ଦିନେ କେବଳ ମ୍ୟାଗୀ ଖାଇ ପେଟ ପୁରାଉଥିଲେ, ଆଉ ଆଜି କୋଟି କୋଟି ଟଙ୍କାର ମାଲିକ, Pandya Brothers ଙ୍କ Struggle କାହାଣୀ ଶୁଣି ଆପଣଙ୍କ ଆଖିରେ ଆସିଯିବ ଲୁହ

ବନ୍ଧୁଗଣ କ୍ରିକେଟ ଜଗତରେ ଏମିତି ବହୁତ ଷ୍ଟାର ଖେଳାଳି ଙ୍କ କାହାଣୀ ଆପଣ ମାନେ ଜାଣିଥିବେ । ହେଲେ ଭାରତ ଦଳର ପାଣ୍ଡ୍ୟା ଙ୍କ କାହାଣୀ ଭାଗ୍ୟ, ଲକ, କିସମତ ଆଉ ପରିଶ୍ରମରେ ରେକର୍ଡ ପରେ ରେକର୍ଡ କରୁଥିବା ଏକ ପ୍ରେରଣା ଦାୟୀ ଇନିଙ୍ଗ ଭଳି ଜାରି ରହିଛି । ଦିନେ ମ୍ୟାଗୀ ଖାଇ ମନକୁ ବୁଝାଇ ଦେଉଥିବା ପାଣ୍ଡ୍ୟା ବ୍ରଦର୍ସ ଏବେ କୋଟି କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଦୁଇ ଭାଇ ଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ ।

ଟିମ ଇଣ୍ଡିଆର ହାତକୁ ମଜବୁତ କରୁଥିବା ବେଷ୍ଟ ଅଲ ରାଉଣ୍ଡର ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା । ଅନେକ ସମୟରେ ଦଳର ସଙ୍କଟମୋଚକ ଭାବେ ହାର୍ଦ୍ଦିକ ବେଶ ଜଣାଶୁଣା । ଏସିୟା କପ ରେ ପାକିସ୍ତାନ ବିପକ୍ଷ ମ୍ଯାଚ ହେଉ ବା ଚଳିତ ଟି-୨୦ ରେ ମଧ୍ୟ ପାକ ବିପକ୍ଷ ମ୍ଯାଚରେ ଭାଇଟାଳ ଭୂମିକା ନିଭାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେଥିପାଇଁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଅନରେ ସେ ରହିଛନ୍ତି । ବାରମ୍ବାର ଆହତ ହୋଇ ମଧ୍ୟ ଟିମରେ ଆବଶ୍ୟକ ବେଳେ ରହିଆସିଛନ୍ତି । କିନ୍ତୁ ତାଙ୍କର ପିଲାଦିନ ବହୁତ କଷ୍ଟରେ ବିତିଛି ।

ହାର୍ଦ୍ଦିକ ଓ କୁନାଲ ପାଣ୍ଡ୍ୟା ଗରିବ ପରିବାରରେ ଜନ୍ମ ନେଇଥିଲେ । ଦୁଇ ଜଣଙ୍କୁ ବଡ ମଣିଷ କରିବାକୁ ତାଙ୍କ ବାପା ହିମାଂଶୁ ପାଣ୍ଡ୍ୟା ଅନେକ କଷ୍ଟ କରିଛନ୍ତି । କ୍ରିକେଟ ପ୍ରତି ହିମାଂଶୁଙ୍କ ଆଗ୍ରହ ଥିବାରୁ ସେ ଚାହୁଁଥିଲେ ତାଙ୍କ ଦୁଇ ପୁଅ କ୍ରିକେଟରେ କ୍ଯାରିୟର କରନ୍ତୁ । ଯାହା ପାଇଁ ସେ ତାଙ୍କର କାର ଫାଇନାନ୍ସ ବିଜେନ୍ସକୁ ବନ୍ଦ କରି ବରୋଦା ସିଫ୍ଟ ହୋଇଯାଇଥିଲେ । ଯେବେ ସେ ବରୋଦା ସିଫ୍ଟ ହେଲେ ସେତେବେଳେ ହାର୍ଦ୍ଦିକ ୫ ବର୍ଷର ଥିଲେ ।

ହିମାଂଶୁ ଦୁଇ ପୁଅଙ୍କୁ ତାଙ୍କ ବାପାଙ୍କ କ୍ରିକେଟ ଏକାଡେମି ରେ ଚୟନ କରାଇ ଦେଲେ ବରୋଦା ରେ । ସେଠାରେ ଦୁଇ ଭାଇ ଙ୍କୁ ହିମାଂଶୁଙ୍କ ବାପା କିରଣ ମୋର ପାଖାପାଖି ୩ ବର୍ଷ ଯାଏଁ ପ୍ରି ଟ୍ରେନିଙ୍ଗ ଦେଇଥିଲେ । ଆର୍ଥିକ ସ୍ଥିତି ଠିକ ନ ଥିବାରୁ ପାଣ୍ଡ୍ୟାଙ୍କ ପରିବାର ଭଡାଘରେ ରହୁଥିଲେ । ଦିନେ ଦିନେ ଦୁଇ ଭାଇ ମ୍ୟାଗୀ ଖାଇ ରହୁଥିଲେ । ଏମିତିକି କ୍ରୀକେଟ ଖେଳିବା ପାଇଁ ଅନ୍ୟ ଠାରୁ କ୍ରିକେଟ କୀଟ ମାଗି ଅଭ୍ଯାସ କରୁଥିଲେ ପାଣ୍ଡ୍ୟା ବ୍ରଦର୍ସ । ଦୁଇ ଭାଇ ୪୦୦ରୁ ୫୦୦ ଟଙ୍କା ରୋଜଗାର କରିବା ପାଇଁ ଗାଁ ରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଉଠିଲେ ।

୨୦୧୦ରେ ହାର୍ଦ୍ଦିକଙ୍କ ବାପାଙ୍କ ଦୁଇ ଦୁଇ ଥର ହାର୍ଟ ଆଟାକ ହେଲା । ବାପଙ୍କୁ ବାଧ୍ୟ ହୋଇ ଚାକିରି ଛାଡିବାକୁ ପଡିଲା ଯାହା ପାଇଁ ପରିବାରର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଲା । ତଥାପି ଦୁଇ ଭାଇ ହାର ମାନି ନ ଥିଲେ । ସମୟ ସହ ଭାଗ୍ୟ ବଦଳିଲା ଆଉ ଦୁଇ ଭାଇ କ୍ରିକେଟରେ ନାଁ କରିବା ଆରମ୍ଭ କରିଲେ । ଆଇପିଏଲ ହିଁ ଦୁଇ ଭାଇଙ୍କୁ ଦେଲା ନୂଆ ପରିଚୟ । ଆଉ ଏବେ ଲକଜରି ଟାଇମ ବଞ୍ଚୁଛନ୍ତି ଦୁଇ ଭାଇ ।

ବନ୍ଧୁଗଣ ଆପଣ ମାନଙ୍କର ପାଣ୍ଡ୍ୟା ବ୍ରଦର୍ଶ ଙ୍କ ଜୀବନ କାହାଣୀ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *