Neha kakkar କଲେ ବଡ ଖୁଲାସା, କହିଲେ ବିବାହ ପାଇଁ ରାଜି ନଥିଲେ ରୋହନପ୍ରୀତି, ଏମିତି ହେଲା ବିବାହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନେହା କକ୍କର ବଲିଉଡ ର ଜଣେ ପ୍ରସିଦ୍ଧ ଗାୟିକା । ସେ ଏହି ବର୍ଷ ନିଜର ବିବାହ କୁ ନେଇ ବହୁତ ଚର୍ଚ୍ଚା ର ପାତ୍ର ହୋଇଥିଲେ । ସେ ହଠାତ ରୋହନ ପ୍ରୀତ ଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ । କିନ୍ତୁ ଦେଖିବାକୁ ଗଲେ ସେମାନଙ୍କ ପ୍ରଶଂସକ ସେମାନଙ୍କ ଯୋଡି କୁ ଖୁବ ପସନ୍ଦ କରନ୍ତି । ଏମାନେ ଦୁଇ ଜଣ ୨୪ ଅକ୍ଟୋବର ୨୦୨୦ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ରୋହଜ ପ୍ରୀତ ଜଣେ ପଞ୍ଜାବ ର ପ୍ରସିଦ୍ଧ ଗାୟକ ।

ଏବଂ ଏମାନେ ଦୁଇ ଜଣ ବିବାହ କରି ସାତ ଜନ୍ମ ପାଇଁ ଏକାଠି ହୋଇ ଗଲେ । ଏବଂ ସୋସିୟାଲ ମିଡ଼ିଆ ରେ ଏହି ଦୁଇ ଜଣଙ୍କ ଯୋଡି ଫୋଟୋ ଖୁବ ଶୀଘ୍ର ଭାଇରଲ ହେଉଛି । ଏମାନେ ଦୁଇ ଜଣ ହିଁ ସୋସିୟାଲ ମିଡ଼ିଆ ରେ ବହୁତ ସକ୍ରିୟ ରୁହନ୍ତି । ଏବଂ ନିଜର ସୁନ୍ଦର ସୁନ୍ଦର ଫୋଟୋ କୁ ସେୟାର କରନ୍ତି ।  ଏବଂ ଏବେ ଦୁଇ ଜଣ କିଛି ଦିନ ପୂର୍ବରୁ ଦ କପିଲ ଶର୍ମା ଶୋ ରେ ନିଜର ସମ୍ପର୍କ ବିଷୟରେ ଏକ ଦମ ଖୋଲା ଖୋଲି କଥା ହେଇ ଥିଲେ ।

ଏବଂ ନିଜର ବାହାଘର ବିଷୟ କୁ ନେଇ କିଛି କଥାର ଖୁଲାସା ମଧ୍ୟ କରିଥିଲେ ।ସେ ଯେବେ ଦ କପିଲ ଶର୍ମା ଶୋ ରେ ପହଁଚି ନିଜର ଏବଂ ରୋହନ ପ୍ରୀତ ଙ୍କ ସମ୍ପର୍କ ବିଷୟରେ ବହୁତ ଜିନିଷ କଥା ହୋଇଥିଲେ । ଏବଂ ଏହି ସବୁ ବିଷୟରେ କଥା ହେଉ ହେଉ ସେ ନିଜର ଏବଂ ରୋହନ ପ୍ରୀତ ଙ୍କ ର ପ୍ରଥମ ଦେଖା ବିଷୟରେ ମଧ୍ୟ କହିଥିଲେ । ସେମାନେ ଦୁଇ ଜଣ ପ୍ରଥମ ଥର ଅଗଷ୍ଟ ମାସରେ ଚଣ୍ଡୀଗଡ଼ ରେ ଦେଖା ହୋଇଥିଲେ । ଏବଂ ତାଙ୍କୁ ସେହି ଦିନର ଯୋଡି ହୋଇ ରହିଥିବା ସମସ୍ତ କଥା ମଧ୍ୟ ମନ ଅଛି ।

ଏମାନେ ଦୁଇଜଣ କପିଲ ଶର୍ମା ଶୋ ରେ ପହଁଚି ବହୁତ ମସ୍ତି ମଜା ମଧ୍ୟ କରିଥିଲେ । ଏବଂ ତା ସହ ନିଜ ଜୀବନର କିଛି ମଜା ଏବଂ ନିଜ ସମ୍ପର୍କ କୁ ନେଇ ଯୋଡି ହେଉଥିବା ଅନେକ କଥା କହିଥିଲେ । ରୋହନ ପ୍ରୀତ କଥା ଭିତରେ କହିଲେ କି ତାଙ୍କୁ ଏକ ଗୀତ ର ଅଡ଼ିଶନ ପାଇଁ ଡ଼କା ଯାଇଥିଲା । ଏବଂ ସେହି ଅଡି ଶନ ରେ ଥିବା ଗୀତ କୁ ଲେଖିଥିଲେ ଏବଂ ସଙ୍ଗୀତ ନେହା କକ୍କର ଦେଇଥିଲେ ।

ଏବଂ ଯେତେ ବେଳେ ରୋହନ ପ୍ରୀତ ଙ୍କୁ ପଚରା ଗଲା କି ନେହା ଙ୍କ ଭିତରେ ଥିବା କିଛି ଭଲ ଗୁଣ ବିଷୟରେ କୁହନ୍ତୁ ସେତେବେଳେ ରୋହନ ପ୍ରୀତ ଏହା କହିଲେ କି ଯେତେବେଳେ ସେମାନେ ମିଶିଥିଲେ ସେତେବେଳେ ତାଙ୍କ ଜୀଵନ ରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା । ଏବଂ ନେହା ବହୁତ ଭଲ ଏବଂ ଲୋକମାନେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି । ଏବଂ ଯେତେବେଳେ ନେହା କୁ ଏହା ପଚରା ଗଲା ସେତେବେଳେ ନେହା ଏହା କହିଲେ କି ରୋହନ ବହୁତ କ୍ୟୁଟ ଏବଂ ବହୁତ ଭଲ ।

ଏବଂ ସେ ଜଣେ ବହୁତ ଭଲ ମଣିଷ ଏବଂ ବହୁତ ସୁନ୍ଦର ଦେଖିବାକୁ ମଧ୍ୟ । ସେଥିପାଇଁ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ । ଏବଂ ସେମାନେ ନିଜର ସ୍ନାପ ଚାଟ ଏବଂ ୱାଟ ସପ ରେ ମଧ୍ୟ ଦୁଇ ଜଣ ବହୁତ ନିକଟତର ହୋଇଗଲେ । ନେହା କକ୍କର ଏହା ମଧ୍ୟ କହିଲେ କି ସେ ଯେବେ ପ୍ରଥମେ ବିବାହ ପାଇଁ କହିଲେ ସେତେବେଳେ ରୋହନ ରାଜି ହୋଇ ନଥିଲେ । ଏବଂ କହୁଥିଲେ କି ତାଙ୍କ ବୟସ ଏବେ ବିବାହ ପାଇଁ ହୋଇ ନାହିଁ । କିନ୍ତୁ ନିଜେ ହିଁ ପରେ ନେହା କକ୍କର ଙ୍କୁ କହିଲେ କି ସେ ତାଙ୍କ ବିନା ରହି ପାରିବେ ନାହିଁ । ଏବଂ ରୋହନ ୨୫ ବର୍ଷ ବୟସ ରେ ନେହାଙ୍କୁ ବିବାହ କରି ଥିଲେ ।

Leave a Reply

Your email address will not be published. Required fields are marked *