ମରିବା ପରେ ପୁଣି ଥରେ ବଞ୍ଚି ଥିବା ଏହି ବ୍ୟକ୍ତି କହିଲେ ମାରିବା ପରେ ତାଙ୍କ ସହିତ କଣ ହୋଇଥିଲା

ଦୁନିଆରେ ବହୁତ ଲୋକଙ୍କ ମନରେ ଏହା ଜାଣିବାକୁ ଇଚ୍ଛା ଥାଏ କି , ମାରିବା ପରେ କଣହୁଏ । ମରିବା ପରେ ମଣିଷର ଆତ୍ମା କୁଆଡେ ଯାଇଥାଏ ଏବଂ ତା ଆତ୍ମା ସହ କଣ ହୋଇଥାଏ । ହେଲେ ଆଜି ପର୍ଯନ୍ତ ଏହି ପ୍ରଶ୍ନର ଠିକ ଉତର ମିଳି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହା ଜାଣିବା ପରେ ଆପଣଙ୍କୁ ଆପଣଙ୍କର ସବୁ ପ୍ରଶ୍ନର ଉତର ମିଳିଯିବ ।

ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟରେ କହିବୁ ଚାହୁଞ୍ଚୁ , ମରିବା ପରେ ବଞ୍ଚିଗଲା ଏବଂ ବିଶ୍ବାସ କରନ୍ତୁ ଏହା କଉ ସିନେମା ର କାହାଣୀ ନୁହଁ ଯାହା ସତ ଅଟେ । ପ୍ରକୃତରେ ସେ ବ୍ୟକ୍ତି ମାରିବା ପରେ ବଞ୍ଚି ଗଲା ।

ଏହା ଜାଣିବା ପରେ ଆପଣଙ୍କୁ ବହୁତ ଆଶ୍ଚର୍ଯ ଲାଗିବ କିନ୍ତୁ ଏହା ସତ । ସୂଚନା ଯୋଗ୍ୟ ଇଏ କି ଏହି ବ୍ୟକ୍ତି ର ନାମ ବିଲିୟମ୍ସ ଏବଂ ତାଙ୍କର ବୟସ ୫୭ ବର୍ଷ । ବିଲିୟମ୍ସ ଙ୍କୁ ୨୦୧୧ ମସିହାରେ କୌଣସି ରୋଗ ହୋଇଥିବାରୁ ତାଙ୍କୁ ହସପିଟାଲରେ ଆଡମିଟ କରାଯାଇଥିଲା । କିନ୍ତୁ ଯେତବେଳେ ତାଙ୍କୁ ଅପରେଶନ ଥିଏଟୋରକୁ ନିଆଗଲା ସେତବେଳେ ତାଙ୍କର ହାର୍ଟ ଆଟାକ ହୋଇଥିଲା । ଏହା ଛଡା ଅମ୍ଳଜାନ କମ ହେବା କାରଣରୁ ତାଙ୍କ ମତିଷ୍କ କାମ କରିବା ବନ୍ଦ କରିଦେଲା । ଏହି ଅବସ୍ଥା ଦେଖି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଦେଲେ । କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କିଛି ସମୟ ପରେ ସେ ଆଖି ଖୋଲିଲେ ଏବଂ ତା ପରେ ଯାହା କହିଲେ ତାହା ବହୁତ ଆଶ୍ଚର୍ଯ୍ୟ କଲା ଭଳି ଥିଲା । ଚାଲନ୍ତୁ ଜାଣିବା ସେହି ସବୁ ଜିନିଷ ଯାହା ସେ ମାରିବା ସମୟରେ ଦେଖିଥିଲେ ।

ଏହା ଛଡା ଯେଉଁ କଥା ସେ ଆଖି ଖୋଲିଲା ପରେ କହିଲେ ସେ ସବୁ ସତ ଥିଲା । ଯେତବେଳେ ଏ ସବୁ କଥା ହୋଇଥିଲା ସେତବେଳେ ତାଙ୍କର ନିଶ୍ଵାସ ବନ୍ଦ ହୋଇଯାଇଥିଲା । ତା ପରେ ବି ତାଙ୍କୁ ସବୁ କଥା ଜଣା ଥିଲା । ଏମିତି ଲାଗିଲା ଯେମିତି ସେ କାବେବି ମାରି ନଥିଲା । ହେଲେ ଆପଣ କେତେ ଲୋକଙ୍କ ଠାରୁ ଶୁଣିଥିବେ ମାରିବା ପରେ ପ୍ରଥମେ ସଫା କିରଣ ଦେଖା ଯାଇଥାଏ ଏବଂ ତା ସହିତ ଗୋଟିଏ ଛାଇ ବି ଆସିଥାଏ , ଯିଏ କି ଆତ୍ମା କୁ ନେଇକି ଚାଲି ଯାଇଥାଏ । ହେଲେ ବିଲିୟମ୍ସ ଯାହା କହିଲେ ତାହା ଏସବୁ ସାଙ୍ଗରେ ମିଶୁ ନାହିଁ ।

ବିଲିୟମ୍ସ କହିଲେ କି ମରିବାର ତିନି ମିନିଟ ପର୍ଯ୍ୟନ୍ତ ତାଙ୍କ ଚାରି ପଟେ ଯାହା ହଉଥିଲା ସେ ସବୁ ଜାଣିପାରୁଥିଲେ । ଏହା ପରେ ବିଲିୟମ୍ସ କହିଲେ କି ହୋସପିଟାଲ ର ସ୍ଟାଫ ତାଙ୍କୁ ଝଟକା ଦେଲା ବେଳେ ସେ ଆଉ ଦୁଇ ଜଣଙ୍କ ପାଟି ଶୁଣିଥିଲେ । ସେଥି ମଧ୍ୟରୁ ଗୋଟିଏ ସ୍ଵର ସେହି ମେଡିକାଲ ଷ୍ଟାଫ ର ଥିଲା ଯିଏ ବାରମ୍ବାର କରେନ୍ଟ ଦେଉଥିଲେ ଏବଂ ଅନ୍ୟ ଜଣେ ମହିଳା ତାଙ୍କ ହାତ ଧରି ତାଙ୍କୁ ଛାତ ରାସ୍ତା ଦେଇ ବାହାରକୁ ନେଇଯାଉଥିଲା ।

ସେହି ସମୟ ସେ ସେହି ମହିଳାଙ୍କ କଥା ଶୁଣିଲେ ଆଉ ତାଙ୍କ ସହ ବାହାରକୁ ଆସିଲେ । ତାଙ୍କୁ ଲାଗିଲା କି ତାଙ୍କ ହାତ ଧରି ଯିଏ ତାଙ୍କୁ ନେଇଯାଉଛି ସେ ତାଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ଏହା ସହ ତାଙ୍କୁ ଏମିତି ଲାଗିଲା ଯେମିତି ସେ ମହିଳା କୌଣସି କାରଣ ପାଇଁ ଆସିଛି କିନ୍ତୁ ସେ କାରଣ କଣ ଥିଲା ,ତାହା ତାଙ୍କୁ ଜଣା ନଥିଲା । ବାସ ତା ପରେ ତାଙ୍କୁ ଜୋର ରେ ଝଟକା ଲାଗିଲା ଆଉ ସେ ତାଙ୍କ ଆଖି ସାମ୍ନାରେ ସବୁ କିଛି ସଫ ସଫା ଦେଖା ଗଲା । ଏହାର ମାନେ ହେଲା ଝଟକା ଲାଗିଲା ପରେ ସେ ପୁଣି ବଞ୍ଚି ଯାଇଥିଲେ । ଏହି ସବୁ କଥା ଜାଣିବା ପରେ ଏହା କହିବା ଭୁଲ ହେବ ନାହିଁ କି ମୃତ୍ୟୁ କେତବେଳେ କେଉଁ କଡ ଲେଉଟାଏ ତାହା କେହି କହି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *