ବର୍ତମାନ ସମୟରେ ବାହାର ଜିନିଷ ଆଣି ଛୁଆଙ୍କୁ ଦବା ପାଇଁ ମଧ୍ୟ ସମସ୍ତଙ୍କୁ ଡର ଲାଗୁଛି ଏହା ଛଡା ଲକଡାଉନ ସ୍ଥିତି ପାଇଁ ଦୋକାନରେ ମଧ୍ୟ ସବୁ ଜିନିଷ ରହୁ ନାହିଁ, ଘରେ ଛୁଆ ମଧ୍ୟ ଆପଣଙ୍କୁ ହଇରାଣ କରୁଥିବେ କଣ ଖାଇବା ପାଇଁ ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଜିନିଷ ଆଣିଛୁ ଯାହା ଦ୍ଵାରା ଆପଣଙ୍କୁ ସମୟ ମଧ୍ୟ କମ ଲାଗିବ ପରିଶ୍ରମ କମ ଲାଗିବ କିନ୍ତୁ ସୁଆଦ ଆପଣଙ୍କୁ ବହୁତ ଭଲ ଲାଗିବ ଓ ଆପଣଙ୍କ ଛୁଆ ବା ଘର ବଡ ଲୋକ ମଧ୍ୟ ଖୁସି ହୋଇପାରିବେ ।

Image Courtesy: Google
ତେବେ ଆସନ୍ତୁ ଶିଖିବା ବିନା ଖରା ଓ ବିନା ସିଯାରେ ଆଳୁ ଚିପ୍ସ କେବଳ ୧୦ ମିନିଟରେ କେମିତି ବନେଇବା । ପ୍ରଥମେ ଆପଣ ଯେତେ ଆଳୁ ଚିପ୍ସ ବନେଇବା ପାଇଁ ଚାହନ୍ତି ସେତେ ଆଳୁ ନିଅନ୍ତୁ ଏହା ପରେ ଆପଣ ଆଳୁ ଚୋପା ଛେଲି ବାହାର କରନ୍ତୁ ମନେ ରଖନ୍ତୁ ଆପଣ ଆଳୁ ଛେଲିଲା ପରେ କୌଣସି ବଡ ଗିନାରେ ପାଣି ରଖି ସେଥିରେ ବୁଡେଇ ରଖନ୍ତୁ ନଚେତ ଆପଣଙ୍କ ଆଳୁ କଳା ପଡିପାରେ ଯାହା ଦେଖିବା ପାଇଁ ବହୁତ ଅସନା ଦେଖା ଯାଇଥାଏ ।

Image Courtesy: Google
ତେବେ ସବୁ ଆଳୁ ଛେଲିବା ପରେ ଆପଣ ଗୋଟେ ସ୍ଲାଇସ କଟର ନିଅନ୍ତୁ ସେଥିରେ ସ୍ଲାଇସ କଲା ବେଳେ ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଆଳୁ ଚିପ୍ସ ଯେଉଁ ଗିନାରେ ପଡୁଛି ସେଥିରେ ପାଣି ଅଛି ନଚେତ ଆଳୁ ନାଲି ହୋଇଯିବ । ଏହା ପରେ ଆପଣ ସବୁ ଆଳୁ ସ୍ଲାଇସ କଲା ପରେ ଗୋଟେ ବଡ ଗିନାରେ ଗୋଟେ ଚାମଚ ଲୁଣ ପକାଇ ସବୁ ସ୍ଲାଇସକୁ ସେଥିରେ ପକେଇ ଦିଅନ୍ତୁ ଓ ଭଲ ଭାବରେ ଏହାକୁ ଗୋଳେଇ ଦିଅନ୍ତୁ ଏବଂ ୨ରୁ ୩ ମିନିଟ ତାକୁ ସେହି ଲୁଣ ପାଣିରେ ଛାଡି ଦିଅନ୍ତୁ ଏହା ପରେ ଗୋଟେ ଛଣା ସାହାଜ୍ଯ ରେ ସବୁ ଆଳୁ ଛାଣି ରଖି ଦିଅନ୍ତୁ ।

Image Courtesy: Google
ଏହା ପରେ ଆପଣ ଗୋଟେ ମୋଟା ସୂତା କପଡା ତଳେ ବିଛେଇ ଦିଅନ୍ତୁ ଏହା ଉପରେ ଆପଣ ଆଳୁ ସ୍ଲାଇସ ପକେଇ ଦିଅନ୍ତୁ ଓ ଆଉ ଗୋଟେ ସୂତା କପଡା ଦ୍ଵାରା ଆପଣ ସ୍ଲାଇସ ଗୁଡିକ ଉପରେ ପକାନ୍ତୁ ତେବେ ତଳେ ଓ ଉପରେ ସୂତା କପଡା ରହିବା ଦ୍ଵାରା ଆଳୁ ସବୁ ନମି ସୂତା କପଡା ସୋଖି ନେଇ ଥିବ ଏହା ପରେ ଆପଣଙ୍କୁ କିଛି କରିବାର ନାହିଁ କେବଳ ତେଲ ଗରମ କରନ୍ତୁ ଓ ମିଡିଅମ ଫ୍ଲେମରେ ଚିପ୍ସ ଫ୍ରାଇ କରନ୍ତୁ ଓ ଲୁଣ ଏବଂ ଲଙ୍କା ପକେଇ ଖାନ୍ତୁ ଆପଣଙ୍କୁ ବହୁତ ପସନ୍ଦ ଆସିବ ।