ମୋ ପୁଅ ଆଦିତ୍ୟକୁ ମାରିଛି ବିକାଶ, ଆଉ ଏବେ ତା ଆଶ୍ରମକୁ ତଳିତଳାନ୍ତ କରିବାକୁ ଲାଗିପଡିଛି…Adityaଙ୍କ ମା’ ଆଣିଲେ ସାଂଘାତିକ ଅଭିଯୋଗ

ନମସ୍କାର ବନ୍ଧୁଗଣ, ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ ମାନବ ପ୍ରେମୀ ଆଦିତ୍ୟ ଙ୍କୁ । ତାଙ୍କର ମୃ-ତ୍ୟୁ କୁ ନେଇ ସାରା ଓଡିଶାରେ ଖୁବ ଚର୍ଚ୍ଚା ଲାଗି ରହିଥିଲା । ଆଉ ଆଦିତ୍ୟ ଙ୍କ ଯିବା ପରେ ସେ ଗଢିଥିବା ଆଶ୍ରମ କୁ ତାଙ୍କ ସ୍ତ୍ରୀ, ମା ଚଲାଉଛନ୍ତି । ଆଉ ତାଙ୍କର ସହଯୋଗୀ ଭାବେ ଆଦିତ୍ୟ ଙ୍କ ସାଙ୍ଗ ବିକାଶ ମଧ୍ୟ ଏହି ଆଶ୍ରମର ଦେଖାଶୁଣା କିଛି ଦିନ କରିଥିଲେ ।

କିନ୍ତୁ ପରେ ବିକାଶର ପ୍ରକୃତ ଚେହେରା ସମସ୍ତଙ୍କ ଆଗକୁ ଆସିଥିଲା । ଆଉ ଏବେ ଏବେ ଗଣମାଧ୍ୟମ ରେ ବିକାଶ କୁ ନେଇ ଏଭଳି କିଛି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଆଦିତ୍ୟ ଙ୍କ ମା । ଆଦିତ୍ୟ ଙ୍କ ମା ଗଣାମଧ୍ୟମ ରେ କହିଛନ୍ତି ଯେ “ଆମ ଆଶ୍ରମକୁ ନ ଆସି ତାର ପ୍ଳାନ ଥିଲା ନିଜର ଆଶ୍ରମ ବନାଇବା ପାଇଁ । ସେଥିପାଇଁ ମୋ ପୁଅ ଆଦିତ୍ୟର ଓମିନୀ ଗାଡି, ପଙ୍ଖା, ରୋଷେଇ ସାମଗ୍ରୀ ସବୁ ଘରେ ରଖୁଥିଲା ।

ଏହା ସବୁ ଆଗକୁ ପ୍ଳାନ ଥିଲା ବିକାଶର । ଅଫିସରୁ ଆଲମାରି, ଘଣ୍ଟା ସବୁ ନେଇଯାଇଛି ଆଦିତ୍ୟ । ଆମେ ଆଶ୍ରମରେ ଅନେକ ବୃଦ୍ଧ ବୃଦ୍ଧାଙ୍କୁ ଆଣି ରଖିଲୁ । ତାଙ୍କର ସେବା ଯତ୍ନ ମୋ ଆଦିତ୍ୟ କରିଲା । ତା ପରେ ବିକାଶ ତାଙ୍କୁ ଶିଖାଇକି ଆମ ନାଁ ରେ ମିକ କହିବାକୁ କହିଥିଲା । ଯାହା ନକ୍ଷତ୍ର ଟିଭିରେ ମିଛ ଖବର ପ୍ରଚାର ହୋଇଥିଲା । ଯେଉଁ ଦିନ ମଉସା ମାଉସୀଙ୍କୁ ବିକାଶ ନେଇକି ଗଲା ସେଦିନ ଆମେ ଥାନାରେ ଏତାଲା ଦେଇଥିଲୁ ।

ମୁଁ ମାନବ ପ୍ରେମୀ ଆଦିତ୍ୟା ଦାସ ର ମା କହୁଛି ଯଦି ବିକାଶର ମନରେ କପଟ ନାହି ତେବେ ସେ ଆଶ୍ରମକୁ ହାସଲ କରିବାକୁ ଚାହୁଁଛି କାହିଁକି ? ଆଜି ମୋ ମନ ଡାକୁଛି ମୋ ପୁଅ ଯେଉଁ ଆଶ୍ରମରେ ରହିଛି ସେହି ଆଶ୍ରମ ସାମନାରେ ସେହି ଆଦିତ୍ୟ ଆଗରେ କହୁଛି ବିକାଶ ହିଁ ମୋ ପୁଅ କୁ ମା-ରି-ଛି । ଏଟା ପ୍ରକୃତ ସତ କଥା । ସେ ଯଦି ଆଦିତ୍ୟକୁ ମା-ରି ନାହି ତେବେ କାହିଁକି ଆମକୁ ଏମିତି ହାଇରାଣ କରୁଥିଲା ।

ଆଉ ଏବେ ମୋ ପୁଅ ଆଦିତ୍ୟ ଯିବା ପରେ ଆଶ୍ରମକୁ ତଳି ତଳାନ୍ତ କରିବାରେ ଲାଗି ପଡିଛି । ବିକାଶ ଅନାଥ ଆଶ୍ରମରେ ରହୁଥିବା ବୃଦ୍ଧ ବୃଦ୍ଧା ଙ୍କ ଠାରୁ ସବୁ ଖାଇବା ଜିନିଷ ଠାରୁ ଆରମ୍ଭ କରି ଅନେକ ଜିନିଷ ନେଇ ତା ଘରେ ପୁରାଉ ଥିଲା । ବିକାଶ ନାଁ ରେ କେହି ଅଭିଯୋଗ କରିଥିଲେ ମୁଁ ତାକୁ ଗା-ଳି ଦେଇଛି । ମୋ ପୁଅ ଆଦିତ୍ୟ ବୁଢା ବୁଢୀ ମାନଙ୍କର ବହୁତ ସେବା କରିଛି ।

 

କିନ୍ତୁ ବିକାଶ ଲୋକଙ୍କୁ ଚିକିତ୍ସା କରାଇବା ବାହାନାରେ ଲୋକ ଙ୍କୁ ଲୁଟିବାରେ ଲାଗିଛି । ଲୋକଙ୍କର ଚିକିତ୍ସା ନ କାରୟ ଏବେ ଆଶ୍ରମକୁ ହଡପ କରିବାରେ ଲାଗି ପଡିଛି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *