ଆପଣ ମାନେ ସମସ୍ତେ ସିରିଏଲ ବା ଚଳଚିତ୍ର ଦେଖିବାକୁ ପସନ୍ଦ କରୁଥିବେ ଆଉ ଏତେ ଅଭିନେତା ମାନଙ୍କ ମଧ୍ୟରୁ ଆପଣଙ୍କୁ କେହି ଜଣେ ବହୁତ ପସନ୍ଦ ମଧ୍ୟ ଥିବ । ତେବେ କଣ ଆପଣ କେବେ ଏହା ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ତାଙ୍କ କେହି ଭାଇ ଅଛି ନାହିଁ । ଯଦି ଜାଣି ନାହାନ୍ତି ତେବେ ଖୁସି ହୁଅନ୍ତୁ କାହିଁକିନା ଆଜି ଆମେ ଆପଣଙ୍କୁ ବଡ ବଡ କଳାକାର ମାନଙ୍କ ନିଜ ଭାଇ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା କିଏ ହେଉଛନ୍ତି ଏହି ସ୍ମାର୍ଟ ଅଭିନେତା ମାନଙ୍କ ଭାଇ ।
ଅନୁଭବ :
ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଅନୁଭବ ବହୁତ ଭଲ କଳାକାର ଅଟନ୍ତି ଆଉ ସେ ଜଣେ ନେତା ମଧ୍ୟ ଅଟନ୍ତି । ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ଭାଇ କିଏ ତାଙ୍କ ଭାଇଙ୍କ ନାମ ଅନୁପ୍ରାସ ମହାନ୍ତି ଅଟେ ସେ ଜଣେ ବିଜନେସମେନ ଅଟନ୍ତି ଆଉ ସେ ନିଜ ପରିଶ୍ରମ ଦ୍ଵାରା ସବୁ କିଛି ହାସଲ କରିଛନ୍ତି ଦୁଇ ଭାଇଙ୍କ ମଧ୍ୟରେ ବହୁତ ଭଲ ପାଇବା ଅଛି ।
ଜ୍ୟୋତି :
ଆପଣ ମାନେ ଜ୍ୟୋତିଙ୍କୁ ବେସ ଭଲ ଭାବରେ ଜାଣିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ସେଥିପାଇଁ ତାଙ୍କୁ ବହୁତ ସିନେମାରେ କାମ କରିବା ପାଇଁ ଚାନ୍ସ ମିଳିଛି କିନ୍ତୁ କଣ ଆପଣ ତାଙ୍କ ଭାଇଙ୍କୁ ଜାଣିଛନ୍ତି ସେ ଜଣେ ଇଞ୍ଜିନିଅର ଅଟନ୍ତି ଆଉ ନିଜ ସ୍ଥାନରେ ବହୁତ ଭଲ କାମ କରୁଛନ୍ତି ।
ଅମ୍ଳାନ :
ଆପଣ ମାନେ ମିହିର ଦାଶଙ୍କ ପୁଅ ଅମ୍ଳାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅମ୍ଳାନ ସିନେମା ଦୁନିଆରେ ବହୁତ ପରିଶ୍ରମ କଲେ କିନ୍ତୁ ସଫଳତା ପାଇଲେ ନାହିଁ ତେବେ କଣ ଆପଣ ଜାଣିଛନ୍ତି ବର୍ତମାନ ତାଙ୍କ ଭାଇ ପାଠ ପଢୁଛନ୍ତି ।
ଅରିନ୍ଦମ :
ଅରିନ୍ଦମଙ୍କୁ ଆପଣ ମାନେ ବହୁତ ସାରା ସିନେମାରେ ଭଲ ଓ ଖରାପ ରୋଲ କରିବାର ଦେଖିଥିବେ ବହୁତ ସାରା ସିନେମାରେ ସେ ବହୁତ ଭଲ ହିରୋ ଅଭିନୟ କରିଛନ୍ତି ଆଉ ବହୁତ ସିନେମା ରେ ସେ ଭିଲିଆନ ରୋଲ ମଧ୍ୟ କରିଛନ୍ତି । ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ଠାରୁ ସାନ ତାଙ୍କ ଗୋଟେ ଭାଇ ଓ ଭଉଣୀ ମଧ୍ୟ ଅଛି ଯିଏ ବର୍ତମାନ ପାଠ ପଢୁଛନ୍ତି । ଅରିନ୍ଦମ ଫ୍ୟାମିଲି ବିଷୟରେ ଜାଣିବା ବହୁତ କଷ୍ଟ କାହିଁକିନା ତାଙ୍କ ଫ୍ୟାମିଲି ଲାଇମ ଲାଇଟ ଠାରୁ ଦୂରେଇ ରହିବା ପସନ୍ଦ କରେ ଯାହା ଫଳ ସ୍ୱରୂପ ତାଙ୍କ ବିଷୟରେ ଜାଣିବା ବହୁତ କଷ୍ଟ ।