ଅକ୍ଟୋବର 31 ଯାଏ ବଢିଲା ଗାଇଡଲାଇନ, ଦେଖନ୍ତୁ କଣ ଆସିଲା ନୂଆ ନିୟମ

ସାରା ଦେଶରେ କରୋନର ପ୍ରକୋପ ବଢି ବହୁତ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଉ ତାକୁ ଆଖି ଆଗରେ ରଖୀ ମଧ୍ୟ କୋଭିଡ ଗାଇଡ ଲାଇନ ପାଳନ କରି ଚଳିବାକୁ ମଧ୍ୟ କୁହାଯାଇଛି । ଆଉ ଏବେ ସମୟ ଆସିଯାଇଛି ପର୍ବ ପର୍ବାଣି ର ତାହାକୁ ଆଖି ଆଗରେ ରଖି ଆଉ ଗୋଟିଏଆ ମାସ ପୁଣି ଆଉ ଠାରେ ଗାଇଡ ଲାଇନ ହିସାବରେ ଚଳିବାକୁ ସରକାର କହିଛନ୍ତି । କାରଣ ଏହି ସମୟ ବହୁତ ଖରାପ ଚାଲିଛି । ଆଉ ଏବେ ଦଶହରା ଆସିବାକୁ ଯାଉଛି ଲୋକ ମାନଙ୍କର ଭିଡ ମଧ୍ୟ ବହୁତ ହୋଇପାରେ । ସେଥିପାଇଁ ଆମ ମାନଙ୍କୁ ସତର୍କ ରହିବାର ଅଛି ।

ପାର୍ବଣ ବେଳେ ଚଳିବନି ଢିଲା ପଣ, କୋଭିଦ ସଂକ୍ରମଣରେ ଚିଟ ଦେବା ପାଇଁ ଦେଶ ବ୍ୟାପୀ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପୁଣି କୋଭିଦ ଗାଇଡ ଲାଇନକୁ ବଢାଇବା ପାଇଁ କହିଲେ କେନ୍ଦ୍ର ସରକାର । ଯଦିଓ ଦେଶରେ ମୋଟ ସଂକ୍ରମଣ କମୁଛି ହେଲେ କେରଳ, ମହାରାଷ୍ଟ୍ର, ଏବଂ କର୍ନାଟକ ଭଳି ରାଜ୍ୟରେ ସ୍ଥିତି ନିୟତ୍ରଣକୁ ଆସି ନହିଁ । ତାହା ସହିତ ଏବେ ପୂଜା ପାର୍ବଣ ସମୟ ହୋଇଥିବାରୁ ଏବେଳରେ ବେପରୁଆ ହେଲେ ସଂକ୍ରମଣ ପୁଣି ମାଡିବାର ସମ୍ଭାବନା ରହିଛି ।

ଶେଠୀ ପାଇଁ କୋଭିଦ ନିୟମ ଆଉ ଗୋଟିଏ ମାସ କଡାକଡି ପାଳନ କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତିକେନ୍ଦ୍ରର ମୁଖ୍ୟ ସଚିତ ଅଜୟ ଭାଲ୍ଲା । ପାର୍ବଣ ଓ ଧାର୍ମିକ ଉସ୍ଚବ ସମୟରେ ବହୁତ ଲୋକଙ୍କ ଏକତ୍ରୀ କାରଣ ହୋଇଥାଏ । ଏମିତି ଯଦି ହେବ କୋଭିଦ ସଂକ୍ରମଣ ବ୍ୟାପୀ ପାରେ । ତାକୁ ରୋକିବାକୁ ହେଲେ ଅଧିକ ଯତ୍ନ ବାନ ହେବା ସହିତ କଡା ପଦକ୍ଷେପ ନେବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ଗୃହ ସଚିବ ।

ତା ସହିତ ପୂର୍ବ ଭଳି ଜିଲ୍ଲା ପ୍ରଶାସନରେ ନିୟମିତ ଢଙ୍ଗରେ ସଂକ୍ରମଣ ହାର ଓ ମେଡିକାଲରେ ଆଇସିୟୁ ବେଡ ଆକ୍ୟୁପେନସି ପରଖିବାକୁ ନିର୍ଦେଶ । ତା ଉପରେ ଧ୍ୟାନ ଦେବାକୁ ରାଜ୍ୟ ସରକାର ମାନଙ୍କୁ କୁହାଯାଇଛି । ଏଠି ସହିତ କାରୋନା ମୁକାବିଲା ଦିଗରେ ବଡ ଅସ୍ତ୍ର ମାନେ କରାଯାଉଥିବା ପାଞ୍ଚ ସୂତ୍ରୀ ମନ୍ତ୍ର ଟେଷ୍ଟ ଟ୍ରାକ, ଟ୍ରିଟ,ଟୀକା କରଣ ଓ କୋଭିଡ ନିୟମ ପାଳନ କରିବାକୁ ଗୁରୁତ୍ଵ ଦିଆଯାଇଛି । ପାର୍ବଣ ବେଳେ ପୁଣି ମାସେ ବଢିଲା ଦେଶବ୍ୟାପୀ କୋଭିଦ ଗାଇଡ ଲାଇନ । ଆଉ ବହୁତ କଡା କଡି ଭାବରେ କୋଭିଡ ନିୟମର ପାଳନ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *