ନବରାତ୍ରି ୯ ଦିନ କରନ୍ତୁ ଏହି ଉପାୟ, ଚମକି ଉଠିବ ଭାଗ୍ୟ, 7 ଜନ୍ମ ପର୍ଯ୍ୟନ୍ତ ଦୂର ହେବ ଦରିଦ୍ରତା

୧୩ ଏପ୍ରିଲ ମଙ୍ଗଳବାର ଠାରୁ ନବରାତ୍ରି ଆରମ୍ଭ ହୋଇ ଯାଇଛି, ଯାହା ୨୨ ଏପ୍ରିଲ ପର୍ଯ୍ୟନ୍ତ ରହିବାକୁ ଯାଉଛି । ନବରାତ୍ରି ୯ ଦିନ ମାତା ଦୂର୍ଗାଙ୍କ ୯ ରୂପର ପୂଜା କରା ଯାଇଥାଏ, ଏହି ପୂଜା ଲୋକେ ବହୁତ ନିଷ୍ଠା ସହ ପାଳନ କରନ୍ତି ଏବଂ ବ୍ରତ କରନ୍ତି । ମାନ୍ୟତା ଅଛି ଯେ ଏହି ୯ ଦିନ ମାତାଙ୍କ ପୂଜା ଯିଏ ନିଷ୍ଠା ସହ କରନ୍ତି ତାଙ୍କ ଜୀବନରେ କେବେ କିଛି ଦୁଃଖ ଆସି ନଥାଏ । ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ମାତା ତାଙ୍କୁ ରକ୍ଷା କରିଥାନ୍ତି ।

ତେବେ ବହୁତ ଲୋକଙ୍କ ଜୀବନରେ ବହୁତ ଦୁଃଖ ରହିଥାଏ କିନ୍ତୁ ସେ ବିଚାର କରି ପାରନ୍ତି ନାହିଁ ଯେ କଣ କରିବା ଦ୍ଵାରା ତାଙ୍କ ଦୁଃଖ କମ ହବ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ କଲେ ଆପଣଙ୍କୁ ମାତାଙ୍କ ବିଶେଷ କୃପା ପ୍ରାପ୍ତ ହବ ।

ବିଦେଶ ଯାତ୍ରା ପାଇଁ :

ଏହି ଉପାୟ ଅନୁଯାଇ ଆପଣ ନିଷ୍ଠା ସହ ମାତାଙ୍କୁ ୯ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ ଆଉ ୯ ଦିନ ପରେ ନବମୀ ଦିନ ମାତାଙ୍କୁ ନାଲି କପଡା ଅର୍ପଣ କରନ୍ତୁ ଆଉ ଗରିବ ଲୋକଙ୍କୁ ଦାନ ଦିଅନ୍ତୁ ।

ଆର୍ଥିକ କଷ୍ଟ ଦୂର ହବା ପାଇଁ :

ନବରାତ୍ରି ଦିନ ମାତାଙ୍କୁ ରୂପାର କିଛି ଜିନିଷ ଅର୍ପଣ କରନ୍ତୁ, ମାଙ୍କୁ ରୂପା ଅର୍ପଣ କରିବା ପରେ ନିଷ୍ଠା ସହ ପୂଜା କରନ୍ତୁ । ପୂଜା କରିବା ପରେ ଏହି ରୂପାକୁ ନିଜ ଲକର ବା ପର୍ସରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହବ ଆଉ ଆପଣ ନିଜ ଜୀବନରେ ବହୁତ ଉପରକୁ ଉଠି ପାରିବେ ।

ନିଜ ଘର ପାଇବା ପାଇଁ :

ଯଦି ଆପଣଙ୍କ ସ୍ଵପ୍ନ ନିଜ ଘର ତିଆରି କରିବା ପାଇଁ ଅଛି ତେବେ ଏହି ଉପାୟ କରନ୍ତୁ, ନବରାତ୍ରିରେ ମାଟିର ଛୋଟ ଘର ଆଣି ପୂଜା ସ୍ଥଳରେ ରଖି ଦିଅନ୍ତୁ ଆଉ ପୂଜା କରନ୍ତୁ, ମାତାଙ୍କ ସାଜ ଶଯ୍ୟା ସବୁ ଦିନ ନିୟମିତ ରୂପରେ କରନ୍ତୁ, ଏହି ଉପାୟ ଆପଣଙ୍କ ମନୋକାମନା ପୂର୍ଣ୍ଣ କରିବ ।

ଚାକିରିରେ ଉନ୍ନତି ପାଇଁ :

ଚାକିରିରେ ପ୍ରମୋଶନ ପାଇଁ ନବରାତ୍ରି ଆଗରୁ ୩ଟି ନଡିଆ ଆଣି ଘରେ ରଖନ୍ତୁ । ଏହି ନଡିଆ ମାଙ୍କ ପାଖରେ ରଖନ୍ତୁ, ତେବେ ନବମୀ ଦିନ ଏହାକୁ ମନ୍ଦିରରେ ଦେଇ ଆସନ୍ତୁ ଏହା ସହ ମାଙ୍କୁ ନିଜ ଉନ୍ନତି ପାଇଁ କାମନା କରିକି ଆସନ୍ତୁ ।

Leave a Reply

Your email address will not be published. Required fields are marked *