ନବରାତ୍ରିରେ ଏମିତି କରିବେ ପୂଜା ତ ହୋଇଯିବେ କାଙ୍ଗାଳ! ଭୁଲରେ ବି କରନ୍ତୁ ନାହିଁ ଏମିତି

ଆଜି ଆମେ ଆପଣଙ୍କୁ ମାତା ଦୂର୍ଗାଙ୍କ ତୃତୀୟ ରୂପ ବିଷୟରେ କହିବୁ । ନବରାତ୍ରିର ତୃତୀୟ ଦିନରେ ମାତ ଦୂର୍ଗାଙ୍କ ଚନ୍ଦ୍ରଘଣ୍ଟାର ପୂଜା କରାଯାଏ । ମାତା ଦୂର୍ଗାଙ୍କ ଚନ୍ଦ୍ରଘଣ୍ଟା ରୂପ ବହୁତ ହିଁ ଆକର୍ଷକ, କଲ୍ୟାଣକାରୀ ଓ ଶାନ୍ତି ପ୍ରଦାନ କରିଥାଏ । ଏହି ସ୍ୱରୂପରେ ମାତା ଦୂର୍ଗାଙ୍କ ମସ୍ତକରେ ଅର୍ଦ୍ଧ ଚନ୍ଦ୍ରର ଚନ୍ଦ୍ରମା ଅଛି । ସେଥିପାଇଁ ଏହାକୁ ଚନ୍ଦ୍ରଘଣ୍ଟା କୁହାଯାଏ । ମା ଚନ୍ଦ୍ରଘଣ୍ଟାଙ୍କ ୧୦ ଟି ହାତ ଅଛି । ଯେଉଁଥିରେ ବହୁତ ଅସ୍ତ୍ର ଓ ଶସ୍ତ୍ର ଥାଏ । ତାଙ୍କର ବାହାନ ସିଂହ ଅଟେ ।

ମାନ୍ୟତା ଅଛି କି ମାତା ଚନ୍ଦ୍ରଘଣ୍ଟାଙ୍କ ପୂଜା ସମ୍ପୂର୍ଣ ବିଧି ଓ ବିଧାନ ସହ କରାଯିବ ତେବେ ବ୍ୟକ୍ତିମାନଙ୍କୁ ଯଶ ଓ ସମ୍ମାନ ମିଳିଥାଏ । ଦେବୀ ଚନ୍ଦ୍ରଘଣ୍ଟା କଷ୍ଟରୁ ମୁକ୍ତି ଦେଉଥିବା ଓ ହୃଦୟ ରୋଗରୁ ବଞ୍ଚିତ କରୁଥିବା ଦେବୀ ଅଟନ୍ତି ।

କୁହାଯାଏ କି ମାତା ଚନ୍ଦ୍ରଘଣ୍ଟାଙ୍କ ଆରାଧନା ଦ୍ଵାରା ଭକ୍ତକୁ ଗତ ଜନ୍ମର ପାପରୁ ମୁକ୍ତି ମିଳିଥାଏ । ମାତା ଚନ୍ଦ୍ରଘଣ୍ଟାଙ୍କ ପୂଜା କରିବା ଦ୍ଵାରା ସାଧକମାନଙ୍କୁ ଦୈବ୍ୟ ସୁଗନ୍ଧ ଓ ଆଲୌକିକ ବସ୍ତୁ ଅନୁଭବ ହୋଇଥାଏ । କିନ୍ତୁ ଏହିଭଳି ପ୍ରକାରର ଅନୁଭବ କେବଳ ଶୁଦ୍ଧ ଓ ତପସ୍ଵୀ ସାଧକମାନଙ୍କୁ ହୋଇଥାଏ । ସେଥିପାଇଁ ସ୍ଵଚ୍ଛ ଶରୀର, ପବିତ୍ର ମନ ଓ ହୃଦୟର ସହିତ ଦେବୀଙ୍କ ଆରାଧନା କରି ମା ଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ଉଚିତ ।

ବର୍ତ୍ତମାନ ଚାଳନ୍ତୁ ଜାଣିବା ମାତା ଚନ୍ଦ୍ରଘଣ୍ଟାଙ୍କ ପୂଜା ବିଧି ବିଷୟରେ । ସର୍ବେ ପ୍ରଥମେ ମାତା ଚନ୍ଦ୍ରଘଣ୍ଟାଙ୍କୁ ସିନ୍ଦୁରର ଟୀକା ଲଗାନ୍ତୁ ଓ ମାତା ଙ୍କ ଚରଣ ସ୍ପର୍ଶ କରନ୍ତୁ । ବର୍ତ୍ତମାନ ଯେମିତି ନବରାତ୍ରିର ପ୍ରଥମ ଓ ଦ୍ଵିତୀୟ ଦିନରେ ଦିନ ପୂଜାରେ ଅଗ୍ନିକୁ ଲବଙ୍ଗ ଅର୍ପିତ କରିଥିଲେ ସେହିଭଳି କରନ୍ତୁ । ମାତା ଙ୍କ ନିକଟରେ ଫଳ, ପୁଷ୍ପ, ମିଠା ଇତ୍ୟାଦି ଭୋଗ ଅର୍ପଣ କରନ୍ତୁ ।

ଘରେ ତିଆରି ଭୋଗ ବି ଆପାନ ମାତା ଙ୍କ ନିକଟରେ ଅର୍ପଣ କରି ପାରିବେ । ପ୍ରୟାସ କରଣରୁ ନବରାତ୍ରି ସମୟରେ ସବୁଦିନ ଘର ତିଆରି କିଛି ମିଠା ଭୋଗ ଅବଶ୍ୟ ଲଗାନ୍ତୁ । ମାତା ଦୂର୍ଗାଙ୍କ ମନ୍ତ୍ର ପାଠ କରନ୍ତୁ । ଚନ୍ଦ୍ରଘଣ୍ଟା ମନ୍ତ୍ରକୁ ଏକ ମାଳ ଦ୍ଵାରା ଜପ କରନ୍ତୁ । ମାତାଙ୍କ ଆରତୀ କରନ୍ତୁ । ମାତା ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ କି ଆପଣଙ୍କ ସବୁ ପାପ ନଷ୍ଟ ହେଉ । କ୍ଷମା ପ୍ରାର୍ଥନା ସହ ପୂଜାର ସମାପ୍ତ କରନ୍ତୁ ।

Leave a Reply

Your email address will not be published. Required fields are marked *