ମିଛ ପ୍ରେମ ବନ୍ଧନରୁ ଦୂରେଇ ରୁହନ୍ତୁ, ନଚେତ ବରବାଦ ହୋଇଯିବେ- Sri Krishna

ପ୍ରତେକ ପକ୍ଷୀ ମାନଙ୍କର ସ୍ଵର ଶୁଣିବାକୁ ପ୍ରାୟତ ଭଲ ଲାଗିଥାଏ । ବିଶେଷ କରି କୋଇଲିର ସ୍ଵର ଏତେ ମିଠା ଓ ମଧୁର ହୋଇଥାଏ ଯାହା ଶୁଣିଲେ ମନ ଆନନ୍ଦିତ ହୋଇ ପଡେ । କୋଇଲିର ସ୍ଵର ସୁମିଲେ ମନରେ ଶାନ୍ତି ଆସିଥାଏ । ଏହାକୁ ଶୁଣିବା ମାତ୍ରେ କିଛି ଅଲଗା ପ୍ରକାରର ସୂଚନା ମିଳିଥାଏ । ଆଉ ଏକ ପକ୍ଷୀ ହେଉଛି ଶୁଆ ଯାହାର ସ୍ଵର ଓ କଥା ଶୁଣିବାକୁ ବହୁତ ଭଲ ଲାଗିଥାଏ । ଶୁଆ ର ସ୍ଵର ଶୁଣିଲେ ମନ ପ୍ରସନ୍ନତା ରେ ଭରିଯାଏ ।

କିନ୍ତୁ ଏହି ଦୁଇ ପକ୍ଷଙ୍କ ମଧ୍ୟରେ ବହୁତ ଅନ୍ତର ରହିଥାଏ । କାରଣ ଗୋଟିଏ ପକ୍ଷୀ ଆକାଶରେ ଖୋଲା ରେ ଉଡିଥାଏ ତ ଆଉ ଜଣେ ଘରେ ପିଞ୍ଜରା ରେ ବନ୍ଦୀ ହୋଇ ରହିଥାଏ । କୋଇଲି ଖୋଲା ଆକାଶରେ ଉଡି ନିଜର ସୁମଧୁର ମନ୍ଥ ରେ ଆମ ମନକୁ ସାନ୍ତ କରିଥାଏ । ଅନ୍ୟ କ୍ଷେତ୍ର ରେ ଶୁଆ ଘର ଭିତରେ ପିଞ୍ଜରା ରେ ବନ୍ଦୀ ହୋଇ ରହି ଆମକୁ ଖୁସି ପ୍ରଦାନ କରିଥାଏ ।

କୋଇଲି ନିଜର ଭାଷା ପରି ପ୍ରକାଶ କରିଥାଏ । କିନ୍ତୁ ଶୁଆ ଅନ୍ୟ କାହାର କଥା କୁ ନକଲ କରିଥାଏ । ଠିକ ସେହିପରି ଯେଉଁ ବ୍ୟକ୍ତି ନିଜର ଚିନ୍ତାଧାରା ଓ ବିଚାର ଉପରେ ଅଟଳ ରହିବା ସହ ନିଜର ଆତ୍ମାର ଭାଷା ଶୁଣିଥାନ୍ତି ତାହା କରିଥାନ୍ତି ଯାହା ତାଙ୍କ ମନକୁ ଠିକ ଲାଗିଥାଏ ସେହି ବ୍ୟକ୍ତି ଏ ଦୁନିଆରେ ସ୍ଵତନ୍ତ୍ର ଭାବେ ବଞ୍ଚିଥାଏ ।

ଯେଉଁ ବ୍ୟକ୍ତି ଅନ୍ୟ କାହାରି କଥାରେ ପଡି କାମ କରିଥାନ୍ତି କୌଣସି ବିଚାର କରି ନ ଥାନ୍ତି ସେହି ବ୍ୟକ୍ତି ଦୁନିଆ ଆଗରେ ବନ୍ଦୀ ଭାବେ ବଞ୍ଚିଥାନ୍ତି । ଏଭଳି ବ୍ୟକ୍ତି କେବେ ପିଞ୍ଜରା ଭିତରେ ତ ଆଉ କେବେ ବିକହ ରେ ବନ୍ଦୀ ହୋଇ ରହିଥାନ୍ତି ।

ତେଣୁ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ସ୍ଵାଧୀନତାର ସହ ବଞ୍ଚିବା ପାଇଁ କର୍ମ କରିବା ଉଚିତ । ନିଜର ବିଚାର ଉପରେ ଅଧିକ ଗୁରୁତ୍ଵ ଦେଇ ଜୀବନରେ କିଛି ଭଲ କାମ କରିଲେ ଦୁନିଆରେ ବଞ୍ଚିବା ସହଜ ହୋଇଥାଏ । ଯଦି ଶୁଆ ଭଳି ପିଞ୍ଜରା ରେ ବଞ୍ଚିବାକୁ ଇଚ୍ଛା ଥାଏ ତେବେ ଆପଣଙ୍କ ବିଚାର ଶକ୍ତି ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

ଏହିପରି ଭାବେ ଭଗବାନ କୃଷ୍ଣ ମଣିଷ ଜୀବନରେ ମିଛ ପ୍ରେମ ରେ ନ ବାନ୍ଧି ହୋଇ କିପରି ଭାବେ ସ୍ଵତନ୍ତ୍ର ହୋଇ ବଞ୍ଚିବା ଉଚିତ ତାହାର ମର୍ମ କଥା ବୁଝାଇଛନ୍ତି । ମଣିଷ ନିଜ ଜୀବନରେ ଶୁଆ ନା କୋଇଲି ଭଳି ବଞ୍ଚିବା ଉଚିତ ଏହା ତା ଉପରେ ନିର୍ଭର କରିଥାଏ । ମଣିଷ ର ଚିନ୍ତା ଓ ବିଚାର କରିବାର ଶୈଳୀ ଉପରେ ତାର ଜୀବନ ନିର୍ଧାରିତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *