ଚିନ୍ତା ବଢ଼ାଇପାରେ ଡେଲଟା ପ୍ଲସ ଭାରିଆଣ୍ଟ । ଆକ୍ରାନ୍ତ ଲୋକଙ୍କ ଠାରେ ଦେଖାଯାଉଛି ଏହି ନୂଆ ଲକ୍ଷଣ, ଦେଖନ୍ତୁ ଆପଣଙ୍କ ସହ ଏମିତି ହେଉନି ତ ?

କରୋନାର ମହାମାରୀ ସମସ୍ତଙ୍କ ମନରେ ଘର କରି ସାରିଛି । କାରାଣ ସବୁଦିନ କରୋନାକୁ ନେଇ କୌଣସି ନା କୌଣସି ଖବର ସାମ୍ନାକୁ ଆସୁଛି । କେତେବେଳେ ଭଲ ଖବର ଶୁଣିବାକୁ ମିଳୁଛି ତ କେତେବେଳେ ଏହା ଚିନ୍ତାର କାରାଣ ହୋଇ ଯାଉଛି । ସବୁବେଳେ ସମସ୍ତଙ୍କ ମନରେ କରୋନାକୁ ନେଇ ଚିନ୍ତା ଲାଗି ରହିଛି ଓ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କେବେ ଏହି କରୋନା ଯିବ ?

ଏମିତିରେ ଏହିଭଳି କିଛି ଖବର ଆହୁରି ଏହି ଚିନ୍ତାକୁ ବଢାଇ ଦେଉଛି । ବର୍ତ୍ତମାନ ତୃତୀୟ ଲହରକୁ ନେଇ ନୂଆ ଖବର ସାମ୍ନାକୁ ଆସୁଛି । କୁହାଯାଉଛି କି ଏହା ଅଳ୍ପ ସମୟ ଅମଧ୍ୟରେ ବହୁତ ଲୋକମାନଙ୍କୁ ଶିକାର କରି ପାରେ । ତେବେ ଚାଳନ୍ତୁ ଜାଣିବା ସ୍ମପୂର୍ଣ ରିପୋର୍ଟ କଣ । ଏକ ରିପୋର୍ଟରୁ ଜଣା ପଡିଛି କରୋନାର ଏକ ନୂଆ ଭାରିଆଣ୍ଟ ଭାରତରେ ଦେଖା ଦେଇଛି ।

ଯାହାର ନାଁ ଡେଲଟା ପ୍ଲସ ରଖା ଯାଇଛି । ଏହାର ୪୦ ଟି ମାମଲା ସାମ୍ନାକୁ ଆସିବା ପରେ ଏହା ଆହୁରି ଅଧିକ ଚିନ୍ତା ବଢାଇଛି । ମହାରାଷ୍ଟ୍ର, କେରଲ, ମଧ୍ୟ ପ୍ରଦେଶ ଓ ତମଳିନାଡୁରେ ଏହି ଭାରିଆଣ୍ଟର ମାମଲା ସାମ୍ନାକୁ ଆସିବା ପରେ ଏହି ସବୁ ରାଜ୍ୟକୁ ହାଇ ଆଲର୍ଟରେ ରଖା ଯାଇଛି । ଏହା ସହିତ ସବୁଠୁ ବଡ ଚିନ୍ତାର କାରଣ ଏହା ଅଟେ କି ଏହି ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଟେ ଏମିତିରେ ନୂଆ ଭାରିଆଣ୍ଟ ବହୁତ ଭୟଙ୍କର ରୂପ ନେଇପାରେ ।

ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଦେଶର ୮ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡେଲଟା ପ୍ଲସ ଭାରିଆଣ୍ଟର ମାମଲା ମିଳିଛି । ଏହା ଦେଶରେ ତୃତୀୟ ଲହରର କାରଣ ହୋଇ ପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏହି ଡେଲଟା ପ୍ଲସ ଭାରିଆଣ୍ଟର ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ଶରୀରରେ କିଛି ନୂଆ ଲକ୍ଷଣ ନଜର ଆସୁଛି । ଯାହାକି ପୂର୍ବ ଲକ୍ଷଣ ଠାରୁ ପୂରାପୂରି ଭିନ୍ନ ଅଟେ ।

ଲଣ୍ଡନରେ ଅବସ୍ଥିତ କିଙ୍ଗ୍ସ କଲେଜର ଅଧ୍ୟୟନରୁ ଜଣା ପଡିଛି କି ଡେଲଟା ପ୍ଲସ ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଶରୀରରେ Gastrointestinal ସାମସ୍ୟା ଦେଖିବାକୁ ମିଳିଛି । ଯେଉଁ କାରଣରୁ ଆକ୍ରାନ୍ତଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଛି । ବାନ୍ତି ହେବା ସହିତ ଭୋକ ମଧ୍ୟ କମି ଯାଉଛି, ଶୁଣିବା ଶକ୍ତି କମ ହେଉଛି, କଣ୍ଠରେ ବିନ୍ଧା ଭଳି ସମସ୍ୟା ବି ଦେଖା ଦେଉଛି ।

ଏହା ଫୁସଫୁସ କୋଷର ରେସ୍ପିରେଟରକୁ ବି ପ୍ରଭାବିତ କରିପାରେ । ଏହା ମନୋକ୍ଲୋନାଲ ଆଣ୍ଟିବଡି ଚିକିତ୍ସାକୁ ମଧ୍ୟ ନିଷ୍କ୍ରିୟ କରି ପାରେ । କହିଦେଉଛୁ କି ଅଳ୍ପ ମାତ୍ରାରେ ଭୂତାଣୁ ଦ୍ଵାରା ଆକ୍ରାନ୍ତ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ଅତି ସହଜରେ ସଂକ୍ରମିତ କରି ପାରେ । ଯାହା ଦ୍ଵାରା ବହୁତ କମ ସମୟରେ ଏହା ବହୁତ ସଂଖ୍ୟକ ଲୋକମାନଙ୍କୁ ଆକ୍ରାନ୍ତ କରିପାରିବ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *