ଦେଖନ୍ତୁ Otvର ଚିଫ ରିପୋର୍ଟର Arindam Dasଙ୍କ ଶେଷ କୃତ୍ୟର Video….. ସାମିଲ ହେଲେ ବଡ ବଡ ନେତା

କିଛି ସମୟ ପୂର୍ବରୁ ହିଁ ଓଟିଭି ରିପୋର୍ଟର ଅରବିନ୍ଦ ଦାସଙ୍କ ଅଚାନକ ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ପ୍ରତ୍ୟକ ମିଡିଆ କର୍ମୀ, ତାଙ୍କର ସହଯୋଗୀ ଓ ତାଙ୍କ ଅଫିସର ସମସ୍ତ କର୍ମକର୍ତ୍ତା ଦୁଃଖରେ ଭାଙ୍ଗି ଯାଇ ଥିଲେ । କାହାରି ବି ଆଖିରୁ ଲୁହ ସମାପ୍ତ ହେଉ ନାହିଁ । ଅରବିନ୍ଦ ଦାସ ଜଣେ ସାହାସୀ ଓ ଅତି ଉଚ୍ଚ କୋଟିର ବ୍ୟକ୍ତିତ୍ବ ଥିଲେ । ଯେଉଁ ସ୍ଥାନକୁ ସବୁ ରିପୋର୍ଟର ମନା କରିଥାନ୍ତି ଯିବା ପାଇଁ ସେହି ସ୍ଥାନକୁ ସାହାସର ସହ ଯାଇଥାନ୍ତି ଓଟିଭି ରିପୋର୍ଟର ଅରବିନ୍ଦ ଦାସ ।

ତାଙ୍କର ସାହାସିକତାର କାହାଣୀ ବହୁତ ଅଛି । ଯାହାକି ଆରମ୍ଭ କରିଲେ ଶେଷ ହେବ ନାହିଁ । ଏହିଭଳି ଜଣେ ଭଲ ମଣିଷର ଆଜି ଅଚାନକ ମୃ-ତ୍ୟୁ ଯୋଗୁ ସମସ୍ତେ ହୃଦୟ ମଧ୍ୟରୁ ଭାଙ୍ଗି ପଡିଛନ୍ତି । ଅରବିନ୍ଦ ଦାସଙ୍କୁ ଅଫିସରେ ସମସ୍ତେ ବହୁତ ଭଲ ପାଉ ଥିଲେ ।

କେହି ଜଣେ ବି ଏମିତି ବ୍ୟକ୍ତି ନ ଥିଲେ ଯିଏକି ତାଙ୍କୁ ଚିହ୍ନି ନ ଥିଲେ । ଓଡିଶାର ପ୍ରାୟତଃ ଜନତା ରିପୋର୍ଟର ଅରବିନ୍ଦ ଦାସଙ୍କୁ ଚିହ୍ନି ଥିଲେ । ଆଜି ମୁଣ୍ଡୁଳି ବ୍ରିଜରେ ହାତୀର ଲାଇଭ ଫୁଟେଜ ପାଇଁ ଅରବିନ୍ଦ ଦାସ ଓ ତାଙ୍କର ଜଣେ ସହଯୋଗୀ ODRF ଟିମ ସହ ବୋର୍ଟରେ ବସି ଯାଇ ଥିଲେ ।

କିନ୍ତୁ ଦୁର୍ଭାଗ୍ୟ ବଶତଃ ନଦୀ ବନ୍ୟା ପାଣିର ଗଭୀର ସ୍ରୋତ କାରଣରୁ ତାଙ୍କର ବୋର୍ଟଟି ଓଲଟି ଯାଇ ଥିଲା ଓ ସେ ପାଣିରେ ବୁଡି ଯାଇ ଥିଲେ ଓ ଶେଷରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ବିଷୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଟ୍ଵିଟ କରି ଶୋକ ବ୍ୟକ୍ତ କରିଛନ୍ତି ।

କଟକ ଜିଲ୍ଲାର ଏମଏଏଲ ମହମ୍ମଦ ମୋକିମ ମଧ୍ୟ ଅରବିନ୍ଦ ଦାସଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ଛଡା ଅନ୍ୟ କିଛି ବ୍ୟକ୍ତିମାନେ ମଧ୍ୟ ଅରବିନ୍ଦ ଦାସଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହିଭଳି ଅଚାନକ ମୃ-ତ୍ୟୁ ଯୋଗୁ ବିଶେଷ କରି ତାଙ୍କର ସହଯୋଗୀମାନେ ଭାଙ୍ଗି ପଡିଛନ୍ତି ଓ ସେମାନଙ୍କ ଆଖିରୁ ଲୁହ ଗଡି ଯାଉଛି ।

ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯିଏକି ତାଙ୍କର ପ୍ରଶଂସା କରୁ ନାହାନ୍ତି । ଅରବିନ୍ଦ ଦାସଙ୍କୁ ତାଙ୍କର ସହଯୋଗୀମାନେ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କୁ ତାଙ୍କର ଅଫିସକୁ ନେଇ ଯାଇଛନ୍ତି । ଯେଉଁଠି ତାଙ୍କର ଅଫିସର ସମସ୍ତ କର୍ମଚାରୀମାନେ ତାଙ୍କୁ ଫୁଲ ଦେଇ ଶେଷ ଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କର ସହଯୋଗୀମାନେ ତାଙ୍କ ଶବକୁ ଧରି କାନ୍ଦୁ ଥିଲେ । ଏହା ବହୁତ ଦୁଃଖ ଦାୟକ ଦୃଶ୍ୟ ଥିଲା ।

Leave a Reply

Your email address will not be published. Required fields are marked *