ଆଶ୍ଚର୍ଯ୍ୟ ! ପୁଅ ପେଟରେ ପିଲା, କେମିତି ହେଲା ସମ୍ଭବ? ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ କୋଳ କୁ ପିଲା ଟି ଆସିଲେ ମା ଜୀବନର ପୂର୍ଣ୍ଣତା ଆସିଥାଏ । ମା ର ବାଶ୍ଚଲ୍ୟ ମମତା, ତପସ୍ୟା, ଅବଦାନ ଅବର୍ଣ୍ଣନୀୟ ଅଟେ । ଖାଲି ମା ନୁହେଁ ବାପା ମଧ୍ୟ ସନ୍ତାନର ଲାଳନପାଳନ ରେ ନିଜକୁ ସମର୍ପି ଦିଅନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା ଶୁଣିଲେ ଆପଣ ଚକିତ ହେବେ । ମା ବଦଳରେ ବାପା ଗର୍ଭ ରେ ଯଦି ପିଲା ବଢେ ତା ହେଲେ ଆପଣ କଣ କହିବେ ବନ୍ଧୁଗଣ ।

ଏହି କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳ ର କୁଚିଗଡା ରେ ଏଭଳି ଏକ ଅଦଭୁତ ପୂର୍ବ ଘଟଣା ଘଟିଛି । ଏଠାରେ ଜଣେ ମହିଳା ନୁହେଁ ବରଂ ଜଣେ ପୁରୁଷ ଗର୍ଭବତୀ ହୋଇଛନ୍ତି । କେରଳ ର କୁଚିଗଡା ରେ ରହୁଥିବା ଟ୍ରାନ୍ସ ଜେଣ୍ଡର କପଲ ଜିଆ ଓ ଜୋହାନ ବହୁତ ଜଲ୍ଦି ଘରକୁ ନୂଆ ଅତିଥି କୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେହି ନୂଆ ଅତିଥି ଆଉ କେହି ନୁହନ୍ତି ବରଂ ସେମାନଙ୍କର ପ୍ରଥମ ସନ୍ତାନ ।

ଏ ନେଇ ଉଭୟ ଯୋଡି ସୋସିଆଲ ମିଡିଆରେ ବାପା ଓ ମା ହେବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି । ମାର୍ଚ୍ଚ ମାସରେ ସେମାନଙ୍କର ପ୍ରଥମ ସନ୍ତାନ ଦୁନିଆକୁ ଆସିବ ବୋଲି ଜିଆ ଓ ଜୋହାନ ଆଶା ରଖିଛନ୍ତି । ଗତ 3 ବର୍ଷ ହେବ ଉଭୟ ଏକାଠି ରହୁଛନ୍ତି ।

ଇଂଷ୍ଟାଗ୍ରାମ ରେ ପ୍ରେଗନେନସି ଫୋଟୋ ସେୟାର କରି ଜିଆ ଲେଖିଛନ୍ତି ମୁଁ ମହିଳା ନ ଥିଲି , ଦିନେ ଗୋଟେ ଛୋଟ ଛୁଆ ମୋତେ ମା ବୋଲି ଡାକି ଥିଲା । ଏହା ପର ଠାରୁ ମାତୃତ୍ଵ ହେବାର ସ୍ଵପ୍ନ ଥିଲା । 3 ବର୍ଷ ହେବ ଆମେ ଏକାଠି ରହିଛୁ । ଜେଭଳି ମୋର ଏକ ସ୍ଵପ୍ନ ଥିଲା ମୁଁ ମା ହେବି ସେହିପରି ଜୋହାନ ଙ୍କ ର ମଧ୍ୟ ବାପା ହେବାର ସ୍ଵପ୍ନ ଥିଲା ।

ଆଉ ଆଜି ଉଭୟ ଙ୍କ ସହମତି କ୍ରମେ 8 ମାସର ଗର୍ଭଧାରଣ କରିଛନ୍ତି ଆଉ ତାଙ୍କ ସନ୍ତାନ ଗର୍ଭ ରେ ବଢୁଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଟ୍ରାନ୍ସ ଜେଣ୍ଡର କପଲ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ ର ସହାୟତା ନେଇଥିଲେ । ଜନ୍ମ ରୁ ଜିଆ ପୁଅ ଥିଲେ ହେଲେ ସର୍ଜରୀ କରି ସେ ଝିଅ ହୋଇ ଯାଇଥିଲେ । ସେହିପରି ଜୋହାନ ଝିଅ ଥିଲେ ହେଲେ ପରେ ସର୍ଜରୀ କରି ପୁଅ ହେବାକୁ ନିସ୍ପତି ନେଇଥିଲେ ।

ଏହା ପରେ ମଧ୍ୟ ଜୋହାନ ଗର୍ଭ ଧାରଣ କରିଥିଲେ । କୁହା ଯାଉଛି ପୁରୁଷ ହେବ ବେଳେ ସର୍ଜରୀ ପାଇଁ ଜୋହାନ ଙ୍କ ଗର୍ଭାଶୟ ଓ ଅନ୍ୟ କିଛି ଅଙ୍ଗ କୁ କଟା ଯାଇ ନ ଥିଲା । ତେବେ ସେ ଗର୍ଭଧାରଣ କରିଥିବା ଜଣା ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *