ଓଡିଶା ହୋସ୍ପିଟାଲରୁ ପଳାଇଲେ କୋରୋନା ରୋଗୀ, ଧରିବା ପାଇଁ ପୋଲିସ ହୋଇଗଲେ ନାକେଦମ

କୋରୋନା ଭାଇରସ ଏହି ସମୟରେ ଦୁନିଆର ୮୭ ଦେଶରେ ପ୍ରସାରିତ ହୋଇ ସାରିଛି । ଏହି ଭାଇରସ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ଲକ୍ଷେରୁ ଟପି ଗଲାଣି । ଏହି ଭାଇରସ ଭାରତରେ ବି ପାଦ ଦେଇ ସାରିଲାଣି । ଏପରଜ୍ଯନ୍ତ ଭାରତରେ ୩୨ ଘଟଣା ସାମ୍ନାକୁ ଆସିଛି ,ଯେମିତି କି ରୋଗୀଙ୍କୁ ନଜରରେ ରଖା ଯାଇଛି । ଏହି ମଧ୍ୟରେ ଓଡିଶାରେ କରୋନା ଭାଇରସ ଚିହ୍ନିତ ରୋଗୀ ଫେରାର ହେବାର ଖବର ଆସିଛି ,ଯିଏ ସରକାରୀ ବିଭାଗ ସହିତ ଲୋକଙ୍କର ଝାଳ ବୁହାଇ ଦେଇଛି ।

ଓଡିଶାର କଟକରେ ଜଣେ କରୋନା ଭାଇରସ ରୋଗୀର ହସ୍ପିଟାଲରେ ଚିକତ୍ସା ହେଉଥିଲା । ଗତ ଗୁରୁବାର ରାତିରେ ସେ ହଠାତ ହସ୍ପିଟାଲରୁ ନିଖୋଜ ହେଇ ଗଲା ,ଯାହାଦ୍ୱାରା ପୁରା ହସ୍ପିଟାଲରେ କୋଳାହାଳ ସୃଷ୍ଟି ହୋଇଗଲା । ପୁରା ହସ୍ପିଟାଲ ଏବଂ ତା ଆଖପାଖରେ ରୋଗୀଙ୍କର ତଲାସ ଆରମ୍ଭ କରାଯାଇଛି ,କିନ୍ତୁ ରୋଗୀର କୌଣସି ଖବର ମିଳିଲା ନାହିଁ । ଏହାପରେ ହସ୍ପିଟାଲର ପ୍ରବନ୍ଧନ ପୋଲିସଙ୍କୁ ସୂଚନା ଦେଲେ ।

କୋରୋନା ଭାଇରସ ଚିହ୍ନିତ ରୋଗୀ ଆୟରଲ୍ୟାଣ୍ଡରେ ରହୁଥିବା ବ୍ୟକ୍ତି । ସେ ଭୁବନେଶ୍ବର ର ବିଜୁ ପଟନାୟକ ଇଣ୍ଟରନେସନାଲ ଏୟାରପୋର୍ଟକୁ ଆସିଥିଲେ ,ଯେଉଁଠି ସ୍କିନିଙ୍ଗ କରିବା ସମୟରେ ତାଙ୍କୁ ଜ୍ଵର ବୋଲି ଜଣା ଯାଇଥିଲା । ଏହାପରେ ତାଙ୍କୁ କଟକର ଏସସିବି କଲେଜକୁ ଉପଚାର ପାଇଁ ପଠା ଯାଇଥିଲା । ହସ୍ପିଟାଲରେ ତାଙ୍କୁ କୋରୋନା ଭାଇରସରେ ଗ୍ରସ୍ତ ଲୋକଙ୍କ ପାଇଁ ତିଆରି ହୋଇଥିବା ଆଇସୋଲେସନ ୱାର୍ଡରେ ରଖା ଯାଇଥିଲା । କିନ୍ତୁ ଗୁରୁବାର ଦିନ ଚିକିତ୍ସା ପୂର୍ବରୁ ସେ ହସ୍ପିଟାଲରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ପରେ ପୋଲିସ ବହୁତ ଖୋଜା ଖୋଜି କରିବା ପରେ ଯୁବକଙ୍କୁ ଭୁବନେଶ୍ବର ତାରକା ହୋଟେଲ ରୁ ଧରିଲେ । ଏହା ପରେ ପୋଲିସ ପରୀକ୍ଷା କରିବା ପାଇଁ ହସ୍ପିଟାଲ ପ୍ରଶାସନ କୁ ଦେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *