ବିବାହର ମିଛ ପ୍ରତିସୂତି ଦେଇ ଯୌନ ସମ୍ପର୍କ ରଖିବା ରେପ ନୁହେଁ- ଓଡିଶା ହାଇକୋର୍ଟ, ପଢନ୍ତୁ ସଂପୂର୍ଣ୍ଣ ଖବର

ମିଛ ବାହାଘର ରଚି ଯୌନ ସମ୍ବନ୍ଧ ରଖିବା ବଳାତ୍କାର ନୁହେଁ । ଓଡିଶା ଉଚ୍ଚ ନ୍ୟାୟାଳୟ ୨୩ ମେ ଶନିବାର ତଳ ଅଦାଲତ ର ଫଇସଲାକୁ ବଦଳାଇ ଆଦେଶ ଦେଇଥିଲେ, ଯେଉଁଠି ୧୯ ବର୍ଷ ବୟସର ଝିଅକୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକକୁ ଜେଲ ହୋଇଥିଲା । କାନୁନ ହିସାବରେ, ଯଦି ପ୍ରମାଣ ହେଉଛି କେହି ବ୍ୟକ୍ତି ବିବାହ କରିବାର ମିଛ ବାହାନା କରି ମହିଳା ସହିତ ମିଛ ସମ୍ବନ୍ଧ ରଖୁଛି, ତ ସେହି ବଳାତ୍କାରୀକୁ ଦୋଷୀ ମନା ଯାଇପାରେ ।

ଅଚ୍ୟୁତ କୁମାର କୁ ଜମାନତ ଦେଲାବେଳେ ଜସ୍ଟିସ ଏସକେ ପାଣିଗ୍ରାହୀ କହିଥିଲେ କି, ବଳାତ୍କାର କାନୁନ ର ଉପଯୋଗ ଅନ୍ତରଙ୍ଗ ସୁବିଧାର ନିୟତ୍ରିତ କରିବା ପାଇଁ ନୁହେଁ, ସେଠି କରିବାର ନୁହେଁ ଯେଉଁଠି ମହିଳା ମାନେ ନିଜ ରାଜି ରେ ସମ୍ପର୍କରେ ଆସନ୍ତି । ୨୦୧୯ ରେ ୧୯ ବର୍ଷର ଝିଅଟି କୋରାପୁଟ ରେ ବଳାତ୍କାର କରିବା ଦୋଷରେ ଅଚ୍ୟୁତ ନାମକ ଯୁବକକୁ ଗିରଫ କରିଥିଲେ । ଝିଅଟି କହିଥିଲାକି ସେଇ ପିଲାଲାଗି ସେ ଦୁଇବାର ଗର୍ଭବତୀ ହୋଇଥିଲେ, ତ ଅଚ୍ୟୁତ କିଛି ଔଷଧ ଆଣି ଦେଇଥିଲେ,ଗର୍ଭପାତ କରିବାପାଇଁ ।

କୋରାପୁଟ ଜିଲ୍ଲାରେ ପୂର୍ବ ବର୍ଷ ଝିଅଟି ୨୭ ନଭେମ୍ବରରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ,ଯାହାର ଆଧାରରେ ଅଚ୍ୟୁତାକୁ ଗିରଫ କରିଥିଲେ । ପରେ ପିଲାଟି ଜମିନୀ ପାଇଁ କୋରାପୁଟ-ଜୟପୁର ର ବଡ ଅଦାଲତରେ ଚାରସିଟ ଦାଖିଲ କରିଥିଲେ, ଯାହାକୁ  ଖାରଜ କରିଦିଆ ଯାଇଥିଲା ସେବେଠୁ ପିଲାଟି ଜେଲରେ ଅଛି । ଓଡିଶା ହାଇ କୋର୍ଟ ଫଇସଲା କରି କହିଥିଲେ, ଅଧିକତାର ଅଭିଯୋଗ ସାମାଜିକ ରୂପେ ବଞ୍ଚିତ ଓ ଗରିବ ଶ୍ରେଣୀର ଲୋକ ଯେଉଁମାନେ ଗାଁରୁ ଆସୁଛନ୍ତି ସେମାନଙ୍କୁ ବାହା ହେବାର ଲୋଭୋ ଦେଖାଇ ପୁରୁଷମାନେ ସେମାନଙ୍କ ସହିତ ଯୌନ ସମ୍ପର୍କ ରଖି ଗର୍ଭବତୀ ହେବା ପରେ ଛାଡି ଦେଉଛନ୍ତି । ତେବେ ଏହି ନିଷ୍ପତ୍ତି ଉପରେ ଆପଣଙ୍କର ମତ କଣ ନିଶ୍ଚୟ କହିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *