ଓଡିଆ ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ କିପରି ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି ? ଦେଖନ୍ତୁ Video

ଆପଣ ମାନେ ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ବ୍ଯତୀତ ନିଜର ଷ୍ଟାଇଲ ଓ ଲୁକ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୨୨ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରା ଯାଇଛି । ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଓ ଭଉଣୀ ମଧ୍ୟରେ ଥିବା ସମ୍ପର୍କର ବନ୍ଧନ । ତେବେ ଚଳିତ ବର୍ଷ କିଛି ଓଡିଆ ସେଲିବ୍ରେଟି ମାନେ ରାକ୍ଷୀ ପୂର୍ଣ୍ଣିମା ଖୁବ ଧୂମଧାମ ରେ ପାଳନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି କଳାକାର ମାନେ କିଏ ଓ କିପରି ନିଜ ଭାଇ ଙ୍କ ସହ ରାକ୍ଷୀ ସେଲିବ୍ରେସନ କରିଛନ୍ତି ।

୧- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି “ନୂଆ ବୋହୁ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରାଧିକା ଯିଏ ନିଜ ଭାଇ ମାନଙ୍କ ସହ ବହୁତ ମଜାମସ୍ତି କରି ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି ଯାହା ଏହି ଭିଡିଓ ରେ ଜଣା ପଡୁଛି ।

୨- ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି “ଝିଅ ଆମର ନୂଆ ବୋହୁ” ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଲୋପାମୁଦ୍ରା । ଯିଏ ତାଙ୍କର କୋ-ଆକ୍ଟର ସାତ୍ଵିକ ଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଇ ଭାବେ ଗ୍ରହଣ କରିଛନ୍ତି । ଦୁହେଁ ବହୁତ ଧୂମଧାମ ରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିବାର ନଜର ଆସୁଛନ୍ତି ।

୩- ଆମ ଲିଷ୍ଟର ତୃତୀୟ ସ୍ଥାନ ରେ ଅଛନ୍ତି ଅଭିନେତା ସାତ୍ଵିକ ଯିଏ “ନୂଆ ବୋହୁ” ସିରିଏଲରେ ମୁଖ୍ୟ ନାୟକ ଭାବେ ଅଭିନୟ କରୁଥିଲେ । ସେ ତାଙ୍କ ଭଉଣୀ ଙ୍କ ସହ ରାକ୍ଷୀ ପାଳନ କରୁ ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

୪- ଦୀପ୍ତି ରେଖା : ଓଡିଶାର ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁମଧୁର କଣ୍ଠରେ ସଂଗୀତ ଗାନ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଭିଡିଓ ରେ ସେ ତାଙ୍କ ଭାଇ ଙ୍କ ହାତରେ ରାକ୍ଷୀ ବାନ୍ଧି ବହୁତ ହସ ଖୁସିରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରୁଥିବାର ନଜର ଆସୁଛନ୍ତି ।

୫- ଆକାଶ : ଓଲିଉଡ ଜଗତରେ ଅନେକ ଓଡିଆ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ଅଭିନେତା ଆକାଶ ମଧ୍ୟ ଚଳିତ ବର୍ଷ ରାକ୍ଷୀ ପାଳନ କରିଛନ୍ତି । ଏହି ଭିଡିଓ ରେ ଆକାଶ ନିଜ ଭଉଣୀ ମାନଙ୍କ ସହ ବହୁତ ମଜାମସ୍ତି ରେ ରାକ୍ଷୀ ସେଲିବ୍ରେଟ କରୁଥିବାର ନଜର ଆସୁଛନ୍ତି ।

୬- ଆମ ଲିଷ୍ଟରେ ଷଷ୍ଠ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଯିଏ ଅନେକ ସିରିଏଲ ଓ ଫିଲ୍ମରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ସେ ନିଜ ଭାଇଙ୍କ ସହ ରାକ୍ଷୀ ପାଳନ କରୁଥିବାର ଦୃଶ୍ୟ ଏହି ଭିଡିଓ ରେ ଜଣା ପଡୁଛି ।

୭- “ତାରା ତାରିଣୀ” ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଲିପି ମହାପାତ୍ର ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଚଳିତ ବର୍ଷ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଧୂମଧାମରେ ପାଳନ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *