ଓଡିଶାକୁ ମାଡି ଆସୁଛି କି ବିପଦ.. ଓଡ଼ିଶାରେ ଦେଖା ଦେଲାଣି ଧଳା କୁଆ! ସତ ହେବକି Malika Bachana

ଦର୍ଶକ ବନ୍ଧୁ ମାଡି ଆସୁଛି ମହାବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ବାଣୀ । ଓଡ଼ିଶାକୁ ଆସିଛି ଧଳା କାଉ । ଆପଣ ମାନେ ସମସ୍ତେ କାଳ କାଉ ସବୁବେଳେ ଦେଖିଥିବେ । ହେଲେ ଏବେ ଆସିଛି ଧଳା କାଉ ଓଡ଼ିଶାକୁ । ତଳେ ପଡିଥିବା ଖାଦ୍ୟ କୁ ଖୁଣ୍ଟି ଖୁଣ୍ଟି କରି ଖାଉଛି ଧଳା କାଉ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ଅଞ୍ଚଳରେ ଗୋଟିଏ ଧଳା କାଉ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଦାମନ ଯୋଡି ସ୍ଥିତ ମାଲୁସାସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟ ଆକୁବିନା ଉଚ୍ଚ ବିଦ୍ୟାଳୟ ସମେତ ମାଥାଲପୁର ହାଟ ପଡା ଅଞ୍ଚଳରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି ଧଳା କାଉ । ବିଶେଷ କରି ପିଲା ମାନଙ୍କ ମଧ୍ୟାହ୍ନ ଭୋଜନ ସାରିବା ପରେ ଧଳା କାଉ ଟି ତଳେ ପଡିଥିବା ଖାଦ୍ୟ କୁ ଖୁଣ୍ଟି ଖାଉ ଥିବାର ଦେଖିବାକୁ ମିଳିଛି । ତେବେ ଏଥିରେ ବିଶେଷ ଆଶ୍ଚର୍ଯ୍ୟ ହେବାର କିଛି ନାହି ।

କାରଣ ବିଜ୍ଞାନ ଅନୁଯାୟୀ ଧଳା କାଉ ର ଗୁଣ କଳା କାଉ ଭଳି । କିନ୍ତୁ ଆନୁବାଂସିକ ଦୋଷ କାରଣରୁ କିଛି କାଉ ର ରଙ୍ଗ ଧଳା ହୋଇଥାଏ । ଏଥିପାଇଁ ଦୁନିଆରେ କାଉ କର ଏମିତି କିଛି ପ୍ରଜାତି ଅଛି ଯାହା ଶରୀର ରେ କେଉଁଠି ନା କେଉଁଠି ଧଳା ଦାଗ ଥାଏ । ଆଉ କାଉର କଳା ରଙ୍ଗ ହେବାର ପୌରାଣିକ କାହାଣୀ ମଧ୍ୟ ରହିଛି । କାହାଣୀ ଅନୁଯାୟୀ ପୂର୍ବ ରୁ କାଉ ଧଳା ରଙ୍ଗର ଥିଲା ।

କିନ୍ତୁ ଜଣେ ରୁଷି ଗୋଟେ ଧଳା ରଙ୍ଗର କାଉକୁ ଅମୃତ ଖୋଜିବାକୁ ଓ ଅମୃତ ବିଷୟରେ ଆସି କହିବାକୁ କହିଥିଲେ । ଆହୁରି ମଧ୍ୟ ଅମୃତ କୁ ପିଇବାକୁ ବାରଣ କରିଥିଲେ । ଆଉ କିଛି ବର୍ଷର ପରିଶ୍ରମ ପରେ କାଉ ଅମୃତ ପାଇଥିଲା । ଏତେ ପରିଶ୍ରମ କରି ଅମୃତ ପାଇଥିବାରୁ କାଉ କୁ ଅମୃତ ଖାଇବାକୁ ଇଚ୍ଛା ହେଲା । ଆଉ କାଉ ଅମୃତ ପିଇ କି ରୁଷି ଙ୍କୁ ଆସି କହିଲା ।

ରୁଷି ଏହି କଥା ଶୁଣିବା ପରେ କାଉ ଉପରେ ରାଗି ଅଭିଶାପ ଦେଲେ । ବଚନ ଭାଙ୍ଗି ନିଜର ଅପବିତ୍ର ଥଣ୍ଟରେ କାଉ ଅମୃତକୁ ଅଇଁଠା କରି ଦେଲା ସେଥିପାଇଁ ଲୋକେ ତାକୁ ଘୃଣା କରିବେ ଓ ତାକୁ ଅଶୁଭ ମାନି କି ତା ସହ ଖରାପ ବ୍ୟବହାର କରିବେ । ରୁଷି ଏହି ଅଭିଶପା ଦେଇ ନିଜ କମଣ୍ଡଳ ରେ ଥିବା କଳା ପାଣିରେ କାଉ କୁ ଘଉଡାଉ ଦେଲେ ।

ତା ପରେ ଧଳା କାଉ କଳା ହୋଇଗଲା । ତେବେ ଏହି ପୌରାଣିକ କଥା ଅନୁଯାୟୀ ଏମିତି ଧଳା କାଉ କଳା ହୋଇଥିଲା । ସେ ଯାହା ବି ହେଉ ବେଳେବେଳେ ଧଳା କାଉ ଦେଖିବାକୁ ମିଳେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *