ନିଜ ପୁଅ ତଡିଦେଲା ଘରୁ, କିନ୍ତୁ ସଉତୁଣୀ ଦେଲା ସାହାରା, ଏହି ବୁଢୀ ମାଉଶୀ ଜଣଙ୍କ ଯାହା କହୁଛନ୍ତି ଶୁଣି ଅପନକ ଆଖିରେ ବି ଲୁହ ଆସିଯିବ… ଦେଖନ୍ତୁ Video

ମୋର ଏ ଜୀବନ ଟା ସତରେ ଭାରି ବିଚିତ୍ର । ନିଜ ଜନ୍ମ କରିଲା ପୁଅ ମୋତେ ପର କରିଦେଇ ଘରୁ ତଡି ଦେଲା । ଆଉ ସାତ ପର ବୋଲି ଭାବିଥିବା ମୋ ସଉତୁଣୀ ଆଜି ମୋତେ ପାଖରେ ରଖିଲା ମୋର ସେବା କରିଲା । ଯାହାକୁ ୧୦ ମାସ ଗର୍ଭରେ ରଖି ଅନ୍ତର ଫାଡି ଜନ୍ମ ଦେଇଥିଲି ସେ ମୋତେ ଦୁଃଖ ଯନ୍ତ୍ରଣା ଦେଇଦେଲା । କିନ୍ତୁ ଯାହାକୁ ମୁଁ ଦିନେ ଗାଳି ଦେଉଥିଲି ସେ ଆଜି ମୋର ସାହାରା ସାଜିଲା ।

ମୋ ଛାତିରୁ ରକ୍ତକୁ ଶୁଖାଇ ଅମୃତ ଝରାଇ ଯାହାକୁ ମୁଁ ମଣିଷ କରିଥିଲି ସେ ଆଜି ମୋତେ ଭୋକ ଉପାସରେ ରହିବାକୁ ଛାଡି ଦେଲା । କିନ୍ତୁ ଯାହାକୁ ମୁଁ ସଉତୁଣୀ ବୋଲି ଘୃଣା କରୁଥିଲି ସେ ତାର ନିଜ ପେଟ ମାରି ମୋତେ ଖାଇବାକୁ ଦେଲା । କଥାରେ ଶୁଣିଥିଲି ଭାଇ ହେଉଛି ଭଗାରି ଆଉ ସଉତୁଣୀ ହେଉଛି ଧାରୁଆ ଛୁରୀ । କିନ୍ତୁ ମୋର ଜନ୍ମ କଲା ପୁଅ ମୋର ଭଗାରି ସାଜିଲା । ଆଉ ଧାରୁଆ ଛୁରୀ ସଉତୁଣୀ ମୋତେ ତା ନିଜର କରିଦେଲା ।

ଯିଏ ଦିନେ ମୋ ଶଙ୍ଖା ସିନ୍ଦୁରରେ ଦିନ ଭାଗ ମାଗୁଥିଲା ସେଥିପାଇଁ ବୋଧେ ମୋ ଦୁଖ ସମୟକୁ ଆଜି ଭାଗ କରିନେଲା । ଯିଏ ଦିନେ ମୋର ପ୍ରେମକୁ ଦୁଇ ଭାଗ କରୁଥିଲା କିନ୍ତୁ ଆଜି ତାର ରୋଜଗାରକୁ ଦୁଇ ଭାଗ କରି ମୋତେ ଆଦରି ନେଲା ଆଉ କାଠ କ୍ୟାବିନ ଘରେ ମୋତେ ଆଶ୍ରୟ ଦେଲା । ସେହି ଘରେ ଆମେ ଦୁଇ ଜଣ ସୋଇଗଲେ ଆଉ କିଛି ରଖିବାକୁ ଜାଗା ହୁଏନି ।

ହଁ ଦର୍ଶକ ବନ୍ଧୁ ଦୁଇଟି ଭେଣ୍ଡିଆ ପୁଅ ବୋହୁ ନାତି ନାତୁଣୀ ସମସ୍ତେ ଥିବା ବେଳେ ୭୫ ବର୍ଷୀୟ ବୁଢୀ ମାଉସୀ ଏବେ କ୍ୟାବିନରେ ବାସ କରୁଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ବାଲିଆପାଳ ପଞ୍ଚାୟତ ସମିତି ଅସ୍ତି ଗ୍ରାମର ସ୍ଵର୍ଗତ ହରେକୃଷ୍ଣ ପରିଡାଙ୍କ ଧର୍ମପତ୍ନୀ ଶାନ୍ତି ଲତା ପରିଡା ଯାହାଙ୍କ ବୟସ ୭୫ ବର୍ଷ । ମାଉସୀଙ୍କ ଘରେ ଦୁଇଟି ପୁଅ ଅଛନ୍ତି ହେଲେ ପାଖରେ କେହି ବି ନାହାନ୍ତି । ମାଉସୀର ସବୁ ଅଛି କିନ୍ତୁ କିଛି ବି ନାହିଁ ।

ମାଉସୀ ଜଣକ ଏବେ ଦେଉଳା ଗ୍ରାମରେ ଏକ କେବିନରେ ଖାଇବା ଶୋଇବା ସହିତ ସବୁ ସେହି କେବିନରେ କରିଛନ୍ତି । ଦୁଇ ପୁଅ ଜାଗା ବାଡି ନିଜ ମାଙ୍କ ଠାରୁ ନାମିତ କରିବା ପରେ ମାକୁ ଘରୁ ବାହାର କରିଦେଇଛନ୍ତି । କିନ୍ତୁ ଏଭଳି ଏକ ପରିସ୍ଥିତିରେ ତାଙ୍କ ଦୁଃଖ ସୁଖ ଭଲ ମନ୍ଦ ବୁଝି ସାହାରା ପାଲଟି ଛନ୍ତି ତାଙ୍କର ସଉତୁଣୀ । ହଁ ଦର୍ଶକ ବନ୍ଧୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବାସ୍ତବରେ ବୁଢୀ ମାସୀଙ୍କ ପାଇଁ ସଉତୁଣୀ ଏବେ ସବୁ କିଛି ।

ସଉତୁଣୀ ଶଙ୍କରୀ ନିଜ କେବିନରେ ବୁଢୀ ମାଉସୀକୁ ରଖି ତାଙ୍କର ସବୁ ଖର୍ଚ୍ଚ ବହନ କରୁଛନ୍ତି । ପୁଅ ପର କରିବା ପରେ ଦୁଇ ସଉତୁଣୀ ଦୁଇ ଭଉଣୀ ଭଳି ମିଳାମିଶା କରୁଥିବାରୁ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *