ଓଡିଆ ଢଗ ଢମାଳି : ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ? ଏହା ସହ ଆହୁରି 10ଟି Questions & Answer

ଆଜିକା ସମୟରେ ଶିକ୍ଷା ଏତେ ଆବଶ୍ୟକ ହୋଇଯାଇଛି ଯାହା ବିନା କିଛି ସମ୍ଭବ ନୁହ, ଆଜିକା ସମୟରେ ସମସ୍ତଙ୍କୁ ନୂଆ ନୂଆ କଥା ଜାଣିବା ପାଇଁ ଇଛା ହୋଇଥାଏ । ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ଆପଣଙ୍କୁ କିଛି ଡବଲ ମୀନିଂଗ ବାଲା ପ୍ରଶ୍ନ ପଚାରିବୁ, ଏହାକୁ ଶୁଣି ଆପଣଙ୍କୁ ଖରାପ ଲାଗିପରେ କିନ୍ତୁ ଏହାର ଉତରା ବହୁତ ଠିକ ଅଟେ । ଆସନ୍ତୁ ସେହି ପ୍ରଶ୍ନ  ଆଲୋଚନା କରିବା ।

୧. ଗୋଟିଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଅଠା ?

Image Courtesy: Google

ଉତ୍ତର : ପଣସ

୨. ଆସିଲା ବଡ ଚଢେଇ, ବସିଲା ଡେଣା ମେଲାଇ ଧଇଲା ମାଛ, ଖାଇଲା ନାହିଁ ?

ଉତ୍ତର : ଜାଲ

୩. କହିଲ ଦେଖି କେଉଁ ଫଳର ଆଖି ତିନୋଟି ?

ଉତ୍ତର : ନଡିଆ

Image Courtesy: Google

୪. ଗୋଟିଏ ଗୁମ୍ଫାରେ ବତିଶ ଚୋର, ଦିନରେ କରନ୍ତି କାମ, ରାତିହେଲେ ସିଏ ଆରାମ କରନ୍ତି, କୁହ ତେବେ ତାଙ୍କ ନାମ ?

ଉତ୍ତର : ଦାନ୍ତ

୫. ଗୁଲୁଗୁଲିଆ ଆଖି, ଦୁଇଟି ତାର ଡେସା ନାମ କାମ ତାର ଅତି ଆପଣା, ଅନ୍ଧକୂ ଦେଖାଏ ବାଟ, ସିଏ ନ ରହିଲେ ଅନ୍ଧ ହୁଏ ଛଟପଟ ?

ଉତ୍ତର : ଚଷମା

୬. ଟିକି ବାଛୁରି ବେକରେ ପଘା, ଟିକି ଦାନ୍ତରେ କାମୁଡେ ଲୁଗା ?

ଉତ୍ତର : ଛୁଞ୍ଚି

୭. ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଦରମ ଅନ୍ୟଟି ଥଣ୍ଡା ?

ଉତ୍ତର : ସୂର୍ଯ୍ୟ ଏବଂ ଚନ୍ଦ୍ର

୮. ନହ ନହକା ପତର ବଙ୍କା, ତା ଫଳ ବିକାଏ ମୁଠାଏ ଟଙ୍କା ?

ଉତ୍ତର : ଧାନ

୯. କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ କେଉଁ ଜୀବ କୁହ ଭାଇ ?

ଉତ୍ତର : ଚିଙ୍ଗୁଡି

Image Courtesy: Google

୧୦. ଖାଇସାରି ପେଟେ ପତର ମେଲା, ଧଳା ରଙ୍ଗ ଦେଇ ମଖାଇ ଦେଲା, ମସଲା ପକାଇ ମୁଢି ଖାଇଲା, ରକତ ମେଞ୍ଚାଏ ପକାଇ ଦେଲା ?

ଉତ୍ତର : ଖିଲିପାନ

୧୧. ଆଠଟି ଡାଳରେ ଆଠଟି ବାଣୀ, ଗୋଟିଏ ଖମ୍ବରେ ଅଛନ୍ତି ଟାଣି, ଖରା ବରଷାରେ ହୁଅଇ ଖୋଜା, ବର୍ଷାରେ ବାଜେ ଝୁମୁରୁ ବାଜା, କହିକି ପାରିବ ନାତି ତାର, ପାଇଯିବ ଗୋଟେ ପୁରସ୍କାର ?

ଉତ୍ତର : ଛତା

୧୨. ଧଳା ପ୍ଳେଟରେ କଳା ରସଗୋଲା ?

ଉତ୍ତର : ଆଖି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *