ଓଡିଶାର ଫେମସ ଗାୟିକା Aseema Panda ଙ୍କ Family & Biography

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଲିଉଡ ସମଗ୍ର ଭାରତବର୍ଷରେ ବହୁତ ନାମ କରି ସାରିଲାଣି । ଓଲିଉଡ ଫିଲ୍ମ ରେ ଥିବା ଡ୍ରାମା ,କମେଡି,ଆକ୍ସନ ପାଇଁ ଏହି ସିନେମା ଘରେ ଘରେ ପରିଚିତ ହୋଇଥାଏ । ଏହାର ଶ୍ରେୟ କେବଳ ସମସ୍ତ ବରିଷ୍ଠ କଳାକାର ଙ୍କୁ ହିଁ ଯିବା ଉଚିତ । ତେବେ ବନ୍ଧୁଗଣ କୌଣସି ଫିଲ୍ମ ବିନା ଗୀତ ରେ ଲୋକ ମାନଙ୍କୁ ପସନ୍ଦ ଆସି ନ ଥାଏ । ଓଡ଼ିଆ ଫିଲ୍ମ ର ଆଉ ଏକ ଭଲ ଜିନିଷ ହେଉଛି ଗୀତ । ଓଡ଼ିଆ ଗୀତ ର ମଧୁରତା ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ । ଏହା ପଛରେ ରହିଥାଏ ଓଲିଉଡ ର କେତେକ ସୁନ୍ଦର ଗାୟକ ଓ ଗାୟିକା ଙ୍କ କଣ୍ଠ ।

ତେବେ ବନ୍ଧୁଗଣ ଆଜି ଆମେ ଏମିତି ଜଣେ ଗାୟିକା ଙ୍କ ବିଷୟରେ ଜାଣିବା ଯିଏ କି ଆମ ଓଡ଼ିଶା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲା ର ଚୁଲବୁଲି ଗାୟିକା ଭାବରେ ପରିଚିତ । ବହୁତ କମ ସମୟରେ ସେ ତାଙ୍କର ସଙ୍ଗୀତ ମାଧ୍ୟମରେ ନିଜକୁ ସଙ୍ଗୀତ ଜଗତରେ ପ୍ରସିଦ୍ଧ କରି ସାରିଛନ୍ତି । ସେ ଗାୟିକା ଙ୍କ ନାମ ହେଉଛି ଅସୀମା ପଣ୍ଡା । ଆଜି ଆମେ ସେହି ଗାୟିକା ଅସୀମା ପଣ୍ଡା ଙ୍କ ପରିବାର ଏବଂ ଧନ ସମ୍ପତି ବିଷୟରେ ସବୁକିଛି କଥା ହେବା ।

ବନ୍ଧୁଗଣ ଆମ ଓଡ଼ିଶାର ଚୁଲବୁଲି ଗାୟିକା ଅସୀମା ପଣ୍ଡା ୨୫ ଅକ୍ଟୋବର ୧୯୮୩ ମସିହାରେ ଢେଙ୍କାନାଳ ଜିଲ୍ଲାର ଏକ ବ୍ରାହ୍ମଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ଅସୀମା ଜଣେ ବହୁତ ପ୍ରସିଦ୍ଧ ଗାୟିକା । ନିଜ ଗୀତ ମାଧ୍ୟମରେ ସେ ଓଡ଼ିଶା ତଥା ସମଗ୍ର ଦେଶ ରେ ସମସ୍ତ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଯଦି ଆମେ ତାଙ୍କ ପରିବାର କୁ ଦେଖିବା ତେବେ ତାଙ୍କ ପରିବାର ରେ ତାଙ୍କ ବାପା ,ମା ଏବଂ ଗୋଟେ ବଡ଼ ଭାଇ ଅଛନ୍ତି । ଯାହାଙ୍କ ନାମ ହେଉଛି ଆକାଶ ପଣ୍ଡା । ଆପଣ ମାନେ ସମସ୍ତେ ଜାଣିଥିବେ କି ଅସୀମା ଙ୍କର ବିବାହ ହୋଇସାରିଥିଲା ।

କିନ୍ତୁ କୌଣସି କାରଣ ଯୋଗୁଁ ଦୁଇଜଣ ଙ୍କର ଛାଡପତ୍ର ହୋଇଯାଇଥିଲା । ଏବଂ ବର୍ତ୍ତମାନ ଅସୀମା ତାଙ୍କ ବାପା ଙ୍କ ପାଖରେ ରହୁଛନ୍ତି । ଏବଂ ସେ ନିଜେ ଗୀତ ଗାଇ ନିଜର ସବୁକିଛି ପୂରଣ କରୁଛନ୍ତି । ଯଦି ଆମେ ଅସୀମା ଙ୍କର ଉଚ୍ଚତା ବିଷୟରେ କହିବା ତେବେ ତାଙ୍କର ଉଚ୍ଚତା ହେଉଛି ପାଞ୍ଚ ଫୁଟ ସାତ ଇଞ୍ଚ । ତାଙ୍କର ହବି ହେଉଛି ସଙ୍ଗୀତ ଏବଂ ନୃତ୍ୟ । ସେ ତାଙ୍କର ମଧୁର କଣ୍ଠ ମାଧ୍ୟମରେ ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି ।

ସେ ତାଙ୍କର ବହୁତ ହିଟ ଗୀତ ମାଧ୍ୟମରେ ନିଜକୁ ବହୁତ ପ୍ରସିଦ୍ଧ କରି ପାରିଛନ୍ତି । ଜିଗରଵାଲା ଛଡା ତାଙ୍କର ଆହୁରି ଅନେକ ଗୀତ ପ୍ରସିଦ୍ଧ ହୋଇଛି । ଯଦି ଆମେ ତାଙ୍କର ଜୀବନ ଏବଂ ଧନ ସମ୍ପତ୍ତି ବିଷୟରେ କଥା ହେବା ତେବେ ସେ ଜଣେ ବହୁତ ବଡ଼ ସେଲିବ୍ରିଟି ହୋଇଥିଲେ ମଧ୍ୟ ସେ ଗୋଟେ ମଧ୍ୟବିତ୍ତ ପରିବାର ରୁ ଆସିଛନ୍ତି । ତେବେ ଅସୀମା ଜଣେ ବହୁତ ବଡ଼ ନାମିଦାମୀ ଗାୟିକା ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *