 ଆଲୋକ ବର୍ଷ ଦୂରରେ   ଆଉ ଏକ ଏକ୍ସୋ ପ୍ଲାନେଟ ମିଳିଛି ।

ଏଠାରେ ଜୀବନ ସମ୍ଭବ ବୋଲି କୁହା ଯାଇଛି । ଏ ଯାଏଁ ପାଖା ପାଖି 5261 ପ୍ଲାନେଟ ର ସନ୍ଧାନ ମିଳିଥିବା ବେଳେ ଏଥିରୁ କେବଳ 261ଟି ଗ୍ରହ ମଣିଷ ରହିବା ଉପୋଯୋଗୀ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ନିକଟରେ ମିଳିଥିବା ଏକ୍ସୋ ପ୍ଲାନେଟକୁ ଉଲ୍ଫ1069-ପି ଭାବେ ନାମିତ କରାଯାଇଛି । ଏହାକୁ ଖୋଜିବାରେ ଦୁନିଆର 50ରୁ ଅଧିକ ବୈଜ୍ଞାନିକ ଲାଗି ପଡିଥିଲେ ।

ଏହି ଗ୍ରହ ରେଡ ୱାର୍କ ନକ୍ଷତ୍ର ଉଲ୍ଫ1069-ପି ଚାରିପଟେ ଘୂରୁଛି । ଏହି ଗ୍ରହ ପୃଥିବୀ ଠାରୁ 1.26 ଗୁଣ ଅଧିକ ଭାରି ହୋଇଥିବା ବେଳେ ପୃଥିବୀ ଠାରୁ 1.08 ଗୁଣା ବଡ । ଏହି ଗ୍ରହରେ ଜୀବନ ଗଢି ଉଠିବା ପାଇଁ ଆବଶ୍ୟକ ଉପାଦାନ ରହିଛି । ଏପରିକି ଏଠାରେ ପାଣି ଥିବାର ଯଥେଷ୍ଟ ସମ୍ଭାବନା ରହିଥିବା ବୈଜ୍ଞାନିକ ମାନେ କହିଛନ୍ତି । ଏହି ଗ୍ରହ ନିଜ ନିକଟତର ନକ୍ଷତ୍ର ଚାରିପଟେ ଥରେ ଘୂରିବାକୁ 88 ଦିନ ସମୟ ନେଉଛି ।

ଏହି କାରଣରୁ ଏଠାରେ ତାପମାତ୍ରା ମାଇନସ ଡିଗ୍ରୀ ରହିଛି । ଏଠିକାର ତାପମାତ୍ରା -40 ରୁ 45 ଦିଗରେ ରହିଛି । ଏହି ତାପମାତ୍ରା ମଣିଷ ରହିବା ପାଇଁ ଉପୋଯୋଗୀ ବୋଲି କହିଛନ୍ତି ଜର୍ମାନୀ ସ୍ଥିର ମ୍ୟାକ୍ସ ପ୍ଲାନେଟ ଇନଷ୍ଟିଚ୍ୟୁଟ ଆଷ୍ଟ୍ରୋନୋମି ର ବୈଜ୍ଞାନିକ ଡାଏନା କୋଷାବୁସ୍କି ।

ଡାକ୍ତର ଡାଏନା କହିଛନ୍ତି ଯେ ଏହି ଗ୍ରହ ଏପରି ସ୍ଥିତି ରେ ରହିଛି ଏହାର ଗୋଟେ ପାର୍ଶ୍ଵରେ ପୁରା ଆଲୋକିତ ରହିଥିବା ବେଳେ ଆଉ ଏକ ପାର୍ଶ୍ଵ ସଂପୂର୍ଣ୍ଣ ଅନ୍ଧକାର । ଏଠାରେ ପୃଥିବୀ ପରି ଦିନ ରାତିର ଫର୍ମୁଲା ନାହି । ଏହି ଗ୍ରହକୁ ଆଡଭାନ୍ସ କାରମେନ୍ଟ୍ଶ ଟେଲିସ୍କୋପ ରେ ଦେଖା ଯାଇଛି ।

ଏଇ ଗ୍ରହ ପୃଥିବୀ ପରେ ଷଷ୍ଠତମ ବାସୋପୋଯୋଗୀ ଗ୍ରହ ଅଟେ । ତେବେ ଏହି ଗ୍ରହରେ ମଣିଷ କିପରି ବସବାସ କରି ପାରିବ ସେ ବାବଦରେ ସଂପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଆହୁରି 10 ବର୍ଷ ସମୟ ଲାଗିବ । ଏହା ପୂର୍ବରୁ ପ୍ରୋକିସମା ସେନ୍ଟେନାରୀ-ବି, ଜି ଯେ-1069-ଡି, 100-ଟି ଗ୍ରହ କୁ ଆବିଷ୍କାର କରାଯାଇ ସାରିଛି । ଯାହା ମଣିଷ ପାଇଁ ବାସୋପୋଯୋଗି ବୋଲି କୁହା ଯାଉଛି ।

ତେବେ ଏହି ଗ୍ରହ ରେ କିପରି ମଣିଷ ରହିବ ସେ ନେଇ ବୈଜ୍ଞାନିକ ମାନେ ଗବେଷଣା ଜାରି ରଖିଛନ୍ତି । ଏହି ତଥ୍ୟ ଆଷ୍ଟ୍ରୋନେମି ଆଣ୍ଡ ଆଷ୍ଟ୍ରୋ ଫିଜିକ ଜନରାଲ ରେ ପ୍ରକାଶ ପାଇବା ପରେ ଏ ବିଷୟରେ ଅଧିକ ଜାଣିବା ପାଇଁ ବିଜ୍ଞାନୀଙ୍କ ପ୍ରେମୀଙ୍କ ମନରେ ଉଶ୍ଚାହ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *