‘ପବିତ୍ର ଋସ୍ତା’ ସିରିଏଲ ରେ ଅର୍ଚନାର ଭଉଣୀ ଅଭିନୟ କରୁଥିବା ଅଭିନେତ୍ରୀ ଆଜି ଦେଖାଯାଉଛନ୍ତି ବହୁତ ହଟ ଓ ବୋଲ୍ଡ

ସିରିଏଲ ଆଜି କା ସମୟରେ ଲୋକଙ୍କ ଜୀବନ ବହୁତ ମହତ୍ବପୂର୍ଣ୍ଣ ଜିନିଷ ହୋଇ ଯାଇଛି । ସିରିଏଲ ଲୋକଙ୍କ ମନ ଆଉ ମସ୍ତିସ୍କକୁ ଆରମ ଦେଇଥାଏ ଏହା ସହ ବହୁତ ପ୍ରକାର ଶାନ୍ତି ମଧ୍ୟ ଖୋଜି ପାଇଥାଏ । ତେବେ ସିରିଏଲ ଦେଖିବା ଦ୍ଵାରା ଲୋକଙ୍କ ମନ ଭାବ ବଦଳିଥାଏ । ତେବେ ଜି ଟିଭିରେ ପବିତ୍ର ଋସ୍ତା ନାମକ ଗୋଟେ ସିରିଏଲ ଆସୁଥିଲା ଯାହା କାହାଣୀ ଆଉ କଳାକାର ମାନଙ୍କ ଅଭିନୟ ଦ୍ଵାରା ତାହା ବହୁତ ପ୍ରସିଦ୍ଧ ସିରିଏଲ ହୋଇଥିଲା କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଏହି ସିରିଏଲ ଷ୍ଟାର କାସ୍ତ ମାନେ କେଉଁଠାରେ ଅଛନ୍ତି ଆଉ କଣ କରୁଛନ୍ତି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ ।

ପବିତ୍ର ଋସ୍ତା ବର୍ତମାନ ୭ ବର୍ଷ ହେଲାଣି ବନ୍ଦ ହୋଇ ଯାଇଛି କିନ୍ତୁ ଏହାର କାହାଣୀ ଲୋକଙ୍କ ମନରେ ଏମିତି ସ୍ମୃତି ରଖିଛି ଯାହା ଆପଣ ମାନେ କେହି ଅନ୍ୟ ସିରିଏଲରେ ଦେଖିବାକୁ ପାଇ ନଥିବେ । ଏହି ସିରିଏଲ ମୁଖ୍ୟ ଅଭିନେତା ଥିଲେ ସୁଶାନ୍ତ ସିଂହ ରାଜପୁତ ଯାହାଙ୍କ କେସ ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଚାଲିଛି । ତେବେ ସିରିଏଲରେ ତାଙ୍କ ନାମ ମାନବ ଥିଲା ତାଙ୍କ ଅଭିନୟ ଆଉ ତାଙ୍କ ଶାନ୍ତ ସ୍ଵଭାବ ଦର୍ଶକ ମାନଙ୍କ ମନ କିଣି ନେଇଥିଲା ।

ତେବେ ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀ ଥିଲେ ଅର୍ଚନା ଯାହାଙ୍କ ଅସଲ ନାମ ଅଙ୍କିତା ଲୋଖଣ୍ଡେ ଅଟେ । ସେ ବର୍ତମାନ ବଡ ଫିଲ୍ମରେ ଅଭିନେତ୍ରୀ ଭାବରେ କାମ କରିବା ପାଇଁ କାମ କରୁଛନ୍ତି । ଏହି ସିରିଏଲରେ ସାଇଡ ଅଭିନେତ୍ରୀ ଭାବରେ ବର୍ଷା କାମ କରିଥିଲେ ଏହି ସିରିଏଲରେ ସେ ଅଙ୍କିତାଙ୍କ ଭଉଣୀ ଅଭିନୟ କରିଥିଲେ । ତେବେ ଏହି ସିରିଏଲରେ ବହୁତ ଭଲ ଅଭିନୟ କରିବା ଦ୍ଵାରା ତାଙ୍କୁ ଅନ୍ୟ ସିରିଏଲରେ ମଧ୍ୟ କାମ ମିଳିଥିଲା ।

ତେବେ ବରଷାଙ୍କ ଅସଲ ନାମ ପ୍ରିୟା ମରାଠେ ଅଟେ ଯିଏ ୩୦ ଏପ୍ରିଲ ୧୯୮୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ସେ କେବଳ ୧୯ ବର୍ଷ ବୟସରେ ନିଜ ଅଭିନୟ କେରିଅର ଆରମ୍ଭ କରିଥିଲେ ତାଙ୍କ ପ୍ରଥମ ସିରିଏଲ ଚାର ଦିବସ ସୋଉଛଚେ ଥିଲା ଯେଉଁଥିରେ ସେ ବହୁତ ଭଲ କାମ କରିଥିଲେ ଆଉ ଏହା ମରାଠୀ ଥିଲା । ପ୍ରିୟା ୨୦୧୨ରେ ଶାନ୍ତନୁ ସାହ ସହ ବିବାହ କରିଥିଲେ ଆଉ ବର୍ତମାନ ମଧ୍ୟ ଅଭିନୟ କରିବା ଛାଡି ନାହାନ୍ତି ସେ ନିଜ ସ୍ବାମୀଙ୍କ ସହ ବହୁତ ସୁଖୀ ଜୀବନ ବ୍ୟତୀତ କରୁଛନ୍ତି ।

Leave a Reply

Your email address will not be published. Required fields are marked *