ନିଜ କ୍ରୋଧ ଉପରେ କେମିତି କରିବେ ନିୟନ୍ତ୍ରଣ ? Krishna Vani

ଆଜି ଆମେ ଯେଉଁ ବିଷୟ ଉପରେ କଥା ହେବା ସେ କ୍ରୋଧ ଅଟେ । କ୍ରୋଧ ସେହି ଭାବନା ଅଟେ ଆମ ସାରା ଜୀବନକୁ ଘେରିକି ରହିଥାଏ । କ୍ରୋଧକୁ ନା ବୟସର ସୀମା ଅଛି ନ ଜ୍ଞାନର । କେବେ କେଉଁଠି ଓ କେଉଁ କାରଣରୁ କ୍ରୋଧ ଆସିଯାଏ ଏହା କାହାକୁବୀ ଜଣା ନଥାଏ । ଆଉ ଯେବେ କ୍ରୋଧ ଜନ୍ମ ନେଇଥାଏ ବ୍ଯକ୍ତିର ବିଚାର କରିବାର ଶକ୍ତି ହରାଇ ଥାଏ । ବୁଦ୍ଧି ଉପରେ ଅନ୍ଧକାର ଆସିଯାଇଥାଏ । ବର୍ଷର ସମ୍ବନ୍ଧ କ୍ଷଣକରେ ଭାଙ୍ଗି ଯାଇଥାଏ । ସାରା ଜୀବନ ନଷ୍ଟ ହୋଇଯାଇଥାଏ । କୌଣସିବି କାରାଗାରରେ ଯାଇ ଦେଖନ୍ତୁ ଅଧିକ ଅପରାଧୀ କ୍ଷଣଭର ଅପରାଧ ପାଇଁ ଦଣ୍ଡ ଭୋଗୁଛନ୍ତି ।


ତା ପରେ ମଧ୍ୟ କ୍ରୋଧ ଉପରେ ଅଙ୍କୁଶ ଲଗାଇ ପାରୁନୁ । ବାର ବାର ଆମେ କ୍ରୋଧ ନକରିବାର ଶପଥ ନେଇଥାଉ କିନ୍ତୁ ବାର ବାର ଆମେ କ୍ରୋଧତ ହୋଇଯାଇଥାଉ । ଏହି କ୍ରୋଧ ବାସ୍ତବରେ କଣ ଅଟେ, ଓ କାହିଁକି ହୋଇଥାଏ । କାହିଁକି ଆମେ କ୍ରୋଧକୁ ଛାଡିପାରୁ ନଥାଉ । ଉଦାହରଣ ସ୍ୱରୂପ…


ଆପଣ ଗୋଟିଏ ବାଳକକୁ ଦେଖନ୍ତୁ ତାକୁ କୌଣସି ବସ୍ତୁର ଇଛା ହୋଇଥାଏ । ସେହି ସମୟରେ ତାକୁ ଯଦି ମିଳିନଥାଏ କି କିଏ ତାକୁ ଭୟଭୀତ କରିଥାଏ । ସେ ତାକୁ ପ୍ରତିକ୍ରିୟା ଦେଇଥାଏ । ବାଳକର ପ୍ରତିକ୍ରିୟା କ୍ରୋଧ ଅଟେ । କାରଣ ବାଳକ ମିର୍ବଳ, ନିସହାୟ ଅଟେ । ବାଳକ ନିଜ ପ୍ରତିକ୍ରିୟା ଦେଇ ବଡ ମାନକୁ ତାର କ୍ରୋଧର ପ୍ରତୀତି କରାଇଥାଏ । ବଡ ହେଲା ପରେ ଆମେ କଣ ଏମିତି କରିନଥାଉ ।


କ୍ରୋଧ ଆମ ଭିତରେ ବସିଥିବା ବାଳକର ପ୍ରତିଭାବ ନୁହେଁ, ବାସ୍ତବରେ କ୍ରୋଧ ଆମ ଭିତରେ ବସିଥିବା ବାଳକର ବ୍ୟବହାର ନୁହେକି । ଯେବେ ଅହଂକାରକୁ ଘାବ ହୋଇଥାଏ ତେବେ ଭୟ ଲାଗିଥାଏ । ଯେବେ କୌଣସି ବସ୍ତୁ ଆମକୁ ପ୍ରାପ୍ତ ହୋଇନଥାଏ ସେତେବେଳେ ଆମକୁ କ୍ରୋଧ ଆସିଥାଏ ଠିକ ସେହି ବାଳକ ପରି । ଆମେ ଜାଣିଛୁ ଆଇନା ସାମ୍ନାରେ ଠିଆ ହୋଇ ମୁହଁ ବନେଇବାର ଖେଳ ବାଳକ ମାନକୁ ସୋଭା ଦେଇଥାଏ ବଡ ମାନଙ୍କୁ ସୋଭା ଦେଇନଥାଏ ।

ତ ପରେ ମଧ୍ୟ ଆମେ ବାଳକ ପରି କ୍ରୋଧ ବନ୍ଦ କରିନଥାଉ । ଆମେ ଅନୁଭବରୁ ଯାନୀ ଥାଉ ଆଉ ଜଣକୁ ଦେଖିକି କହିପାରିବୁକୀ କ୍ରୋଧ ଦ୍ଵାରା କାହାକୁ କିଛି ପ୍ରାପ୍ତ ହୋଇନଥାଏ । ସନମାନ, ସମ୍ପତି, ପ୍ରେମ ହେଉକି ସୁରକ୍ଷା ହେଉ କ୍ରୋଧରୁ ମିଳିନଥାଏ, ମିଳିଥାଏତ ପ୍ରୟାସ କରିବା ଦ୍ଵାରା ଓ କାର୍ଯ୍ୟ କରିବା ଦ୍ଵାରା । ବୁଦ୍ଧି ପୂର୍ବକ ବିଚାର କରିବା ଦ୍ଵାରା । କ୍ରୋଧ ବାସ୍ତବରେ କିଛି ନୁହେଁ, ଆମ ବାଳକ ବୁଦ୍ଧିର ନାମ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *