ରାତିରେ ଜୋତା ପଲିସ କରି ଘର ଚଳଉଛି ଓ ଦିନରେ ଦେଉଛି ମାଟ୍ରିକ ପରୀକ୍ଷା, ପୁଅ ପାଇଁ ମା’ ବାପା ଯାହା କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଜଣେ ମେଧାବୀ ଛାତ୍ରଙ୍କ କାହାଣୀ ଆପଣଙ୍କ ମନରେ କଷ୍ଟ ଆଣିଦେବ ନିଶ୍ଚୟ । ଯେଉଁ ଭଳି ଭାବରେ କାମ କରିବା ସହ ଜୀବନର ମୁଖ୍ୟ ପରୀକ୍ଷା ମାଟ୍ରିକ ପରୀକ୍ଷା ସେ ଦେଉଛନ୍ତି ତାହାର ଦୃଶ୍ୟ ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଅଟେ । ଛୋଟ ପିଲାଟିଏ ହୋଇ ଏତେ ବଡ ଦାୟିତ୍ଵକୁ ମୁଣ୍ଡରେ ନେଇ ନିଜର ଭବିଷ୍ୟତ ପାଇଁ ସେଥିରୁ ପାଠ ପଢିବା ପାଇଁ ସମୟ ବାହାର କରି ଜୀବନରେ ସଫଳତା ପାଇବା ପାଇଁ ସଂଘର୍ଷ କରୁଥିବା ଜଣେ ଛାତ୍ରଙ୍କ ଖବର ଏବେ ସାମ୍ନାକୁ ଆସିଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପୁରୀ ଜିଲ୍ଲା ବଳଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଅଟନ୍ତି ପୂର୍ଣ ଚନ୍ଦ୍ର ଦାଶ । ଜୋତା ପଲିସ କରି ତିନି ବର୍ଷ ହେଲାଣି ନିଜ ଘର ଚଳାଉ ଛନ୍ତି ଛାତ୍ର ଜଣଙ୍କ । ତାଙ୍କ ବାପା ମାଆ ଏବଂ ସାନ ଭଉଣୀ ସମସ୍ତେ ପୂର୍ଣଚନ୍ଦ୍ରଙ୍କ ଉଓରେ ନିର୍ଭରଶୀଳ ଅଟନ୍ତି । ତେଣୁ ଘରର ଦାୟିତ୍ଵ ତାଙ୍କ ଉପରେ ଥିବାରୁ ସେ ପାଠ ପଢିବା ଏବଂ ବୁଲିବା ବୟସରେ ଦାୟିତ୍ଵକୁ ଗ୍ରହଣ କରିବା ସହ ନିଜ ଭବିଷ୍ୟତକୁ ଉଜ୍ଵଳ କରିବା ନିମନ୍ତେ କରି ଚାଲିଛନ୍ତି କଷ୍ଟ ଆଉ ପ୍ରୟାସ ।

ସକାଳ ସମୟରେ ସ୍କୁଲ ଯାଉଛନ୍ତି ଆଉ ରରାଟୀ ହେଲେ ଆସି ଜୋତା ଦୋକାନରେ ପଲିସ କରୁଛନ୍ତି । ସେଇଥିରୁ ଯାହା ପଇସା ଆଶୁଛି ସେଥିରେ ତାଙ୍କ ଘର ଚାଲୁଅଛି । ପଢିବା ପାଇଁ ସମୟ ମିଳୁନଥିବାରୁ ରାତିରେ ପଲିସ କରୁଥିବା ସମୟରେ ଯେଉଁ ସମୟ ଟିକିଏ ମିଳୁଛି ସେହି ସମୟରେ ମିଞ୍ଜି ମିଞ୍ଜି ଆଲୁଅରେ ବସି ପାଠ ପଢନ୍ତି ପୂର୍ଣଚନ୍ଦ୍ର ।

ତାଙ୍କ ନିଜର ଜମି ବାଡି ଖଣ୍ଡେ ନଥିବାରୁ ଏବଂ ପଟା ନଥିବାରୁ ସ୍କୁଲରେ ଏବେ ଯାଏ ଟାଙ୍କି ଆଇ କାର୍ଡଟିଏ ମଧ୍ୟ ମିଳିନି । ଜେଜେଙ୍କ ଅମଳରୁ ସରକାରୀ ଜାଗାରେ ଗୋଟିଏ ଭଙ୍ଗା କୁଡିଆଟିଏ କରି ରହୁଛନ୍ତି ପୂର୍ଣଚନ୍ଦ୍ରଙ୍କ ପରିବାର । ଏତେସବୁ ଭିତରେ ମଧ୍ୟ ନିଜର ଆଶା ଏବଂ ଭରସା ନ ଭାଙ୍ଗି ଭବିଷ୍ୟତରେ ସଫଳତା ପାଇଁ ନିଜର ଏହି ପରିସ୍ଥିତିକୁ ସୁଧାରୀବା ପାଇଁ ପାଠ ପଢିବା ସହ ଘର ମଧ୍ୟ ସମ୍ଭାଳୁଛନ୍ତି । ଏହା ସହିତ ସେ ପୋଲିସ ହେବାର ଆଶା ମଧ୍ୟ ରଖିଛନ୍ତି । ଏହା ସମ୍ପର୍କରେ ଆପଣ ମାନଙ୍କ ମତ କଣ ରହିବ ପୂର୍ଣଚନ୍ଦ୍ରଙ୍କୁ ନେଇ ତାହା କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *