ଦୋସ୍ତି ପରେ ମସ୍ତି… ପରେ ହୋଇଗଲା ପ୍ରେମ! ଏହି ସବୁ Ollywood ଯୋଡ଼ିଙ୍କ ମଧ୍ୟରେ କେମିତି ହେଲା ପ୍ରେମ ଦେଖନ୍ତୁ Video

ସିଲଭର ସ୍କ୍ରିନରେ ଭଲ ପାଇବା, ପ୍ରପୋଜ ସିନ, ଲଭ ମେକିଙ୍ଗ ସିନ ଆଡ କରିଥାନ୍ତି ସିନେମାରେ ନୂଆ ଏକ ରଙ୍ଗ ପାଇଁ । ନାୟକ ନାୟିକା ପାଇଁ ଇଂଦ୍ରଧନୁର ସାତ ରଙ୍ଗକୁ ସାଥିରେ ଆଣିଥାଏ ଆଉ ପ୍ରେମକୁ ଜାହିର କରିଥାନ୍ତି । ପ୍ରେମ ହେଲେ ଜୀବନରେ ନୂଆ ରଙ୍ଗ ଆସିଥାଏ । ଖୁଶିର ଲହରୀ ଚାରିଆଡେ ଖେଳିବା ସହ ନୂଆ ଅନୁଭୂତି ସ୍ରୁତି ହୋଇଥାଏ । ଫିଲ୍ମରେ ଅଭିନେତା ଅଭିନେତ୍ରୀଙ୍କୁ ନେଇ ନିର୍ଦେଶକ ମାନେ ଅନେକ ସିନ କ୍ରିଏଟ କରନ୍ତି ।

ଆଉ ଗୀତକୁ ସାମିଲ କରିଥାନ୍ତି କାହାଣୀରେ ଯାହା ଖୁବ ସୁନ୍ଦର ସିନ ହୋଇଥାଏ । ପ୍ରଥମ ପ୍ରେମର ପ୍ରଥମ ସ୍ମୃତି ସହ ନାୟକ ନାୟିକା ଏକାଠି ରହିଥାନ୍ତି ଫିଲ୍ମର ସିନରେ । ବାବୁ ଭାଇଜାନ ସିନେମାରେ ଅଭିନେତା ଅରିନ୍ଦମ ଓ ଅଭିନେତ୍ରୀ ଶିବାନୀ ଅଭିନୟ କରିଥିଲେ । ଏମାନଙ୍କ ପ୍ରେମ କାହାଣୀ ଥିଲା ନିଆରା । କାରଣ ଶିବାନୀ ଅରିନ୍ଦମଙ୍କୁ ନିକାହା ବା ବିଭା ପାଇଁ ପ୍ରପୋଜ କରୁଛନ୍ତି ଏହି ଫିଲ୍ମରେ । ଆଉ ଶେଷରେ ଶିବାନୀ ରାଜି ହୋଇଥିଲେ ନିକାହ ପାଇଁ ।

ଆଉ ସିନ ସମୟରେ ହମଦମ ଗୀତ ହୋଇଥିଲା ୟୁନିକ । ଓଲିଉଡ ଇଣ୍ଡଷ୍ଟ୍ରିର ସିନେମା ଗୀତ ପ୍ରଥମ ଥର ପାଇଁ ଯୋଡାନରେ ହୋଇଥିଲା । କଷ୍ଟୟୁମ ଠାରୁ ଆରମ୍ଭ କରି ଲୋକେସନ ସବୁ ନିଆରା ଢଙ୍ଗରେ ହୋଇଥିଲା । ଠିକ ସେହିପରି ଫିଲ୍ମ ହିରୋ ନମ୍ବର-୧ ରେ ଅଭିନେତା ବାବୁଷାନ ଓ ଅଭିନେତ୍ରୀ ଭୂମିକା ଅଭିନୟ କରିଥିଲେ । ଏହି ଫିଲ୍ମରେ ବାବୁସାନ ଭୂମିକାଙ୍କୁ ନିଜର ମନ କଥା ପଚାରିବାର ଏକ ସିନ ରହିଛି ।

ଭୂମିକା ଏହି କଥା ଶୁଣିବା ପରେ ଲାଜେଇ ପଳାଇ ଯାଉଥିବା ସମୟରେ ବାବୁସାନ ତାଙ୍କ ହାତ ଧରି ପଚାରୁଛନ୍ତି । ପ୍ରମେ ଆରମ୍ଭ ଏମିତି ଆରମ୍ଭ ହୋଇଥାଏ । ପ୍ରଥମେ ଦୋସ୍ତି ଆଉ ପରେ ପ୍ରେମ । ଭାବର ଦିଆନିଆ ଆରମ୍ଭ ହେବ ତାହା ହେଉଛି ପ୍ରେମର ପ୍ରଥମ ସ୍ଟେପ । ପ୍ରେମିକା ପାଖରେ ଥାଇ ପଡେ କଥା ହେଲେ ନାୟକଙ୍କୁ ମିଳିଯାଏ ତାଙ୍କ ମଞ୍ଜିଲ ।

ଶ୍ରୀମାନ ସୁରଦାସ ଫିଲ୍ମ ର ଗୀତ ଖୁଦା କସମ ତେରେ ହମଦମ ରେ ଅଭିନେତା ବାବୁସାନ ଓ ଅଭିନେତ୍ରୀ ଭୂମିକା ଖୁବ ସୁନ୍ଦର ଅଭିନୟ କରିବା ସହ ରୋମାଣ୍ଟିକ ମଧ୍ୟ ହୋଇଥିଲେ । ରାତି ଅଧରେ ଛାତ ଉପରକୁ ଲୁଚିକି ନାୟିକା ଆସିଛନ୍ତି ଆଉ ଘର ଲୋକଙ୍କୁ ଏ ବିଷୟରେ କିଛି ଖୋଜ ଖବର ନାହି କାରଣ ପ୍ରେମିକ ଆସିଛନ୍ତି ପ୍ରେମିକାଙ୍କୁ ଦେଖା କରିବା ପାଇଁ ।

ନାୟକ ମନ କଥା କେମିତି କହିବେ ତାହା ଜାଣିପାରୁ ନାହାନ୍ତି । ପ୍ରଥମେ ହାତ ଧରିବା ପାଇଁ କହୁଛନ୍ତି ଇ କିଛି ସମୟ ପାଇଁ ଅଟକି ଯାଉଛନ୍ତି । ଆଉ ଏବେ ନାୟିକାଙ୍କୁ କହିବାକୁ ସାହସ ଯୁଟାଇଲେ ଆଉ କହି ମଧ୍ୟ ଦେଲେ । ଗେରୁଆ ରଙ୍ଗରେ ରଙ୍ଗେଈ ଦେଲେ ନାୟକ ଆଉ ପ୍ରେମରେ ଭିଜିଗଲେ ନାୟିକା । ଏ ହେଉଛି ଓଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମ ଅନୁଭୂତି ।

ବନ୍ଧୁଗଣ ଆପଣ ମାନଙ୍କର ପ୍ରେମ ବିଷୟରେ କଣ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *