Naba ଙ୍କ ପରେ ପୋଲିସ କୁ ପେଟ ଓ ମୁଣ୍ଡ ଚିନ୍ତା ! ଦେଖନ୍ତୁ କଣ କହୁଛନ୍ତି DCP

ନମସ୍କାର ବନ୍ଧୁଗଣ ପୋଲିସ କୁ ଘାରିଲାଣି ଏବେ ଓଜନ ଚିନ୍ତା । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଙ୍କ ମୃ-ତ୍ୟୁ ପରେ ଜାରି ହେଲା ନିର୍ଦ୍ଦେଶ । ରାଜଧାନୀ ପୋଲିସକୁ ଫିଟ ରହିବାକୁ ତାଗିଦ ହୋଇଛି । ରାତି 15 ଦିନରେ ହେବ ଓଜନ ମାପ । ଭୁବନେଶ୍ଵର ଅର୍ବାନ ପୋଲିସ କର୍ମଚାରୀଙ୍କ ପାଇଁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ଡିସିପି ।

ହେଲେ ସବୁଠୁ ବଡ ପ୍ରଶ୍ନ ଏହା କେତେ ମାତ୍ରାରେ କାର୍ଯ୍ୟକାରୀ ହେବ ? ପୂର୍ବରୁ ଏଭଳି ଅନେକ ନିର୍ଦ୍ଦେଶ ଜାରି ହୋଇଥିଲେ ବି ଏହାର ଆଖି ଦୃଶିଆ ପ୍ରଭାବ ଦେଖିବାକୁ ମିଳିନି । ଏବେ ବି କମିସନରେଟ ପୋଲିସରେ ଭାରି ରହିଛନ୍ତି ଅନେକ ଅନଫିଟ ପୋଲିସ । ଏଥର କିନ୍ତୁ ପାଦେ ଆଗକୁ ଯାଇ ପୋଲିସ କର୍ମଚାରୀଙ୍କ ଫିଟେନ୍ସ ଓ ମେଣ୍ଟାଲ ଫିଟନେସ କୁ ଗୁରୁତ୍ଵ ଦେଇଛନ୍ତି ଡିସିପି ପ୍ରଦୀପ ସିଂ ।

APR, DPO, CP ହେଡକ୍ଵାଟର୍ସ ଟିମ 60, OSAP ମୋବୀଲାଇଯାଇଡ ଫୋର୍ସ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯାଇଛି । ଏହାକାଉ ରେଗୁଲାର ବେଶିଷ ରେ ମନିଟର ମଧ୍ୟ କରାଯିବ । ରାତି 15 ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ ।

ଖିଲାଫକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି । ଯେଉଁ ମାନେ ନିୟମରେ ଖିଲାଫ କରିବେ ସେମାନଙ୍କୁ ଅଲିରୁଲ ଦିଆଯିବ । ମା-ଦ-କ ଦ୍ରବ୍ଯ ସେବନରୁ ଦୂରେଇ ରହିବାକୁ ପଦକ୍ଷେପ ନିଆଯିବ । ପ୍ରତିଦିନ ସକାଳ ଓ ଦ୍ଵିପହର ରେ ହେବ ଫିଜିକାଲ ଟ୍ରେନିଂ । ଫିଟନେସ ଓ ସଫେଇ ଉପରେ ଗୁରୁତ୍ଵ ଦିଆଯିବ । ଏହା ଛଡା ପ୍ରତି ମାସରେ 80% ଉପସ୍ଥାନ ବାଧ୍ୟତା ମୂଳକ କରାଯାଇଛି ।

ୟୁନିଫର୍ମ ରେ ପୋଲିସ କର୍ମଚାରୀ ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବା ଉପରେ ଗୁରୁତ୍ଵ ଦେଇଛନ୍ତି ଡିସିପି । ରାଜ୍ୟ ରେ ଜଣେ କ୍ଯାବିନେଟ ମନ୍ତ୍ରୀ ଙ୍କ ହ-ତ୍ୟା ପରେ ଏଣିକି ସଚେତନ ହୋଇଛି କମିସନରେଟ ପୋଲିସ । କର୍ମଚାରୀ ଙ୍କ ଫିଜିକାଲ ଫିଟେନ୍ସ ସହ ମେଣ୍ଟାଲ ଫିଟନେସ ପ୍ରତି ଗୁରୁତ୍ଵ ଦେଇ ଜାରି ହୋଇଛି ଏହି ନୋଟିସ ।

ବାରମ୍ବାର ଏଭଳି ନିର୍ଦ୍ଦେଶ ଜାରି ହୋଇଛି ହେଲେ ନିୟମ ଖିଲାଫ କାରୀ ଙ୍କ ଉପରେ କି କାର୍ଯ୍ୟ ଅନୁଷ୍ଠାନ ହେଉଛି ତାହା ଜଣା ପଡୁ ନାହି । ପୋଲିସ ବିଭାଗ ନିଜର ଦୋଷ ଦୁର୍ବଳତା କୁ ଘୋଡାଇବାକୁ ଏଭଳି ନୋଟିସ ଜାରି କରୁଥିବା ଲୋକେ କହୁଛନ୍ତି ।  ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *