ପାରାଦ୍ଵୀପ ଓ ସାଗର ଦ୍ଵିପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ୟାସ: ଏହି ସବୁ ଜିଲ୍ଲାକୁ ସତର୍କ କରାଇଲେ IMD DG

ବର୍ତ୍ତମାନ ବାତ୍ୟା ୟାସ କେଉଁ ସ୍ଥାନରେ ଲ୍ୟାଣ୍ଡଫଳ କରିବ ଏହାର ସଠିକ ସୂଚନା ମିଳିଯାଇଛି । କୁହାଯାଉଛି କି ଏହି ବାତ୍ୟାର ଅତି ଭୟଙ୍କର ଅଟେ ଓ ଏହା ସ୍ଥଳଭାଗ ଛୁଇଁବା ପରେ ଏହାର ରୂପ ଆହୁରି ଅଧିକ ଭୟଙ୍କର ହୋଇଯିବ । ଏମିତିରେ କରୋନା ଭଲି ପରିସ୍ଥିତିରେ ଏହିଭଳି ବାତ୍ୟା ଯେମିତି ବୋଝ ଉପରେ ନଳିତା ବିଡା ।

ଲକଡାଉନ ଓ ସଟଡାଉନ କାରଣରୁ ପ୍ରାୟତଃ କେତେକ ଲୋକମାନଙ୍କର କାମ ସବୁ ବନ୍ଦ ହୋଇ ପଡିଛି । ଯେଉଁ କାରଣରୁ ସମସ୍ତଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ହେଉଛି । ପୁଣି ଏହା ମଧ୍ୟରେ ବାତ୍ୟା ଲୋକମାନଙ୍କ କଷ୍ଟକୁ ଦୁଇ ଗୁଣା ଅଧିକ କରିଦେଉଛି । କହିବାକୁ ଗଲେ ଏହି ବାତ୍ୟା ପ୍ରଥମେ କେଉଁ ସ୍ଥାନରେ ଲ୍ୟାଣ୍ଡଫଳ କରିବ ଏହାକୁ ନେଇ ସମସ୍ତେ କେବଳ ଆକଳନ କରୁଥିଲେ ଓ କେହି ବି ସଠିକ ତଥ୍ୟ ଦେଉ ନ ଥିଲେ ।

କିନ୍ତୁ ବର୍ତ୍ତମାନ ପାଣି ପାଗ ବିଭାଗ ତରଫରୁ ବିଶେଷ ସୂଚନା ଜାରି କରାଯାଇଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବ । କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁସାରେ ଏହା ୨୬ ତାରିଖ ଦିନ ସନ୍ଧ୍ୟା ସମୟରେ ପାରାଦ୍ଵୀପ ଓ ସାଗର ଦ୍ଵିପ ମଧ୍ୟରେ ସ୍ଥଳଭାଗ ଦେଇ ଅତିକ୍ରମ କରିବ । ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ସେହି ସମୟରେ ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିମି ରହିବ । କିନ୍ତୁ ଏହି ବେଗ ୧୮୫ କିମି ପର୍ଯ୍ୟନ୍ତ ବି ପହଞ୍ଚିପାରେ ।

ବର୍ତ୍ତମାନ ଜାଣି ନିଅନ୍ତୁ କି ଲଘୁଚାପ କ୍ଷେତ୍ର କେଉଁ ସ୍ଥିତିରେ ଥିଲେ ଏହାର ପବନର ବେଗ କେତେ ରହିଥାଏ । ଭାରତୀୟ ପାଣି ପାଗ ବିଭାଗ ଅନୁସାରେ, ଲଘୁଚାପ ଅବପାତରରେ ପରିଣତ ହେବା ପରେ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୫୦ କିମି ପର୍ଯ୍ୟନ୍ତ ରହିଥାଏ । ଏହା ପରେ ଯଦି ଗଭୀର ଅବପାତରେ ପରିଣତ ହେଉଛି ତେବେ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ପର୍ଯ୍ୟନ୍ତ ବହିଥାଏ ।

ଅବପାତ ଯେତେବେଳେ ବାତ୍ୟାର ରୂପ ଧାରଣ କରିନିଏ, ସେହି ସମୟରେ ପବନର ବେଗ ଆହୁରି ଅଧିକ ବଢିଯାଇ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ହୋଇଯାଏ । ଏମିତିରେ ଯଦି ଭୀଷଣ ବାତ୍ୟା ହେଉଛି ତେବେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୨୦ କିମି ହୋଇଥାଏ । ଏହା ପରେ ଯେତେବେଳେ ଭୀଷଣ ବାତ୍ୟା ହୋଇ ସାମୁଦ୍ରିକ ଝଡ ସ୍ଥଳଭାଗ ଛୁଇଁଥାଏ ତେବେ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ ରୁ ୧୬୦ କିମି ପର୍ଯ୍ୟନ୍ତ ରହିଥାଏ ।

ଏହା ପରେ ଯଦି ଅତ୍ୟଧିକ ଭୀଷଣ ବାତ୍ୟା ହେଉଛି ତେବେ ସେହି ସମୟରେ ପବନର ବେଗ ସ୍ଥଳ ଭାଗରେ ଘଣ୍ଟା ପ୍ରତି ୧୬୦ ରୁ ୨୨୦ କିମି ବହିଥାଏ ଓ ଏକ୍ସଟ୍ରିମ୍ଲି ସଭିୟର ସାଇକ୍ଲୋନି ଷ୍ଟ୍ରମ ପରେ ଏହା ସୁପର ସାଇକ୍ଲୋନ ଷ୍ଟ୍ରମ ବା ମହାବାତ୍ୟା ହୋଇଥାଏ । ଏହି ସମୟରେ ପବନର ବେଗ ୨୨୦ କିମି ଘଣ୍ଟା ପ୍ରତି ଚାଲିଯାଏ । କହିଦେଉଛୁ କି ୧୯୯୯ ମହାବାତ୍ୟା ପରେ ଅମ୍ଫାନକୁ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଳୋନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *