ଓଡିଶାର ଏହି ଗାଁର ମାଟି ଓ ପାଣିରୁ ବାହାରୁଛି ସୁନା, ଯେଉଁଠି ଖୋଳିଲେ ସବୁଠି ବାହାରୁଛି ସୁନା…. ଦେଖନ୍ତୁ Video କେମିତି ବାହାର କରୁଛନ୍ତି ସୁନା

ନମସ୍କାର ବନ୍ଧୁଗଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କି ଆମ ଓଡିଶାର ଏକ ଗ୍ରାମ ଅଛି । ଆଉ ସେହି ଗ୍ରାମର ମାଟି ଏବଂ ପାଣିରୁ ବାହାରୁଛି ସୁନା । ସେଠିକାର ଲୋକେ ପାଣିରୁ ଛାଣି ଏବଂ ମାଟିକୁ ତାଡି ପାଉଛନ୍ତି ସୁନା । ଏହା ଆପଣ ବିଶ୍ଵାସ କରିପାରୁନଥିଲେ ବି ସତ । ବର୍ଷ ବର୍ଷ ଧରି ସେହି ଗ୍ରାମର ଲୋକେ ନାଳ ପାଣିରୁ ଛାଣି ଆଣୁଛନ୍ତି ସୁନା । ତେବେ ଏପରି ସୁନା ଓଡିଶାର କେଉଁ ଗ୍ରାମରେ ବାହରୁଛି ଏବଂ କଣ ରହିଛି ଏହା ସମ୍ବନ୍ଧୀୟ ସମ୍ପୂର୍ଣ ଖବର ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

ଓଡିଶାର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମର ବଘିରା ନାଳରୁ ବାହରୁଛି ସୁନା । ସେଠାକାର ନଦୀ କୂଳିଆ ଲୋକେ ଏହି ନାଳରୁ ସୁନା ସଂଗ୍ରହ କରି ନିଜର ପେଟ ପୋଷୁଛନ୍ତି ବହୁ ବର୍ଷ ହେଲାଣି । ଏହା ତାଙ୍କର ବେଉସା ପାଲଟି ଯାଇଛି । ସୁନାପେଣ୍ଠ ଗ୍ରାମର ମହିଳା ମାନେ ଏହି ନାଳ ପାଣିରୁ ବାହାର କରୁଛନ୍ତି ସୁନା ।

ପାଣିରୁ ସୁନା ବାହାର କରିବା ସେଠାକାର ମହିଳା ମାନେ ପାରମ୍ପରିକ ଉପାୟକୁ ବ୍ୟବାହାର କରୁଛନ୍ତି । ବର୍ତ୍ତମାନ ଏହା ତାଙ୍କର ଜୀବନ ଜୀବିକା ପାଲଟି ଯାଇଛି । ନାଳ ପାଣିରୁ ସଂଗ୍ରହ କରୁଥିବା ସୁନାକୁ ବିକ୍ରି କରି ପାଉଥିବା ଅର୍ଥରେ ଚଳାଉଛନ୍ତି ନିଜ ଘର । ପ୍ରତ୍ୟକ ଦିନ ଏହି ଗ୍ରାମର ମହିଳା ମାନେ କାମ ସାରି ପହଞ୍ଚିଥାନ୍ତି ନାଳ ନିକଟରେ । ପ୍ରଥମେ ନାଳରୁ ବାଲିକୁ ସଂଗ୍ରହ କରନ୍ତି ।

ଆଉ ସଂଗ୍ରହ ହୋଇଥିବା ବାଲିକୁ ଏକ କାଥା ପାତ୍ରରେ ରଖି ନାଳ ପାଣିରେ ବାଲିରୁ ସୁନାର ସୂକ୍ଷ୍ମ କଣିକାକୁ ଅଲଗା କରିଥାନ୍ତି । ଏପରି ଭାବରେ ମହିଳା ମାନେ ୪ ରୁ ୫ ଘଣ୍ଟା ପରିଶ୍ରମ କରିବା ପରେ ଯାଇ ସୋରିଷ ଆକୃତିର ସୁନା ସଂଗ୍ରହ କରିଥାନ୍ତି । ଏହି ଗ୍ରାମରେ ସବୁବେଳେ ମିଳିଥାଏ ସୁନା । ସୁନାପେଣ୍ଠ ଗ୍ରାମରେ ରୁହନ୍ତି ୪୦୦ ପରିବାର ।

ବଘିରା ନାଳରୁ ସଂଗ୍ରହ କରିଥିବା ସୁନାକୁ ନେଇ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି । ପ୍ରତ୍ୟକ ମହିଳା ଏଥିରୁ ପାଞ୍ଚ ହଜାର ଲେଖାଏଁ ରୋଜଗାର କରିଥାନ୍ତି । ବାହାରୁଥିବା ସୁନାରେ ଖାଦ ନଥିବାରୁ ଏହାକୁ ବିଶୁଦ୍ଧ ସୁନା ବୋଲି କୁହାଯାଉଛି । ତଥାପି ଯାହା ଯେତିକି ମିଳେ ଏଥିରେ ଘରର ତେଲ ଲୁଣ ଚଳିଯାଏ । ମହିଳା ମାନେ ନିଜେ ନିଜର ଗହଣା ମଧ୍ୟ କରି ପିନ୍ଧନ୍ତି ଏହି ସୁନାରେ । ଏହା ସମ୍ପର୍କରେ ଆପଣଙ୍କ ମନ ଜଣାଇବା ପାଇଁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *