2 ଟଙ୍କା ଡିପୋଜିଟ କରି 36 ହଜାର ପେନସନ ପାଆନ୍ତୁ, ଜାଣନ୍ତୁ କେମିତି ଉଠାଇ ପାରିବେ ଲାଭ

ଶ୍ରମିକ ମାନଙ୍କ ପାଇଁ ଆସିଲା ଖୁସି ଖବର ମାତ୍ର ଦୁଇ ଟଙ୍କା ଜମା କଲେ ମିଳୁଛି ୩୬ ହଜାର ଟଙ୍କାର ପେନସନ । ସରକାରଙ୍କର ଏହି ଜନ ହିତକର ଯୋଜନାର ନାମ ପ୍ରଧାନ ମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଏହି ଯୋଜନା ଦେଉଛି ବହୁତ ଫାଇଦା । ରାସ୍ତା କଡ଼ର ଠେଲା ଗାଡିରେ ବିଭିନ ପ୍ରକାରର ସାମଗ୍ରୀ ବିକୁଥିବା ଦୋକାନୀ , ରିକ୍ସା ଚାଳକ, ଏବଂ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ନିଜ ବୃଦ୍ଧ ଅବସ୍ଥାକୁ ସୁରକ୍ଷିତ କରିବାକୁ ଏହି ଯୋଜନାଟି ବହୁତ ସାହାର୍ଯ୍ୟ କରିବ । ପିଏମ ଶ୍ରମ ଯୋଗୀ ମାନଧନ ଯୋଜନାରେ ଶ୍ରମିକଙ୍କୁ ପେନସନ ଦେବାର ପ୍ରତିଶୃତି ଦେଇଛନ୍ତି ସରକାର ।

ପିଏମ ଶ୍ରମ ଯୋଗୀ ଯୋଜନାର ଲାଭ ପାଇବାକୁ ହେଲେ ଆପଣଙ୍କୁ ପ୍ରତି ମାସକୁ ୫୫ ଟଙ୍କା ଜମା କରିବାକୁ ହେବ । ୧୮ ବର୍ଷରୁ ଯଦି ଜଣେ ଏହି ଯୋଜନାରେ ସାମିଲ ହୁଏ ପ୍ରତିଦିନ ମାତ୍ର ଦୁଇଟଙ୍କା ସଞ୍ଚୟ କରି ସେ ବାର୍ଷିକ ୩୬ ହଜାର ଟଙ୍କାର ପେନସନ ପାଇବେ । ୪୦ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏହି ସ୍କିମକୁ ଆରମ୍ଭ କରିବା ପାଇଁ ପ୍ରତି ମାସରେ ତାଙ୍କୁ ୨୦୦ ଟଙ୍କା ଜମା କରିବାକୁ ହେବ । ୬୦ ବର୍ଷ ହେବା ପରେ ପେନସନ ମିଳିବା ଆରମ୍ଭ ହୋଇଯିବ । ୬୦ ବର୍ଷ ପରେ ମାସିକ ଆପଣଙ୍କୁ ୩ ହଜାର ଟଙ୍କା ଅର୍ଥାତ ବାର୍ଷିକ ୩୬ ହଜାର ଟଙ୍କା ପେନସନ ମିଳିବ ।

ଏହି ସ୍କିମର ଲାଭ ଉଠାଇବା ପାଇଁ ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ଓ ୪୦ ବର୍ଷରୁ କମ ହୋଇଥିବା ଆବସ୍ୟକ । ପାଞ୍ଜି କାରଣ ପାଇଁ ଆପଣଙ୍କୁ ନିଜର ଆଧାର କାର୍ଡ, ବ୍ଯାଙ୍କ ଖାତା, ମୋବାଇଲ ନମ୍ବର , ଦରକାର ପଡିବ । ଏହା ଛଡା ବ୍ଯାଙ୍କ ଶାଖାର ସହମତି ପତ୍ର ମଧ୍ୟ ଦେବାକୁ ପଡିବ । ନିଜର ସେବିଙ୍ଗ ଆକାଉଣ୍ଟ ଓ ଆଧାର କାର୍ଡ ଧରି ଆପଣ କମନ ସର୍ଭିସ ସେଣ୍ଟରରେ ପାଞ୍ଜି କରଣ କରିବେ ।

କୌଣସି ସରକାରୀ ସ୍କିମର ଫାଇଦା ନେଇନଥିବା ବ୍ୟକ୍ତିହିଁ ପ୍ରଧାନ ମନ୍ତ୍ରୀ ଶ୍ରମି ମାନଯୋଗୀ ପେନସନର ଫାଇଦା ନେଇ ପାରିବେ । ଏହା ସହିତ ଏହି ସ୍କିମରେ ଆବେଦନ କରୁଥିବା ବ୍ୟକ୍ତି ଙ୍କ ଆୟ ମାସିକ ପନ୍ଦର ହଜାର ଟଙ୍କାରୁ କମ ହେବା ଦରକାର । ତେବେ ଯୋଜନା ସମ୍ପର୍କରେ ଅଧିକା ଜାଣିବା ପାଇଁ ଆପଣ ଟୋଲ ଫ୍ରୀ ନମ୍ବର ୧୮୦୦୨୬୭୬୮୮୮ ନମ୍ବରରେ କଲ କରି ଅଧିକ ତଥ୍ୟ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *