ପାଦର ଆଙ୍ଗୁଠି ଏହି ପରି ଥିଲେ ବ୍ୟକ୍ତି ହୋଇଥାଏ ଭାଗ୍ୟଶାଳୀ- Astro Tips

ବନ୍ଧୁଗଣ କେତେକ କ୍ଷେତ୍ରରେ ଆମ ଶରୀର ଗୁଡିକରେ ଥିବା ଅଙ୍ଗ ଗୁଡିକର ଲକ୍ଷଣ ଆମେ ଦେଖିବାକୁ ପାଇଥାଉ । ସେହି ଅଙ୍ଗ ଗୁଡିକ ପଛରେ ଅନେକ ରହସ୍ୟ ଲୁଚି ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ପ୍ରତ୍ୟକ ଅଙ୍ଗ ଗୁଡିକର ମହତ୍ଵ ରହିଅଛି । ଆମ ଅଙ୍ଗ ସହିତ ଜଡିତ ବହୁତ ପ୍ରକାରର ଲାଭ ଆମକୁ ମିଳିଥାଏ । ଏହାକୁ ଆମେ ବୁଝି ନଥାଉ । ବନ୍ଧୁଗଣ ଆମ ଶରୀରକୁ ବହନ କରି ବାଟ ଚାଲିଥାଏ ଆମ ପାଦ ଆସନ୍ତୁ ଜାଣିବା ପାଦରେ ଥିବା ଆଙ୍ଗୁଠିର ମହତ୍ଵ । ଯଦି ଏହି ପ୍ରକାରରେ ଆପଣଙ୍କ ପାଦ ଆଙ୍ଗୁଠିର ଆକାର ହୋଇଥାଏ ସେଥିରୁ କି  ଲାଭ ମିଳିଥାଏ ।

ବନ୍ଧୁଗଣ ଆପଣଙ୍କ ପାଦର ଆଙ୍ଗୁଠିରୁ ଜାଣନ୍ତୁ ଯେ ଆପଣ କେତେ ଭାଗ୍ୟଶାଳି ଅଟନ୍ତି । ବନ୍ଧୁଗଣ ଆମେ ସର୍ବଦା ଦେଖିଥାଉ ପ୍ରତ୍ୟକ ବ୍ୟକ୍ତିଙ୍କ ଶରୀରରେ କିଛି ନା କିଛି ଭିନ୍ନତା ରହିଥାଏ । ଶରୀରର ଆକୃତି ଅନୁସାରେ ମନୁଷ୍ୟର ଆଚାର ଏବଂ ବ୍ୟବହାର ମଧ୍ୟରେ ଭିନ୍ନତା ଦେଖା ଯାଇଥାଏ । ବନ୍ଧୁଗଣ ଯଦି ଆପଣଙ୍କ ପାଦର ବୁଢା ଆଙ୍ଗୁଠି ପାଖେ ଥିବା ଆଙ୍ଗୁଠି ଅର୍ଥାତ ମଝି ଆଙ୍ଗୁଠି ଯଦି ବଡ ହୋଇଥାଏ ଏବଂ ଶେଷ ଆଙ୍ଗୁଠି ଦୁଇଟି ସମାନ ହୋଇ ରହିଥାଏ ତେବେ ତାହାକୁ ସେଲ୍ଟିକ ଆକୃତିର ପାଦ ବୋଲି କୁହାଯାଏ । ଏହି ଆକୃତିର ବ୍ୟକ୍ତି ବହୁତ ସାଧାରଣ ବ୍ୟକ୍ତି ଅଟନ୍ତି । ଏହିଭଳି ପାଦଥିବା ବ୍ୟକ୍ତିଙ୍କୁ ଜୀବନରେ ସଫଳତା ମିଳିଥାଏ ।

ମାତ୍ର ସଫଳତା ପାଇବା ପାଇଁ ଆପଣଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ । ଆପଣଙ୍କ ପାଖରେ ପ୍ରତ୍ୟକ ବିଷୟକୁ ବୁଝିବା ପାଇଁ ଅଦ୍ଭୁତ୍ତ ଶକ୍ତି ରହିଥାଏ । କର୍ମ କ୍ଷେତ୍ରରେ ସବୁବେଳେ ଆଗକୁ ବଢିବା ପାଇଁ ମାନସିକ ଚିନ୍ତାଧାରା ରହିଥାଏ । ଏଥିରେ ସଫଳ ମଧ୍ୟ ହୁଅନ୍ତି । କହିବାକୁ ଗଲେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ବନ୍ଧୁଗଣ ଯେଉଁ ବ୍ଯକ୍ତିର ବୁଢା ଆଙ୍ଗୁଠି ବଡ ଏବଂ ବାକି ଚାରୋଟି ଆଙ୍ଗୁଠି ସମାନ ଅଟେ, ଏହିଭଳି ଆକୃତିକୁ ଜର୍ମାନୀ ଆକୃତି ବୋଲି କୁହାଯାଏ । ଏହି ବ୍ୟକ୍ତି ମାନେ କୌଣସି କାର୍ଯ୍ୟକୁ କରିବା ଆଗରୁ ବହୁତ ଭାବିବିଚାରୀ କରିଥାନ୍ତି । ଏହିଭଳି ବ୍ୟକ୍ତି ବିଶେଷ ବହୁତ ଶାନ୍ତ ଏବଂ ସରଳ ହୋଇଥାନ୍ତି ।

ଏହିଭଳି ବ୍ୟକ୍ତି ମାନଙ୍କୁ ଆପଣ ଯେକୌଣସି କାର୍ଯ୍ୟ ଦେଲେ ସେ ତାହାକୁ ସମ୍ପୂର୍ଣ ରୂପେ ଶେଷ କରିବାରେ ପ୍ରାଣ ପ୍ରଣେ ଚେଷ୍ଟା କରନ୍ତି । ଯେଉଁ ଲୋକଙ୍କର ମଝି ଆଙ୍ଗୁଠି ବଡ ହୋଇଥାଏ ଏବଂ ଶେଷ ଆଙ୍ଗୁଠି ଦୁଇଟି ଛୋଟ ବଡ ହୋଇ ରହିଥାଏ, ସେହିଭଳି ପାଦକୁ ଗ୍ରୀଟ ଆକୃତି ପାଦ ବୋଲି କୁହାଯାଏ । ଏହି ଲୋକ ବହୁତ ଚତୁର ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କୁ ଅଧିକ କଥାବାରତା କରିବାକୁ ଭଲ ଲାଗିନଥାଏ । ସମାଜ ଏବଂ ପରିବାରବର୍ଗରୁ ଏମାନଙ୍କୁ ବହୁତ ସନ୍ନମାନ ମିଳିଥାଏ । ଯେଉଁ ବ୍ଯକ୍ତିର ବୁଢା ଆଙ୍ଗୁଠି ଠାରୁ ଶେଷ ଆଙ୍ଗୁଠି ପର୍ଯ୍ୟନ୍ତ ଆଙ୍ଗୁଠି ଗୁଡିକ ବଦାରୁ ଛୋଟ ଭାବରେ ରହିଥାଏ ତାହାକୁ ଏଜିପ୍ତୀୟାନ  ଆକୃତି ବୋଲି କୁହାଯାଏ ।

ଏମିତି ଲୋକ ସମାଜସେବୀ ହୋଇଥାନ୍ତି । ଏମାନେ ସାମାଜିକ ତଥା ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି । ଏହିଭଳି ବ୍ୟକ୍ତିଙ୍କୁ ନୂଆ ନୂଆ ଲୋକଙ୍କ ସହିତ ବନ୍ଧୁତା କରିବାକୁ ଭଲ ଲାଗିଥାଏ । ଏମାନେ ସବୁ ସଂପର୍କକୁ ସଠିକ ଭାବେ ବୁଝି ସେଥିରେ ନିଜର ସୁବାର୍ତାର ଅବଦାନ ରଖିଥାନ୍ତି । ମୋଟ ଉପରେ କହିବାକୁ ଗଲେ ଏଭିଭଳି ବ୍ୟକ୍ତିମାନେ ଅନ୍ୟର ଚିନ୍ତା ବହୁତ କରିଥାନ୍ତି । ଏହା ଫଳରେ ଏମାନଙ୍କୁ ବହୁତ ଆଶୀର୍ବାଦ ମିଳିଥାଏ । ବନ୍ଧୁଗଣ ଏହି ବିବରଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *