୬ କୋଟି ଚାକିରିଆ ଲୋକମାନଙ୍କୁ ମୋଦୀ ସରକାରଙ୍କ ବଡ ଉପହାର ! ଆସନ୍ତା ମାସରେ PF ଖାତାକୁ ଆସିବ ଏତେ ଟଙ୍କା, ଏବେ ହିଁ କରନ୍ତୁ ଚେକ

କରୋନା ମହାମାରୀ କାରଣରୁ ପ୍ରାୟତଃ ଲୋକମାନଙ୍କର ଚାକିରି ଚାଲି ଯାଇଛି । କେତେକ ଲୋକମାନଙ୍କୁ ତାଙ୍କର ସ୍ୟାଲେରୀ ବି ମିଳୁ ନାହିଁ । ଅନ୍ୟ ପଟେ କାହାକୁ ସ୍ୟାଲେରୀ ମିଳୁଛି ତ ଅଧା ସ୍ୟାଲେରୀ ମିଳୁଛି । ଏହିଭଳି ସମସ୍ତେ କୌଣସି ନା କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅନ୍ୟ ପଟେ କୋବିଡ ସଂକ୍ରମଣର ଭୟ ବି ସମସ୍ତଙ୍କ ମନରେ ରହୁଛି । ଦେଶର ପ୍ରାୟତଃ ସମସ୍ତଙ୍କର ଆର୍ଥିକ ସ୍ଥିତି ବି ଖରାପ ହୋଇଯାଇଛି । କିନ୍ତୁ ଏହିଭଳି ସ୍ଥିତିରେ ସରକାର ଏକ ବଡ ଖୁସି ଖବର ସମସ୍ତଙ୍କୁ ଦେଇଛନ୍ତି । କେନ୍ଦ୍ର ସରକାର ଚାକିରି କରୁଥିବା କିଛି ଲୋକମାନଙ୍କୁ ଏହି ଲକଡାଉନ ଭଳି କଷ୍ଟ ଦାୟକ ପରିସ୍ଥିତିରେ ବଡ ଖୁସି ଖବର ଦେଇଛନ୍ତି ।

କହିଦେଉଛୁ କି ଏମ୍ପ୍ଲାଇଜ ପ୍ରୋବିଡେଂଟ ଫଂଡ ଅର୍ଗେନାଇଜେଶନ (employees provident fund organisation -EPFO) ତରଫରୁ କର୍ମଚାରୀମାନଙ୍କୁ ଜଲ୍ଦି ହିଁ ଖୁସି ଖବର ମିଳି ପାରେ । କର୍ମଚାରୀଙ୍କୁ ୨୦୨୦ – ୨୦୨୧ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ହାର ସହ ଜୁଲାଇର ଶେଷ ସୁଧା ସମସ୍ତ ଟଙ୍କା ଦେବା ପାଇଁ ସରକାର ଘୋଷଣା କରି ପାରନ୍ତି । ଏହି ମାମଲାରେ EPFOକୁ ଶ୍ରମ ମନ୍ତ୍ରାଳୟ ତରଫରୁ ମଞ୍ଜୁରୀ ବି ମିଳିସାରିଛି । ଏହି ପ୍ରକ୍ରିୟାକୁ ଜଲ୍ଦି ହିଁ ଆରମ୍ଭ କରିବା ପାଇଁ ବି ଆଦେଶ ଦିଆଯାଇଛି ।

ଶ୍ରମ ମନ୍ତ୍ରାଳୟ ତରଫରୁ ମଞ୍ଜୂରୀ ମିଳିବା ପରେ PF ଅନ୍ତର୍ଗତ ଆସୁଥିବା ଦେଶର ପାଖାପାଖି ୬ କୋଟି କର୍ମଚାରୀମାନଙ୍କ ପାଇଁ ଏହା ଏକ ବଡ ଖୁସିର ଖବର ଅଟେ । EPFO ତରଫରୁ ୨୦୨୦ – ୨୦୨୧ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ହାରରେ ଜୁଲାଇର ଶେଷ ସମୟ ପର୍ଯ୍ୟନ୍ତ ସମସ୍ତ ଟଙ୍କାଙ୍କ ଦିଆଯାଇ ପାରେ । ମିଡିଆ ରିପୋର୍ଟ ଅନୁସାରେ ଏହି ପିଏଫ ଟଙ୍କା କର୍ମଚାରୀମାନଙ୍କ ଆକାଉଣ୍ଟକୁ ସିଧା ଯାଇପାରେ ।

ଗତ ବର୍ଷ ୨୦୧୯ – ୨୦ର ଟଙ୍କା ପାଇଁ EPFO ଆକାଉଣ୍ଟ ଧାରିମାନଙ୍କୁ ୧୦ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ଏହି ବର୍ଷ ଆଉ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । କହିଦେଉଛୁ କି  EPFO ଏହି ବର୍ଷ ୨୦୨୦ – ୨୦୨୧ ପାଇଁ ସୁଧର ଦରରେ ବିନା କୌଣସି ପରିବର୍ତ୍ତନ କରି ୮.୫ ପ୍ରତିଶତ ସୁଧ ରଖିବା ପାଇଁ ନିଷ୍ପତି ମଧ୍ୟ ନେଇଛନ୍ତି । ଯାହାକି ସମସ୍ତଙ୍କ ପାଇଁ ଏକ ଆଶ୍ଵସ୍ତିକର ଖବର ଅଟେ ।

ଏହା ଛଡା EPFO ଦେଶରେ କାରୋନା ମହାମାରୀର ଦ୍ଵିତୀୟ ଲହରୀ କାରଣରୁ ପିଏଫ ଆକାଉଣ୍ଟ ଧାରିମାନଙ୍କୁ ନନ ରିଫଂଡେବଲ କୋବିଡ – ୧୯ ଏଡବାଂଶ ଟଙ୍କା ବାହାର କରିବା ପାଇଁ ମଞ୍ଜୁରୀ ମଧ୍ୟ ଦେଇଥିଲେ । କହିବାକୁ ଗଲେ EPFOର ଏହି ଘୋଷଣା ପରେ ସେହି ସମସ୍ତ ଲୋକମାନଙ୍କୁ ଅଳ୍ପ ସାହାର୍ଯ୍ୟ ମିଳିବ ଯେଉଁମାନେ ଚାକିରି କରୁ ନାହାନ୍ତି କିମ୍ବା ଚାକିରିରୁ ତାଙ୍କୁ ବାହାର କରି ଦିଆଯାଇଛି କିମ୍ବା ଅନ୍ୟ କୌଣସି କାରଣରୁ ସେମାନେ ଚାକିରି କରୁ ନାହାନ୍ତି । ଏହା ସହିତ ଚାକିରି କରୁଥିବା ଲୋକମାନେ ଯେଉଁମାନେ କି ଘରେ ବସିଛନ୍ତି ତାଙ୍କ ପାଇଁ ଏହା ବହୁତ ବଡ ଖୁସିର ଖବର ଅଟେ ।

Leave a Reply

Your email address will not be published. Required fields are marked *