OTV ର ସାମ୍ବାଦିକ Arindam ଙ୍କ ନାମରେ ଘୋଷଣା ହେଲା Scholarship

ବିପର୍ଜୟ ଯେଉଁଠି ସେ ସେଇଠି ଥାନ୍ତି । ଏହି ସବୁ ସମୟରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ । ଅଣଚାଶ ପବନ ଆଗରେ ଛାତି ପତେଇ ଲୋକଙ୍କୁ ସତର୍କ କରିବା ସହ ଗ୍ରାଉଣ୍ଡ ଜିରୋରୁ ଦୁନିଆ ସାମ୍ନାକୁ ଆଣନ୍ତି ବିପର୍ଣଙ୍କ ଦୁଖ ଦୁର୍ଦଶାର ଚିତ୍ର । ବାତ୍ୟା ଆସିଲା ମାନେ ଟିଭି ସ୍କ୍ରିନରେ ଅତୀବ ସାହସୀ, ଭୟ ଶୂନ୍ୟ ସାମ୍ବାଦିକଙ୍କୁ ଖୋଜେ ସବୁ ଆଖି । ଅରିନ୍ଦମ ଙ୍କ ମୁହଁରୁ ଶୁଣିବା ପାଇଁ ଚାହିଁ ରହିଥାନ୍ତି ସମସ୍ତେ । ଫାଇଲିନ ରୁ ତିତିଲି, ଅମ୍ପାନ ଅବା ୟାଶ ପ୍ରତୀଟି ବାତ୍ୟାରେ ଅରିନ୍ଦମଙ୍କ ସାହସିକତା ଦେଖିବାକୁ ମିଳେ । ତାଙ୍କ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂକୁ ଝୁରୁଛି ଓଡିଶା ।

ଓଟିଭିର ଚିଫ ରିପୋର୍ଟରଙ୍କର ଅକାଳ ବିୟୋଗାରେ ସାରା ଓଡିଶା ବାସୀ ଦୁଃଖରେ ମର୍ମାହତ ହୋଇଛନ୍ତି । ସେ ବହୁତ ଦୁଃସାହସୀ ଥିଲେ ଯେତେ ବର୍ଷା ପବନ କି ବାତ୍ୟା ହେଉ ସେ କେବେ ଡରି ଯାଆନ୍ତି ନହିଁ । ସେହି ସେଥିରେ ମଧ୍ୟ ବହୁତ ପାଖରୁ ଲୋକଙ୍କୁ ନ୍ଯୁଜ ବିଷୟରେ ସବୁ ବେଳେ ଅବଗତ କରାଇ ଥାନ୍ତି । ସେ ସବୁ ସମ୍ବାଦିକଙ୍କ ପାଇଁ ଆଜି ଗୋଟିଏ ପ୍ରେରଣା ସାଜିଛନ୍ତି । ତାଙ୍କର କ୍ରାଇମ ରିପୋର୍ଟର ଭାବରେ ବହୁତ ନାମ ଥିଲା । ସେ ତାଙ୍କର ଜୀବନରେ ବହୁତ ଦୁଃସାହସିକ କାର୍ଯ୍ୟ କରିଛନ୍ତି ।

ସେ କେବେ ବି ଟଙ୍କା ପଛରେ ଗୋଡାଇ ନଥିଲେ ସବୁବେଳେ କାମ ଉପରେ ଧ୍ୟାନ ଦେଉଥିଲେ ଆଉ ଜଣେ କର୍ତବ୍ୟ ନିଷ୍ଠ ବ୍ୟକ୍ତି ଥିଲେ । ସେ ସବୁବେଳେ ନିନ କର୍ମକୁ ବହୁତ ପ୍ରାଧାନ୍ଯ ଦେଇଥିଲେ । ତାଙ୍କ ଶ୍ରଦ୍ଧାଞ୍ଜଳିରେ ତାଙ୍କ ସାଙ୍ଗ ଓ ସହଯୋଗୀ ମନେପକାଇ ବହୁତ କଥା ଆଲୋଚନା କରିଥିଲେ । ଦେବାଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ନାମରେ ଘୋଷଣା ହେଲା ସ୍କଲରସିପ । ଆଜି ଏକାଦଶ ଅବସରରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଏହି ସ୍କାଲାର ସିପ ଘୋଷଣା କରିଛନ୍ତି ।

ଓଟିଭି ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳିରେ ଯୋଗ ଦେଇ ଜଗି କହିଛନ୍ତି ପ୍ରତିବର୍ଷ ସାମ୍ବାଦିକ ପାଠ୍ୟ କ୍ରମର ଜଣେ ମେଧାବୀ ଛାତ୍ର ବା ଛାତ୍ରୀଙ୍କୁ ଏହି ବୃତି ଦିଆଯିବ । ତା ସହିତ ସମ୍ବାଦିକତା କ୍ଷେତ୍ରରେ ଅରିନ୍ଦମ ଛାଡି ଯାଇଥିବା ଛାପ ଆଗାମୀ ପିଢୀର ସମ୍ବାଦିକଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଓଟିବିର ସମସ୍ତ କର୍ମ କର୍ତା ଉପସ୍ଥିତି ରହି ସ୍ଵର୍ଗତ ଅରିନ୍ଦମଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ଶ୍ମୃତି ଚରଣ କରିଥିଲେ ।

Leave a Reply

Your email address will not be published. Required fields are marked *