ACF ଡେଥ ମିଷ୍ଟ୍ରି: Soumyaଙ୍କ ଡ୍ରାଇଭର ଖୋଲିଲେ ନୂଆ ରହସ୍ୟ… କହିଲେ ‘ମୁଁ ସତ କହିଲେ ସୌମ୍ୟଙ୍କୁ ନ୍ୟାୟ ମିଳିବ କି?… ତା ହେଲେ ବହୁତ କିଛି କହିବି… କଣ କହିଲେ ଦେଖନ୍ତୁ Video

ଡ୍ରାଇଭର ବଖାଣିଲେ ରାତିର ସତ, ଦୋଷୀଙ୍କୁ ଦେଖିଲେ ଜଣା ପଡିଯିବା ସେ ଦୋସିକି ନାହିଁ । ମୁଁ ସତ କହିଲେ ତାଙ୍କୁ ନ୍ୟାୟ ମିଳିବକି । ଯଦି ହେବ କୁହ ତେବେ ଅନେକ କଥା କହିବି । ନକହି ନକହି ବହୁତ କିଛି କହିଦେଇଛନ୍ତି ବିଦ୍ଦ୍ୟାଭାରତିଙ୍କ ଘରକୁ ଆସିଥିବା ଗାଡି ଡ୍ରାଇଭର ।

ଏସ ସିଏଫ ସୌମ୍ୟଙ୍କ ମୃ-ତ୍ୟୁ ଘଟଣାରେ ବାହାରିବାକୁ ଲାଗିଛି ନୂଆ ଖିଅ । ଦିନକୁ ଦିନ ଘଟଣା ଅଡୁଆ ସୂତା ଭଳି ଗୁଡାଇ ହେବାକୁ ଲାଗିଥିବା ବେଳେ ଡ୍ରାଇଭର ବଖାଣି ଛନ୍ତି ପୀରତିର କଥା । ଇଏ ହେଉଛି ସେହି ଡ୍ରାଇଭର ଘଟଣା ଘଟିଥିବା ସମୟରେ ବିଦ୍ୟାଭାରତୀଙ୍କ ମା ଓ ବାପାଙ୍କୁ ନେଇ କଟକ ଏସ ସିବି ଯାଇଥିଲେ ।

ଏବଂ ସେଠାରୁ ବିଦ୍ୟା ଭାରତିଙ୍କୁ ସାଙ୍ଗରେ ନେଇ ଗଉଡ ଗାଁ ଫେରିଥିଲେ । ନକହି ନକହି ବହୁତ କଥା କହିଛନ୍ତି ଦିବାକର ମହାପାତ୍ର । ସେଦିନ ରାତି ୯.୩୦ ରେ କପ୍ତିପଦାରୁ ବାହାରି ପାରଳା ଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୨ ଟା ସମୟରେ ସେମାନେ ଫେରି ଥିଲେ କଟକ ଏସ ସି ବିକୁ । କଟକ ଏସ ସି ବି ପହଞ୍ଚିବା ପରେ ସୌମ୍ଯ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ ।

ହେଲେ ତାଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲ ନେବା ନିମନ୍ତେ ଉଭୟ ପରିବାର କଥା ହେବା କହିଛନ୍ତି ଡ୍ରାଇଭର । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଏହି ଘଟଣା ଘଟିଥିବା ସମୟରେ ଯିଏ ଥିଲେ ତାଙ୍କୁ ପଚରା ଉଚରା କରାଯିବ ପରିବର୍ତେ ମୋତେ କାହିଁକି ପଚାରୁଛନ୍ତି । ଦୋଷୀଙ୍କୁ ଦେଖିଲେ ଜଣା ପଡିଯିବା କିନ୍ତୁ ପୋ-ଲି-ସ ଏଣେ ତେଣେ ତଦନ୍ତ କରୁଛି । ହେଲେ ପୋ-ଲି-ସ ତା ମନ ଇଛା ତଦନ୍ତ କରୁଛି । ସବୁ ପରେ ରାତି ପ୍ରାୟ ଦୁଇଟାରୁ ତିନିଟା ସମୟରେ ଗାଡି ଏସ ସି ବିରେ ପହଞ୍ଚିଥିଲା ଯେତେବେଳେ ସୌମ୍ୟଙ୍କ ମୃ-ତ୍ୟୁ ଘୋଷଣା ହୋଇଥିଲା ।

ଦିନ ପ୍ରାୟ ୧୧ ଟା ପାଖାପାଖି ତାଙ୍କ ବାପା ମା ତାଙ୍କୁ ଧରି ଗଉଡ ଗାଁ ଫେରି ଥିଲେ । ହେଲେ ରାସ୍ତାରେ ଆସିବା ସମୟରେ ବିଦ୍ୟାଭାରତୀଙ୍କ ମନରେ କୌଣସି ଦୁଃଖ ନଥିଲା । ଡ୍ରାଇଭରଙ୍କ କଥାକୁ ଦେଖିଲେ ତାଙ୍କ ପରିବାର ଓ ବିଦ୍ୟାଭାରତୀଙ୍କ ଉପରେ ସନ୍ଦେହ ଅଧିକ ଦୃଢୀଭୂତ ହେଉଛି ।

ତାଙ୍କର ପରିବାର ଲୋକଙ୍କ ମନରେ ଦୁଃଖ ଦେଖିବାକୁ ମିଳିନଥିଲା । ଯେମିତି ସୌମ୍ଯ ମରୁତ ଘୋଷିତ ହୋଇଥିଲେ ତାଙ୍କ ପରିବାର ଲୋକ ସଙ୍ଗେ ସଙ୍ଗେ ନିଜ ଗାଁ କୁ ଫେରି ଯାଇଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *