ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ ଛଡା ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଗତ କିଛି ସମୟ ହେବ ତାଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମୁଁ ଏବେ ପ୍ରଭୁ ହନୁମାନ ଙ୍କର ଭକ୍ତ । ବହୁତ ହୋଇଗଲା ପ୍ରେମ ଆଉ ଏବେ ପ୍ରେମ ଦରକାର ନାହି । ଯେତିକି ପ୍ରେମ କରିଲି ସେତିକି ନାମ ମଧ୍ୟ ନେଲି ।
ମୋର ଏ ଜନ୍ମରେ ନୁହେଁ କି ହଜାର କି ଲକ୍ଷେ ଜନ୍ମରେ ନୁହେଁ ଯେତେ ଜନ୍ମ ନେଲେ ବି ତାଙ୍କୁ ଆଉ ପ୍ରେମ କରି ପାରିବି ନାହି । ଥରେ ପ୍ରେମ କରିଲି ବାଟ ବଣା ହେଲି ଆଉ ନାମ ମଧ୍ୟ ନେଲି । ଆଉ ନାମ ନେଲା ପରେ ପୁଣି ଥରେ କଣ ମୁଁ ପ୍ରେମ କରିବି । ଏମିତି କିଛି କଥା କହିଛନ୍ତି ଓଲିଉଡ ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଫଳ ପ୍ରେମକୁ ନେଇ ନିଜର ଇମୋଶନ ସେ ବଖାଣିଛନ୍ତି । ଏମିତି ଲାଗୁଛି ଅନୁଭବ ସତରେ ଆଉ କେବେ ହେଲେ ବି ପ୍ରେମ କରିବେ ନାହି ।
କାରଣ ସେ ପ୍ରେମର ବାଦ ଖଟା କି ମିଠା ଚାଖି ସାରିକନ୍ତି । ହେଲେ ତାଙ୍କ ମୁହଁ ରେ ଏମିତି କଥା ଶୁଣିବା ପରେ ତାଙ୍କ ସାଥିରେ ଥିବା ବନ୍ଧୁ ଆନେ କହୁଛନ୍ତି ଏ ସବୁ ଅନୁଭବ ଙ୍କର ବାହାନ ବୋଲି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲଣ୍ଡନ ର ଏକ ବ୍ରିଜ ରେ । ଯେଉଁ ଥରେ ବର୍ଷା କାରଣରୁ ଛିଡା ହୋଇ ପୁରା ଟିମ ସହ ମଜା ମସ୍ତି କରିଛନ୍ତି ଅନୁଭବ । ଆଉ ସେହି ମଜା ମସ୍ତି ଭିତରେ କହୁଛନ୍ତି କି ମୁଁ ଏବେ ଶ୍ରୀ ରାମ ଓ ହନୁମାନ ଙ୍କ ଭକ୍ତ ମୋର ଆଉ ପ୍ରେମ ଦରକାର ନାହି । ଯେତିକି ପ୍ରେମ କରିଲି ସେତିକି ନାମ ମଧ୍ୟ ନେଲି ।
ଆଉ ଲକ ସେତୁରେ ନୁହେଁ ମୁଁ ଏବେ ରାମଙ୍କ ସେତୁରେ ଜୀବି ବୋଲି ସଫା ସଫା କହି ଦେଇଛନ୍ତି ଅନୁଭବ ମହାନ୍ତି । ତେବେ ଏହା ସହ “ଲଭ ଇନ ଲଣ୍ଡନ” ଫିଲ୍ମ ର ଶୁଟିଙ୍ଗ ସେଟ ରେ ହୋଇଥିଲା । ଅନୁଭବ ଏସବୁ ଏଥିପାଇଁ କହିଥିଲେ କି ତାଙ୍କର ଓ ସ୍ତ୍ରୀ ବର୍ଷା ଙ୍କ ଭିତରେ ପାରିବାରିକ ବିବାଦ ଲାଗି ରହିଛି । ଏହି ବିବାଦର ବିଲକୁଲ ସମାଧାନ ହୋଇପାରୁ ନାହି । ଅନୁଭବ ତାଙ୍କର ବୈବାହିକ ସମ୍ପର୍କ ରୁ ବିଛିନ ହେବାକୁ ଚାହୁଁ ଛନ୍ତି ।
ସେ ସୋସିଆଲ ମିଡିଆରେ ପ୍ରେମ କରି ବହୁତ ଅନୁତାପ କରୁଛନ୍ତି ବୋଲି ଅନେକ ଥର କହିଛନ୍ତି । ଯଦି ଦେଖିବା ଷ୍ଟାର ଦମ୍ପତି ଙ୍କ ପାରିବାରିକ ବିବାଦ ମାମଲା ଏବେ କଟକ ଫ୍ୟାମିଲି କୋର୍ଟ ରେ ବିଚାରଧିନ ଅବସ୍ଥାରେ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅନୁଭବ ମହାନ୍ତି ପ୍ରେମକୁ ନେଇ କହିଥିବା ବୟାନ କୁ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।