ନବମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ହେଲେ ଗର୍ଭବତୀ ! ସମ୍ପୂର୍ଣ୍ଣ ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ, ସରକାରୀ ସ୍କୁଲ ହଷ୍ଟେଲରେ ନାବାଳିକା ଗର୍ଭବତୀ । ନା ଝିଅର ମୁହଁ ଦେଖାଇ ହେବ ନା ତାର ନାଁ କହି ହେବ । ବୟସ ମାତ୍ର 14 ବର୍ଷ । ଯେ ଯୁବକ ଙ୍କ ସମ୍ପର୍କରେ ଆସି ଗର୍ଭବତୀ ହୋଇଗଲା ନାବାଳିକା । ଆଉ ଏ କଥା ଜାଣିବା ପରେ ପରିବାର ଲୋକଙ୍କ ପରାମର୍ଶରେ ଔଷଧ ଖାଇଥିଲା ଯୁବତୀ । ହେଲେ ଔଷଧ ଖାଇବା ପରେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମୋଇ ମେଡିକାଲରେ ଚିକିତ୍ସା ହେଉଛନ୍ତି ନାବାଳିକା ।

ଏ ଘଟଣାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ପୋଲିସରେ ଅଭିଯୋଗ କରିବା ପରେ ଉକ୍ତ ଯୁବକଙ୍କୁ ଆରେଷ୍ଟ କରିଛି ପୋଲିସ । ଯୁବକଙ୍କ ମେଡିକାଲ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି । ଯୁବକ ଜଣକ ଝିଅ ସହ ଶାରୀରିକ ସମ୍ପର୍କ ରଖିଥିବା କଥା ସ୍ଵୀକାର କରିଥିବା SDO କହିଛନ୍ତି । ସେହିପରି ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଯୁବକ ଙ୍କ ମା ।

ନାବାଳିକା ଜଣକ ନବମ ଶ୍ରେଣୀରେ ଛାତ୍ରୀ ଜେଣ ଆଦିବାସୀ ଝିଅ । ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ ଙ୍କ ହଷ୍ଟେଲ ରେ ରହି ପାଠ ପଢୁଥିବା ନାବଳିକା । ହଷ୍ଟେଲ ଭିତରେ ଅନ୍ତ ଶାକ୍ତ ହୋଇ ଜଣେ ନବମ ଶ୍ରେଣୀର ଛାତ୍ରୀ 5 ମାସ ଧରି ରହିଥିବା ବେଳେ ଏମିତି ଜାଣି ପାରିଲେ ନାହି ହଷ୍ଟେଲ ଦାୟିତ୍ଵ ରେ ଥିବା କର୍ମଚାରୀ ମାନେ ।

ନିୟମିତ ଭାବେ ହରିଜନ ଓ ଆଦିବାସୀ ହଷ୍ଟେଲ କୁ ପରିଦର୍ଶନ କରିବା ପାଇଁ ଜିଲ୍ଲା ମଙ୍ଗଳ ଦ୍ଵାରା ଅଧିକାରୀ ମାନଙ୍କୁ ନିୟୋଜିତ କରା ଯାଉଛି । କିନ୍ତୁ କଣ ପାଇଁ ନିୟମିତ ଭାବେ ହଷ୍ଟେଲ ପରିଦର୍ଶନ କରା ଆଉ ନ ଥିଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଘଟଣା ଜଣା ପଡିବା ପରେ ଅନେକ ଶିକ୍ଷକ ଓ କର୍ତ୍ତୁପକ୍ଷ ଙ୍କ ଫୋନ ସ୍ଵିଚ ଅଫ ରହିଛି ।

ତେଣୁ ଏଭଳି ଘଟଣାରେ ଦାୟୀ ତଥା କର୍ତ୍ତବ୍ୟ ରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ SDO ଜିଲ୍ଲାପାଳ ଙ୍କୁ ଭେଟି ଦାବି ପତ୍ର ଦେଇଛି ଆଦିବାସୀ ସଂଘ । କିନ୍ତୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାରୁ ମୂହନ ମୋଦୀ ନେଲେ । ଆଉ କହିଲେ ଉପରୁ ମୋତେ ମନା ଅଛି । ତେଣୁ କିଛି କହିବେ ନାହି ।

କିନ୍ତୁ ଜିଲ୍ଲାପାଳ କହିଛନ୍ତି ଘଟଣା ଟି ଅତି ସଂବେଦନଶୀଳ । ନିୟମ ଅନୁଯାୟୀ ତଦନ୍ତ ହୋଇ କାର୍ଯ୍ୟ ଅନୁଷ୍ଠାନ ହେବ । ତେବେ ଏଥିପାଇଁ ଦାୟୀ କିଏ ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *