ଅଜବ ଗଜବ ବିବାହ : ଗୋଟିଏ କନ୍ୟାକୁ ବିବାହ କରିବାକୁ ପହଞ୍ଚିଲେ ଦୁଇଟି ବର, ଝିଅ ଜଣକକୁ ପିନ୍ଧାଇଲା ବରମାଳା ତ ଅନ୍ୟ ସହିତ ହେଲା ବିଦା

ବିବାହକୁ ନେଇ ସମସ୍ତ ସ୍ଵପ୍ନ ଦେଖିଥାନ୍ତି । ସମସ୍ତେ ଇଚ୍ଛା ରଖନ୍ତି କି ସେମାନେ ନିଜ ବିବାହରେ କିଛି ଅଲଗା କରିବା ପାଇଁ । ଏହିଭଳି ବହୁତ କିଛି ସ୍ଵପ୍ନ ଥାଏ ଗୋଟିଏ ଝିଅର । କିନ୍ତୁ ବେଳେ ବେଳେ ଏହି ସ୍ଵପ୍ନ ସ୍ଵପ୍ନ ହୋଇ ରହିଯାଏ । ଅର୍ଥାତ କିଛି କାରଣରୁ କେତେକ ଝିଅମାନଙ୍କର ବିବାହ ହୋଇ ପାରେ ନାହିଁ ତ ଅନ୍ୟ ପଟେ ବିବାହ ହୁଏ ।

କିନ୍ତୁ ବିବାହରେ କିଛି ଅଘଟଣ ଯୋଗୁ ଝିଅମାନଙ୍କର କିଛି ସ୍ଵପ୍ନ ପୁରା ହୋଇ ପାରେ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବିବାହ ବିଷୟରେ କହିବୁ ଯାହାକି ବହୁତ ହିଁ ଆଶ୍ଚର୍ଯ୍ୟକର ଓ ଅଦ୍ଭୁତ ଥିଲା । ଯାହା ବିଷୟରେ କେହିବି ସ୍ଵପ୍ନରେ ବି ଚିନ୍ତା କରି ନ ଥିବେ ଏହିଭଳି ବି କାହାର ବିବାହ ହୋଇପାରେ । କହିବାକୁ ଗଲେ ଗୋଟିଏ ଗାଁରେ ଗୋଟିଏ କନ୍ୟାକୁ ବିବାହ କରିବା ପାଇଁ ଦୁଇ ଦୁଇଟି ବରଯାତ୍ରୀ ଯାଇ ପହଞ୍ଚିଲା । କିନ୍ତୁ ଏହା ପରେ ପୁଣି ଏକ ବଡ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଲା । କନ୍ୟା ଗୋଟିଏ ବରକୁ ବାରମାଳା ପିନ୍ଧାଇଲ ତ ଅନ୍ୟ ଏକ ବର ସହ ବିଦାୟ ନେଲା ।

ଏହି ଘଟଣା ପରେ ପ୍ରଥମ ବରର ଘର ଲୋକମାନେ ହଙ୍ଗମା କରିଦେଲେ । ସେ ପୋଲିସରେ କେସ ବି ଦାୟର କରିଲେ । ବର୍ତ୍ତମାନ ପୋଲିସ ଝିଅର ପିତା ଓ ଦାଦାକୁ ଗିରଫ କରି ଜେରା କରୁଛି । ଏହି ରୋଚକପୂର୍ଣ ମାମଲା ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ଏକ ଗାଁର ଅଟେ । ବୁଧବାର ଦିନ ଏହି ଘଟଣା ଘଟିଛି । ପ୍ରଥମେ ବିବାହ ପାଇଁ ଥାନା ଅୱାଗଢ଼ର ଗାଁ ନରୌରାରୁ ପ୍ରଥମ ବରଯାତ୍ରୀ ଆସିଲା ତ ଦ୍ଵିତୀୟ ବରଯାତ୍ରୀ ଥାନା ମିରହଚୀର ଗାଁ ଜିନ୍ହୈରାରୁ ଆସି ପହଞ୍ଚିଲା ।

ଗୋଟିଏ କନ୍ୟାର ଦୁଇ ଦୁଇଟି ବରଯାତ୍ରୀ ଦେଖି ଗାଁ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ । କୁହାଯାଉଛି କି ପ୍ରଥମ ବରଯାତ୍ରୀ ନେଇ ଆସିଥିବା ବରକୁ ବରମାଳ ପିନ୍ଧାଇ ସାରିବା ପରେ ଝିଅ ସେହି ବର ସହ ବିବାହ କରିବା ପାଇଁ ମନା କରିଦେଲା । ଏହା ପରେ ଦ୍ଵିତୀୟ ବରଯାତ୍ରୀ ନେଇ ଆସିଥିବା ବର ସହିତ କନ୍ୟାର ବିବାହ କରି ଦିଆଗଲା ଓ ଦ୍ଵିତୀୟ ବର କନ୍ୟାକୁ ନେଇ ଚାଲିଗଲା । କନ୍ୟାର ବିଦାୟ ଉପରେ ରାଗି ଯାଇ ପ୍ରଥମ ବରଯାତ୍ରୀ ନେଇ ଆସିଥିବା ବର ଓ ତାଙ୍କର ଘର ଲୋକମାନେ ହଙ୍ଗାମା ଆରମ୍ଭ କରିଦେଲେ ।

ସେମାନେ ପୋଲିସକୁ ଏହି ଘଟଣା ବିଷୟରେ ସୂଚିତ କରିଲେ । ଏହା ପରେ ପୋଲିସ ଝିଅର ପିତା ଓ ଦାଦାକୁ ଗିରଫ କରିନେଇଛି । ଦୁଇ ପକ୍ଷ ମଧ୍ୟରେ ବର୍ତ୍ତମାନ କଥାବାର୍ତ୍ତା ଚାଲିଛି । ପ୍ରଥମ ବରର ପକ୍ଷ ବର୍ତ୍ତମାନ ଝିଅକୁ ଦେଇଥିବା ଜିନିଷ ମାଗୁଛନ୍ତି । ଅନ୍ୟ ପଟେ ଏହି ମାମଲା ସହ ସମ୍ବନ୍ଧ ରଖୁଥିବା ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଜେରା କରୁଛନ୍ତି ।

ଗାଁରେ ଏହି ବିବାହକୁ ନେଇ ବର୍ତ୍ତମାନ ଚର୍ଚା ଜୋର ଧରିଛି । କେତେକ ଲୋକମାନେ କହୁଛନ୍ତି କି ବିବାହ କରୁଥିବା ଝିଅର ବୟସ ବହୁତ କମ ଅଟେ । ଅନ୍ୟ କେତେକ ଲୋକମାନଙ୍କ କହିବା ଅଟେ କି ଝିଅର ପରିବାର ଲୋକମାନେ ବିବାହ ନାଁରେ ଲୋକମାନଙ୍କୁ ନିଜର ଠକାମିର ଶିକାର କରୁଛନ୍ତି । ବର୍ତ୍ତମାନ ପୋଲିସର ଟିମ ଏହି ପୁରା ମାମଲାକୁ ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *