ଏହି ସ୍ଥାନରୁ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ପ୍ରଥମ ରୋଗୀ ଚିହ୍ନଟ, Odishaକୁ ଘାରିଲା ଚିନ୍ତା

ଭାରତରେ ବର୍ତ୍ତମାନ କ-ରୋ-ନାର ଦ୍ଵିତୀୟ ଲହର ଜାରି ରହିଛି କିନ୍ତୁ ଏହା ମଧ୍ୟରେ କ-ରୋ-ନାର ତୃତୀୟ ଲହରକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି । ଯଦି ଓଡିଶା ବିଷୟରେ କହିବା ତେବେ ଓଡିଶାରେ ବି କ-ରୋ-ନା ମ-ହା-ମା-ରୀର ଦ୍ଵିତୀୟ ଲହର ସମାପ୍ତ ହୋଇ ନାହିଁ କି ରାଜ୍ୟରେ ବର୍ତ୍ତମାନ ଏକ ନୂଆ ସମସ୍ୟା ସାମ୍ନାକୁ ଆସିସାରିଛି ।

ରାଜ୍ୟରେ ଶୁକ୍ରବାର ଦିନ ଡେଲ୍ଟାପ୍ଲସ ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି । ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡ଼ିସି)ର ନିର୍ଦେଶକ ଡା. ଏସକେ ସିଂହ ଦେଶରେ କୋଭିଡ – ୧୯ ସ୍ଥିତି ଉପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେସ କନ୍ଫ୍ରେଂସକୁ ସମ୍ଭୋଧିତ କରି ଏହାର ସୂଚନା ଦେଇଛନ୍ତି । ସିଂହ କହିଛନ୍ତି କି ଡେଲ୍ଟା ପ୍ଲସ ଭାରିଆଣ୍ଟର ମୋଟ ୪୮ ଟି ମାମଲା ମଧ୍ୟରୁ ଗୋଟିଏ ମାମଲା ଓଡିଶାରେ ଚିହ୍ନଟ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବ୍ରୀଫିଂଗ ପରେ ଓଡିଶା ସ୍ୱାସ୍ଥ୍ୟ ବିଭାଗ ବି ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି । ଦେବଗଡରେ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ଚିହ୍ନଟ ହୋଇଥିବା ବ୍ୟକ୍ତିର ବର୍ତ୍ତମାନ ଚିକିତ୍ସା କରାଯାଉଛି ଓ ଯାଞ୍ଚ କରାଯାଉଛି କି ସେହି ବ୍ୟକ୍ତି ଜଣକ କେଉଁ ସବୁ ସ୍ଥାନକୁ ଯାଇ ଥିଲେ ଓ କାହା ସହ ମିଶି ଥିଲେ । କହିଦେଉହୁ କି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ ରୁ ବି ଅଧିକ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ରୋଗୀ ଚିହ୍ନଟ ହୋଇସାରିଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ୨୦ ଜଣ, ତାମିଲନାଡୁରେ ୯ ଜଣ, ମଧ୍ୟପ୍ରଦେଶରେ ୭ ଜଣ, ପଞ୍ଜାବ ଓ ଗୁଜୁରାଟରେ ୨ – ୨ ଜଣ ଚିହ୍ନଟ ହୋଇଛନ୍ତି । କହିଦେଉଛୁ କି ଡେଲ୍ଟା ପ୍ଲସ ଭାରିଆଣ୍ଟକୁ ଅତି ଗୁରୁତ୍ଵର ସହ ସ୍ୱାସ୍ଥ୍ୟ ବିଭାଗ ଗ୍ରହଣ କରିଛି ଓ ଏଥିରେ ଆ-କ୍ରା-ନ୍ତ ଲୋକମାନଙ୍କର ଉନ୍ନତ ମାନର ଚିକିତ୍ସା ମଧ୍ୟ କରାଯାଉଛି ବୋଲି କୁହାଯାଉଛି । ଯାହା ଦ୍ଵାରା ଏହି ଭାଇରସ ଅନ୍ୟ କାହାର ଶରୀରରେ ନ ଦେଖାଯାଉ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ବି ଦେଇଛନ୍ତି କି ଡେଲ୍ଟା ପ୍ଲସ ଭାରିଆଣ୍ଟ କ-ରୋ-ନା ମ-ହା-ମା-ରୀର ତୃତୀୟ ଲହରର ବଡ କାରଣ ହୋଇପାରେ । ଏମିତିରେ ବର୍ତ୍ତମାନ ସମସ୍ତେ ଚିନ୍ତିତ ହୋଇଯାଇଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ଗୁଡିକୁ ନୂଆ ସଂ-କ୍ର-ମ-ଣର ରିପୋର୍ଟ ତିଆରି କରି ପଠାଇବା ପାଇଁ, ସେହି ସମସ୍ତ ଜିଲ୍ଲା ଗୁଡିକରେ ଭିଡ କମ କରିବା ପାଇଁ, ଅଧିକ ମାତ୍ରାରେ କ-ରୋ-ନା ପରୀକ୍ଷଣ କରିବା ପାଇଁ, ଶୀଘ୍ର ରିପୋର୍ଟ ବାହାର କରିବା ପାଇଁ, ଭ୍ୟାକସିନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଓ କୋଭିଡ ନିୟମକୁ କଡାକାଡି ପାଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ମହା ନିର୍ଦେଶକ ବଳରାମ ଭାର୍ଗବ ଆଶ୍ଵାସନା ଦେଇଛନ୍ତି କି ଡେଲ୍ଟା ପ୍ଲସ ସଂ-କ୍ର-ମ-ଣର ନୂଆ ମାମଲାକୁ ସ୍ଥାନୀୟକୃତ କରିଦିଆଯାଇଛି । ଡରିବାର କୌଣସି କଥା ନାହିଁ । ବର୍ତ୍ତମାନ ଦେଶରେ ବ୍ୟବହାର ହେଉଥିବା ଦୁଇଟି ଟୀକା କୋଭ୍ୟାକସିନ ଓ କୋଭିଶୀଲ୍ଡ ଅଲ୍ଫା, ବୀଟା, ଗାମା ସହିତ ସମସ୍ତ ଡେଲ୍ଟା ଭାରିଆଣ୍ଟ ବିରୁଦ୍ଧରେ କାମ କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *