ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ରାଜ୍ୟ ଗୁଡିକରେ ଯେତେ ବି ପୁରୁଣା ଗାଡି ରହିଛି ସେଥିରେ ନୂଆ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲାଗିବା ପାଇଁ ତନାଘନା ଚାଲିଛି । ଏମିତିକି ଯେଉଁ ମାନେ ଗାଡି ନମ୍ବର ରେଜିଷ୍ଟ୍ରେଶନ କରି ସାରିଛନ୍ତି ସେମାନେ ନୂଆ ନମ୍ବର ପ୍ଳେଟ ଲଗାଇଛନ୍ତି ଆଉ କେତେକ ଲଗାଇ ନାହାନ୍ତି ମଧ୍ୟ । କିନ୍ତୁ ଯେଉଁ ମାନଙ୍କର ରେଜିଷ୍ଟ୍ରେସନ ହୋଇ ଯାଇଛି ସେମାନଙ୍କୁ ଆଉ ଫାଇନା ଗଣିବାକୁ ପଡିବ ନାହି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନ ସମୟରେ ପୁରୁଣା ଗାଡି ରେ ନମ୍ବର ପ୍ଳେଟ ଲଗାଇବାକୁ ନେଇ ଅଧିକ ସମସ୍ଯା ଦେଖା ଯାଉଛି । କାରଣ ଅନ ଲାଇନ ରେ ଏହି ପ୍ରକ୍ରିୟା ହୋଇ ଥିବାରୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇପାରୁ ନାହି । ପୁରୁଣା ଗଡାଇ ରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ କୁ ନେଇ ପରିବହନ କମିସନର କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦିଆ ଯାଇଛି । ଗାଁ ଗହଳିରେ ଓ ଉପାନ୍ତ ଅଞ୍ଚଳ ରେ ପୁରୁଣା ଗାଡି ରେ ଯେପରି ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ କହିଛନ୍ତି ।
ଗତ ୬ ତାରିଖରେ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ ଏ ନେଇ ରାଜ୍ୟ ପରିବହନ ଆୟୋଗ ଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ରେ ମୋଟ କେତେ ପୁରୁଣା ଗାଡି ଅଛି ସେ ସବୁଥିରେ ନୂଆ ନମ୍ବର ପ୍ଳେଟ ଲଗାଇବାକୁ ହେଲେ କେତେ ଦିନ ଆବଶ୍ୟକ ହେବ ତାହାର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଯେଉଁ ପୁରୁଣା ଗାଡି ଗୁଡିକରେ ଉତ୍ପାଦନ ବନ୍ଦ ହୋଇ ଯାଇଛି ହେଲେ ପୁରୁଣା ଗାଡି ଅଛି ସେ ସବୁରେ ନୂଆ ନମ୍ବର ପ୍ଳେଟ କିପରି ଲାଗିବ ସେ ନେଇ ପଦକ୍ଷେପ ନେବାକାଉ ମଧ୍ୟ ସରକାର କହିଛନ୍ତି ।
ସବୁଠାରୁ ବଡ କଥା ହେଲା ରାଜ୍ୟରେ ୨୦୧୯ ଏପରିକି ପହିଲା ଆଗରୁ ରେଜିଷ୍ଟ୍ରେଶନ ହୋଇଥିବା କେତେ ଗାଡି ଅଛି ଓ ସେ ଗୁଡିକରେ ନମ୍ବର ପ୍ଳେଟ ଲାଗାଇବାକୁ କେତେ ଦିନ ଆବଶ୍ୟକ ତାହା ସ୍ଥିର କରିବାକୁ ସରକାର କହିଛନ୍ତି । ବର୍ତ୍ତମାନ ଏହାର ସିଧା ସଳଖ ସମାଧାନ କରିବାକୁ ରାଜ୍ୟ ସରକାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଖାଯାଉ ଗାଡି ରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲାଗିବା କେତେ ଦିନ ସମୟ ସୀମା ଆବଶ୍ୟକ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।