ଲକଡ଼ାଉନରେ ଘରେ ବସି ପାଆନ୍ତୁ ସାବିତ୍ରୀ ଓଷା ପାଇଁ ସାମଗ୍ରୀ : ଅନଲାଇନ୍ ସପିଂ ସାଇଟ ମୋ-ଭାଇ ଡ଼ଟ୍ କମରେ ମିଳୁଛି ପୁଟୁଳି

ବର୍ତ୍ତମାନ ସମସ୍ୟରେ ସମସ୍ତେ ଅନ୍ଲାଇନ ମାଧ୍ୟମରେ ସବୁ କିଛି ଅର୍ଡର କରି ଘରେ ବସି ଅତି ସହଜରେ ସବୁ ଜିନିଷ ପାଇ ଯାଉଛନ୍ତି । ଏହା ଦ୍ଵାରା ତାଙ୍କୁ ବଜାର ବି ଯିବାକୁ ପଡୁ ନାହିଁ କିମ୍ବା ଅଧିକ ସମୟ ବି ନଷ୍ଟ ହେଉ ନାହିଁ । ଆପଣ ଘରେ ବସି ମୋବାଇଲ ମାଧ୍ୟମରେ ସମସ୍ତ ପ୍ରକାରର ଘର ଉପକରଣ ଜିନିଷ, ଡ୍ରେସ, ଖାଇବା ଜିନିଷ, ଔଷଧ, ଖାଦ୍ୟ ସାମଗ୍ରୀ ।

ଇତ୍ୟାଦି ସମସ୍ତ ଜିନିଷ ସହଜରେ ଓ ସୁବିଧାରେ ଅର୍ଡର କରି ପାରିବେ । କିନ୍ତୁ ବର୍ତ୍ତମାନ କୋବିଡ କାରଣରୁ ଲକଡାଉନ କରାଯାଇଛି । ଯେଉଁ କାରଣରୁ ଏହି ଅନ୍ଲାଇନ ହୋମ ଡେଲିଭରିର ଡିମାଣ୍ଡ ବି ବଢି ଯାଇଛି । ଲକଡାଉନରେ ପ୍ରାୟତଃ କିଛି ଦୋକାନ ଖୋଲୁଛି ଓ ତାହା ବି ପୁଣି କିଛି ସମୟ ପାଇଁ ।

ଏମିତିରେ ଅନ୍ଲାଇନରେ ଲୋକମାନେ ଜିନିଷ ଅର୍ଡର କରୁଛନ୍ତି । ବର୍ତ୍ତମାନ ସମୟରେ ତ ଲୋକମାନେ ଅନ୍ଲାଇନ ଖାଇବା ଅର୍ଡର ଅଧିକ ମାତ୍ରାରେ କରୁଛନ୍ତି । ଏହି କ୍ରମରେ ବର୍ତ୍ତମାନ ସାବିତ୍ରୀ ବ୍ରତରେ ଦରକାର ହେଉଥିବା ସମସ୍ତ ଜିନିଷ ବି ଆପଣଙ୍କୁ ଅନ୍ଲାଇନ ମାଧ୍ୟମରେ ମିଳିଯିବ । ଏହା ପ୍ରଥମ ଥର ଅଟେ କି ଏହିଭଳି ଜିନିଷ ଅନ୍ଲାଇନରେ ମିଳିବ । କହିଦେଉଛୁ କି ୧୦ ଜୁନରେ ସାବିତ୍ରୀ ବ୍ରତ ପାଳନ କରାଯିବ ।

କିନ୍ତୁ ଲକଡାଉନ ଓ ସଟଦାଉନ କାରଣରୁ ଲୋକମାନେ ପ୍ରାୟତଃ ସବୁ ଜିନିଷ କିଣି ପାରୁ ନାହାନ୍ତି । ସେଥିପାଇଁ ଜଣେ ବ୍ୟକ୍ତି ମୋଭାଇ.କମ (mobhai.com) ନାଁରେ ଗୋଟିଏ ୱେବସାଇଟ କରି ସେଥିରେ ସାବିତ୍ରୀ ବ୍ରତରେ ବ୍ୟବହାର ହେଉଥିବା ସମସ୍ତ ଜିନିଷ ଅର୍ଡର ଦେବା ପରେ ଘରେ ପହଞ୍ଚାଇ ଦେଉଛନ୍ତି । ଏହିଭଳି ଅନ୍ଲାଇନ ସାବିତ୍ରୀ ବ୍ରତର ଜିନିଷ ଘରେ ଘରେ ପହଞ୍ଚାଇବା ଦ୍ଵାରା ଲୋକମାନଙ୍କୁ ବଜାରକୁ ଆସିବାକୁ ପଡିବ ନାହିଁ ଓ ଏହା ସହିତ କାରୋନା ଭଳି ସ୍ଥିତିରେ ଲୋକମାନେ ଘରେ ବସି ସହଜରେ ସବୁ ଜିନିଷ ପାଇଯିବେ ।

ସାବିତ୍ର ବ୍ରତର ଦୁଇ ପ୍ରକାରର ଭେରାଇଟି ଅଛି । ଗୋଟିଏ ୫୦୦ ଟଙ୍କାର ପ୍ୟାକେଜ ଓ ୧୦୦୦ ଟଙ୍କାର ପ୍ୟାକେଜ । ୫୦୦ ଟଙ୍କା ପ୍ୟାକେଜରେ ଅଳତା, ସିନ୍ଦୁର, ଶଙ୍ଖା, ବ୍ରତ, ଟିକିଲି, ଓ ଫଳରେ ଆମ୍ବ, ଖଜୁରୀ, ସେଓ, ନଡିଆ କଦଳୀ, ଅଙ୍ଗୁର ଓ ଏହା ସହିତ ସାବୁ ଓ ମିଶିରି ମଧ୍ୟ ରହୁଛି । କହିଦେଉଛୁ କି ଦୁଇ ଭାଇ ଏହି ବିଜନେସ ଆରମ୍ଭ କରିଛନ୍ତି । ଗତ ବର୍ଷ ଏହି ସାଇଟ ଆରମ୍ଭ ହୋଇଥିଲା ।

ଯେଉଁଥିରେ ମାଛ, ମାଂସ, ଗ୍ଲୋଶୋରୀ, ପନିପରିବା, ଫଳ ଅଣ୍ଡା ଇତ୍ୟାଦି ମିଳୁଥିଲା । କିନ୍ତୁ ଏହି ବର୍ଷ ସାବିତ୍ରୀ ବ୍ରତ ଉପଲକ୍ଷେ ସାବିତ୍ରୀ ପ୍ୟାକେଜ ଦେଇ ଏକ ନୂଆ ଜିନିଷ ଆରମ୍ଭ କରିଛନ୍ତି । କହିଦେଉଛୁ କି କେତେକ ଲୋକମାନେ ଅର୍ଡର ମଧ୍ୟ ଦେଉଛନ୍ତି । ଆପଣ ମଧ୍ୟ ଏହି ୱେବସାଇଟକୁ ଯାଇ ଅର୍ଡର କରି ପାରିବେ ।

Leave a Reply

Your email address will not be published. Required fields are marked *