ରାତାରାତି ହେଲେ କୋଟିପତି, ବାହାର କରିବାକୁ ଯାଇଥିଲେ 1400 ଟଙ୍କା କିନ୍ତୁ ଆକାଉଣ୍ଟରେ ଥିବା ପଇସା ଦେଖି ହେଲେ ଆଶ୍ଚର୍ଯ୍ୟ- ଦେଖନ୍ତୁ Video

ଭାଗ୍ୟ ଯେତେବେଳେ ସାଥ ଦିଏ ତେବେ ବିନା ପରିଶ୍ରମରେ ବି ଆପଣ କୋଟିପତି ହୋଇଯିବେ ଓ କିନ୍ତୁ ଯେତେବେଳେ ଭାଗ୍ୟ ସାଥ ଦିଏ ନାହିଁ ତେବେ ଯେତେ ପରିଶ୍ରମ କରିଲେ ବି ଆପଣଙ୍କ ପାଖରେ ଟଙ୍କା ରୁହେ ନାହିଁ ।

ଆପଣମାନଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ସମସ୍ତେ ATMରୁ ଟଙ୍କା ବାହାର କରିଥାନ୍ତି ଓ କିନ୍ତୁ ATMରୁ ଟଙ୍କା ବାହାର କରୁଥିବା ସମୟରେ ଯଦି ଅଚାନକ ଆପଣଙ୍କୁ ଜଣା ପଡିବ ଆପଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଅଛି ତେବେ ଆପଣ କଣ କରିବେ ? ଆପଣ ଚିନ୍ତାରେ ପଡି ଯିବେ କି ଏତେ ଟଙ୍କା ଆସିଲା କେଉଁଠୁ । କିଛି ଏମିତି ହିଁ ହୋଇଛି ଆମେରିକାର ଫ୍ଲୋରିଡାରେ ।

ଲାର୍ଗୋ (Largo)ରେ ଶନିବାର ଦିନ ଜୁଲିୟା ୟୋନ୍କୋୱସ୍କୀ (Julia Yonkowski) ନାମକ ଜଣେ ବୁଦ୍ଧ ମହିଳା ଏକ ଲୋକଲ ଚେଜ ବ୍ୟାଙ୍କ (Chase Bank) ATMରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । କିନ୍ତୁ ସେହି ସମୟରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ସେ କୋଟି କୋଟି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ATMରୁ ମିଳିଥିବା ବ୍ୟାଙ୍କର ରିସିପ୍ଟ ଅନୁସାରେ, ଜୁଲିୟା ୟୋନ୍କୋୱସ୍କୀ (Julia Yonkowski)ଙ୍କ ଆକାଉଣ୍ଟରେ ୯୯୯,୯୮୫,୮୫୫.୯୪ ଆମେରିକା ଡଲାର ଅର୍ଥାତ ୭୪୧୭ କୋଟି ଟଙ୍କାରୁ ବି ଅଧିକ ଟଙ୍କା ଥିଲା । ଏହା ଜାଣି ପାରି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଚିନ୍ତା କରିଲେ କି ଏତେ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଲା କେମିତି । ସେ କହିଲେ କି, ପ୍ରାୟତଃ ଲୋକମାନେ ଚିନ୍ତା କରିବେ କି ତାଙ୍କୁ ଲଟେରୀ ଲାଗିଛି, କିନ୍ତୁ ମୁଁ ତ ବହୁତ ଡରି ଯାଇଥିଲି । ‘

ଜୁଲିୟା ଏଟିମରୁ କେବଳ ୨୦ ଡଲାର ବାହାର କରିବାକୁ ଯାଇଥିଲେ । ସେ କହିଲେ କି ଯେମିତି ହିଁ ମୁଁ ୨୦ ଡଲାର ବାହାର କରିବାକୁ ଯାଇଛି ତେବେ ମୋତେ ମେସିନ ଦ୍ଵାରା ଚେତାବନୀ ମିଳିଲା କି ଏହି ଟଙ୍କା ବାହାର କରିବାକୁ ହେଲେ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଏହିଭଳି ଫ୍ରଡ ବିଷୟରେ ସେ ଶୁଣି ସାରିଥିଲେ । ଏହି କାରଣରୁ ମୁଁ ଟଙ୍କା ଉଠାଇଲି ନାହିଁ । ଜୁଲିୟା କହିଲେ କି ମୋତେ ଲାଗିଲା ଏହା ସାଇବର କ୍ରାଇମ ବି ହୋଇପାରେ ।

ମୁଁ ନିଜର ATM ବାଲାନ୍ସ ଚେକ କରିଲି ତ ମୋତେ ଜଣା ପଡିଲା କି ମୁଁ କୋଟିପତି ହୋଇଛି, ତେବେ ସେ ଚେଜ ବ୍ୟାଙ୍କର (Chase Bank)ର ଅନ୍ୟ କେତେକ ATMକୁ ଯାଇ ବାରମ୍ବାର ଚେକ କରିଲେ । କିନ୍ତୁ ସବୁଠୁ ବଡ ଗୁରୁତ୍ଵ ପୂର୍ଣ କଥା ହେଉଛି କି

ମହିଳା ଜଣକ ଏତେ ଟଙ୍କା ଦେଖିବା ସତ୍ବେ ବି ସେ ନିଜ ଆକାଉଣ୍ଟରୁ କିଛି ବି ଟଙ୍କା ଉଠାଇ ନ ଥିଲେ । ସେ ନିଜ ଆକାଉଣ୍ଟରେ ଏତେ ଟଙ୍କା ଦେଖି ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରିଥିଲେ । ଏହି ଖବର ଗଣମାଧ୍ୟମ ସାମ୍ନାକୁ ମଧ୍ୟ ଆସିଗଲା । ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀ ଯାଞ୍ଚ କରୁଛନ୍ତି ଏହି ମହିଳା ଜଣକଙ୍କ ଆକାଉଣ୍ଟ ଏତେ ଟଙ୍କା ଆସିଲା କେଉଁଠୁ ?

Leave a Reply

Your email address will not be published. Required fields are marked *