ଓଡିଶା ରୁ ଦିଲ୍ଲୀ OLA ବୁକ କରି ଆସିଲେ, କଳିଙ୍ଗଷ୍ଟାଡିୟମରେ ଓଲ୍ହାଇ ପଇସା ନ ଦେଇ ଚାଲିଗଲେ… ଦେଖନ୍ତୁ କଣ କହୁଛନ୍ତି OLA ଚାଳକ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ତ ଘରେ ବସି ବାସ ଗୋଟିଏ କ୍ଲିକରେ ଘର ଦୁଆର ବନ୍ଧରେ ଗାଡି ଆସି ଠିଆ ହେଉଛି । ଆପଣ ଯୁଆଡେ ଇଛା ସେହି OLA ବୁକ କରି ଆରାମରେ ଯାଇପାରିବେ । କିନ୍ତୁ ଖବର ଆନୁଯାୟୀ ଦୁଇ ଯୁବତୀ ଓଡିଶାରୁ OLA ବୁକ କରିଥିଲେ ଦିଲ୍ଲୀ ପାଇଁ ହେଲେ ଓଲ୍ହାଇପଡିଲେ କଳିଙ୍ଗ ଷ୍ଟାଡିୟମରେ ପଇସା ନ ଦେଇ ଡ୍ରାଇଭରଙ୍କ ସହ କଲେ ଖରାପ ବ୍ୟବହାର । ଯାହା ନାରୀ ଜାତିଙ୍କ ଉପରେ ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି କରିଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

OLA ଡ୍ରାଇଭରଙ୍କ କହିବା ଅନୁଯାୟୀ ଦୁଇ ଯୁବତୀ ଭୁବନେଶ୍ବର ୟୁନିଟ ୪ ରୁ OLA ବୁକ କରିଥିଲେ ଦିଲ୍ଲୀ ଯିବା ପାଇଁ । OLA ଡ୍ରାଇଭର ଗାଡି ନେଇ ପହଞ୍ଚିବା ପରେ ଦୁଇ ଯୁବତୀ ଗାଡିରେ ବସିଥିଲେ । ବସିବା ପରେ ଡ୍ରାଇଭର ଦେଖିଲେ ୧୭୦୦ କିଲୋମିଟର ଯିବାର ଅଛି । ତେଣୁ ଡ୍ରାଇଭର ସେମାନଙ୍କୁ ପଚାରିଲେ ଆପଣ କଣ ଏତେ ଦୂର ଯିବେ ।

ଏହାପରେ ଦୁଇ ଯୁବତୀ କହିଲେ ଆମକୁ ବହୁତ ଜରୁରୀ କାମରେ ଯିବାର ଅଛି କିନ୍ତୁ OLA ମିଳୁନଥିଲା ଅନ୍ୟ ଆଡ୍ରେସରେ ତେଣୁ ଆମେ ବାଧ୍ୟ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ବୁକ କରିଦେଇଛୁ । ଡ୍ରାଇଭର କହିଲେ ଆପଣଙ୍କୁ ଆପଣଙ୍କ ବୁକିଙ୍ଗ ଅନୁଯାୟୀ ପଇସା ଦେବାକୁ ପଡିବ । ସେତେବେଳେ ଯୁବତୀ କହିଲେ ହାଉ ଚାଲନ୍ତୁ ବୋଲି । କିନ୍ତୁ ଓଲ୍ହାଇଲେ କଳିଙ୍ଗ ଷ୍ଟାଡିୟମରେ ।

ଓଲ୍ହାଇବା ପରେ ଡ୍ରାଇଭର ତାଙ୍କୁ ପଇସା ମାଗିବାରୁ ସେମାନେ କହିଥିଲେ ଆମେ ଦେବୁ ନାହିଁ ଏତେ ଟଙ୍କା ଆମେ ଅଳ୍ପ ବାଟ ଆସିଛୁ । ଡ୍ରାଇଭର ତାଙ୍କୁ ବାରମ୍ବାର ତାଙ୍କ ବୁକିଙ୍ଗ ଅନୁଯାୟୀ ପଇସା ମାଗିବାରୁ ଡ୍ରାଇଭରଙ୍କୁ ବହୁତ କଥା କହିବା ସହ ତାଙ୍କ ସହ ବ୍ୟବହାର ମଧ୍ୟ ଖରାପ କରିଥିଲେ । ଆଉ କିଛି ପଇସା ନଦେଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ଚାଲିଗଲେ ।

ଡ୍ରାଇଭରଙ୍କର ୮୭୧ ଟଙ୍କା ପାଇବାର ଥିବାରୁ ସେ କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଠିଆ ହୋଇ ରହିଲେ ତାଙ୍କୁ ଅପେକ୍ଷା କରି । ଯଦି ତଥାପି କିଛି ଫାଇଦା ନ ହୁଏ ତେବେ ସେ ଥାନାର ଦ୍ଵାରସ୍ଥ ହେବେ । ତାଙ୍କ କହିବା ଅନୁଯାୟୀ ମହିଳା ହେବାର ଫାଇଦା ଉଠାଇଛନ୍ତି ଦୁଇ ଯୁବତୀ ମୋର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *